ପରଲୋକଗତ ପୁଅର ଇଚ୍ଛା ପୂରଣ କଲେ ମା’: ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଦାନକଲେ ସମସ୍ତ ସମ୍ପତ୍ତି

The Sakala Picture
Published On

ବାଲେଶ୍ୱର: ସନ୍ତାନ ବଡ଼ ହୋଇ ବାପାମାଆଙ୍କ ସ୍ୱପ୍ନ ପୂରଣ କରି ସେମାନଙ୍କୁ ଗୌରବାନ୍ୱିତ କରିଥାନ୍ତି। କିନ୍ତୁ ପରଲୋକଗତ ପୁଅର ପୂର୍ବରୁ ରହି ଯାଇଥିବା ଇଚ୍ଛା ଓ ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ମା’ ଯେ କିଛି ବି କରିପାରେ ତାହା ମଧ୍ୟ ପ୍ରମାଣିତ। ପୁଅର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାଆ ନିଜର ଶରୀର ଦାନ ନିମନ୍ତେ ଇଛାପତ୍ର ସ୍ୱାକ୍ଷର କରିଛନ୍ତି। କେବଳ ସେତିକି ନୁହେଁ ପୁଅ ନାମରେ ଅର୍ଥାତ ଦୀପ୍ତିବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ନାମକ […]

ବାଲେଶ୍ୱର: ସନ୍ତାନ ବଡ଼ ହୋଇ ବାପାମାଆଙ୍କ ସ୍ୱପ୍ନ ପୂରଣ କରି ସେମାନଙ୍କୁ ଗୌରବାନ୍ୱିତ କରିଥାନ୍ତି। କିନ୍ତୁ ପରଲୋକଗତ ପୁଅର ପୂର୍ବରୁ ରହି ଯାଇଥିବା ଇଚ୍ଛା ଓ ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ମା’ ଯେ କିଛି ବି କରିପାରେ ତାହା ମଧ୍ୟ ପ୍ରମାଣିତ। ପୁଅର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାଆ ନିଜର ଶରୀର ଦାନ ନିମନ୍ତେ ଇଛାପତ୍ର ସ୍ୱାକ୍ଷର କରିଛନ୍ତି। କେବଳ ସେତିକି ନୁହେଁ ପୁଅ ନାମରେ ଅର୍ଥାତ ଦୀପ୍ତିବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ନାମକ ଏକ ଟ୍ରଷ୍ଟ ଗଢି ଏକ ବୃଦ୍ଧାଶ୍ରମ କରିବା ପାଇଁ ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି। ଏପରି ଏକ ଉଦାହରଣୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅଇଁରି ଗ୍ରାମରେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

୨୦୨୦ ଫେବୃଆରୀ ୧୮ ରେ ଯୁବ ସମାଜସେବୀ ତଥା ଜଗନ୍ନାଥପ୍ରେମୀ ଦୀପ୍ତିକାନ୍ତ ପାଢ଼ୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦୀପ୍ତିକାନ୍ତ ଅନେକ ସାମାଜିକ ସଂଗଠନ ସହ ଯୋଡି ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ନେହରୁ ଯୁବକେନ୍ଦ୍ର ସଂଗଠନ, ଜାତୀୟ ଯୁବ ପ୍ରକଳ୍ପ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଦି ସହ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲେ। ସେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ସହ ବିଭିନ୍ନ ସଙ୍ଗଠନ ଦ୍ୱାରା ସମ୍ମାନିତ ହୋଇଥିଲେ। ସ୍ୱାମୀ ପରିତ୍ୟକ୍ତା ସୁଷମା ପାଢ଼ୀ ତାଙ୍କର ଏକମାତ୍ର ପୁତ୍ର ଦୀପ୍ତିକାନ୍ତର ବିୟୋଗରେ ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଲେ। ପୁଅର ଶୋକରେ ଦିନରାତି ବୁଡି ରହିଲେ। ଜୀବନ ବଞ୍ଚିବାର ସ୍ପୃହା ମଧ୍ୟ ହରାଇଲେ। ଏମିତି ସମୟରେ ଦୀପ୍ତିକାନ୍ତଙ୍କ ମାମୁଁ ଓ ସାଙ୍ଗମାନେ ତାଙ୍କ ପାଖରେ ଛିଡା ହେଲେ। ସମୟ ଗଡ଼଼ିବା ସହ ସେ ପୁଅର ସାମାଜିକ କାର୍ଯ୍ୟପ୍ରତି ଆଗ୍ରହ ଓ ଶେଷ ଇଛାଗୁଡିକ ବିଷୟରେ ଚିନ୍ତା କଲେ ଆଉ ସେସବୁକୁ ପୂରଣ କରିବା ପାଇଁ ନିଷ୍ପତ୍ତି କଲେ। ଦୀପ୍ତିକାନ୍ତ ନାଁରେ ଦୀପ୍ତିବନ୍ଧୁ ସ୍ୱେଛାସେବୀ ସଙ୍ଗଠନଟିଏ ଗଢି ସଂଗଠନ ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଲେ। ଏପରିକି ତାଙ୍କର ସମସ୍ତ ସମ୍ପତ୍ତିକୁ ସେହି ଟ୍ରଷ୍ଟକୁ ଦାନ କରି ତାଙ୍କର ନିଜ ବାସଭବନରେ ଗୋଟିଏ ବୃଦ୍ଧାଶ୍ରମ ଗଢିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦୀପ୍ତିକାନ୍ତର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ନିଜ ଶରୀର ଦାନ କରିବା ପାଇଁ ଇଚ୍ଛାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏ ସମ୍ପର୍କରେ ସୁଷମା କହନ୍ତି, ମୋ ପୁଅ ସବୁବେଳେ ମୋତେ କହୁଥିଲା ଶରୀର ସେ ଦାନ କରିଦେବ। ତେଣୁ ସମାଜର କଲ୍ୟାଣରେ ମୋ ଶରୀର ଲାଗିପାରିଲେ ମୋ ପୁଅ ଖୁସି ହେବ। ପୁଅ ତ ରହିଲା ନାହିଁ। ଆଉ ମୋର ଏ ସମ୍ପତ୍ତି କ’ଣ ହେବ। ଦୁଃଖୀ ଅସହାୟ ଲୋକଙ୍କ ସେବାରେ ମୋ ପୁଅ ସବୁବେଳେ ତତ୍ପର ଥିଲା। ସେଥିପାଇଁ ଲୋକଙ୍କ ସେବା କରି ମୁଁ ମୋ ପୁଅର ସ୍ୱପ୍ନ ପୂରଣ କରିପାରିବି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଦୀପ୍ତିକାନ୍ତଙ୍କ ମାମୁଁ ମନୋରଞ୍ଜନ ମହାପାତ୍ର କହିଛନ୍ତି, ବୟସରେ ଛୋଟ ହେଲେବି ମୋ ଭଣଜା ଆମ ସମସ୍ତଙ୍କର ଆଦର୍ଶ। ତା’ର ଇଛା ପୂରଣ ପାଇଁ ମୋ ଭଉଣୀ ଯେଉଁ ମହତ କାମ କରିଛି ମୁଁ ସେଥିପାଇଁ ଗର୍ବିତ ଓ ମୁଁ ସେଥିରେ ସବୁପ୍ରକାର ସହଯୋଗ କରିବି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମାନସ କୁମାର ପଣ୍ଡା, ସମାଜସେବୀ ବିକ୍ରମ ନାୟକ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସାଧୁବାଦ ଜଣାଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେ ଏମିତି ଜଣେ ମାଆ ଯିଏକି କୋଟିଏ ମାଆଙ୍କ ମନ ଜିଣି ସମାଜ ପାଇଁ ସେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

20 Feb 2022 By The Sakala

ପରଲୋକଗତ ପୁଅର ଇଚ୍ଛା ପୂରଣ କଲେ ମା’: ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଦାନକଲେ ସମସ୍ତ ସମ୍ପତ୍ତି

ବାଲେଶ୍ୱର: ସନ୍ତାନ ବଡ଼ ହୋଇ ବାପାମାଆଙ୍କ ସ୍ୱପ୍ନ ପୂରଣ କରି ସେମାନଙ୍କୁ ଗୌରବାନ୍ୱିତ କରିଥାନ୍ତି। କିନ୍ତୁ ପରଲୋକଗତ ପୁଅର ପୂର୍ବରୁ ରହି ଯାଇଥିବା ଇଚ୍ଛା ଓ ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ମା’ ଯେ କିଛି ବି କରିପାରେ ତାହା ମଧ୍ୟ ପ୍ରମାଣିତ। ପୁଅର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମାଆ ନିଜର ଶରୀର ଦାନ ନିମନ୍ତେ ଇଛାପତ୍ର ସ୍ୱାକ୍ଷର କରିଛନ୍ତି। କେବଳ ସେତିକି ନୁହେଁ ପୁଅ ନାମରେ ଅର୍ଥାତ ଦୀପ୍ତିବନ୍ଧୁ ସ୍ୱେଚ୍ଛାସେବୀ ସଂଗଠନ ନାମକ ଏକ ଟ୍ରଷ୍ଟ ଗଢି ଏକ ବୃଦ୍ଧାଶ୍ରମ କରିବା ପାଇଁ ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି। ଏପରି ଏକ ଉଦାହରଣୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅଇଁରି ଗ୍ରାମରେ।

୨୦୨୦ ଫେବୃଆରୀ ୧୮ ରେ ଯୁବ ସମାଜସେବୀ ତଥା ଜଗନ୍ନାଥପ୍ରେମୀ ଦୀପ୍ତିକାନ୍ତ ପାଢ଼ୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦୀପ୍ତିକାନ୍ତ ଅନେକ ସାମାଜିକ ସଂଗଠନ ସହ ଯୋଡି ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ନେହରୁ ଯୁବକେନ୍ଦ୍ର ସଂଗଠନ, ଜାତୀୟ ଯୁବ ପ୍ରକଳ୍ପ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଦି ସହ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲେ। ସେ ‘ପ୍ରକୃତି ବନ୍ଧୁ’ ପୁରସ୍କାର ସହ ବିଭିନ୍ନ ସଙ୍ଗଠନ ଦ୍ୱାରା ସମ୍ମାନିତ ହୋଇଥିଲେ। ସ୍ୱାମୀ ପରିତ୍ୟକ୍ତା ସୁଷମା ପାଢ଼ୀ ତାଙ୍କର ଏକମାତ୍ର ପୁତ୍ର ଦୀପ୍ତିକାନ୍ତର ବିୟୋଗରେ ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଲେ। ପୁଅର ଶୋକରେ ଦିନରାତି ବୁଡି ରହିଲେ। ଜୀବନ ବଞ୍ଚିବାର ସ୍ପୃହା ମଧ୍ୟ ହରାଇଲେ। ଏମିତି ସମୟରେ ଦୀପ୍ତିକାନ୍ତଙ୍କ ମାମୁଁ ଓ ସାଙ୍ଗମାନେ ତାଙ୍କ ପାଖରେ ଛିଡା ହେଲେ। ସମୟ ଗଡ଼଼ିବା ସହ ସେ ପୁଅର ସାମାଜିକ କାର୍ଯ୍ୟପ୍ରତି ଆଗ୍ରହ ଓ ଶେଷ ଇଛାଗୁଡିକ ବିଷୟରେ ଚିନ୍ତା କଲେ ଆଉ ସେସବୁକୁ ପୂରଣ କରିବା ପାଇଁ ନିଷ୍ପତ୍ତି କଲେ। ଦୀପ୍ତିକାନ୍ତ ନାଁରେ ଦୀପ୍ତିବନ୍ଧୁ ସ୍ୱେଛାସେବୀ ସଙ୍ଗଠନଟିଏ ଗଢି ସଂଗଠନ ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଲେ। ଏପରିକି ତାଙ୍କର ସମସ୍ତ ସମ୍ପତ୍ତିକୁ ସେହି ଟ୍ରଷ୍ଟକୁ ଦାନ କରି ତାଙ୍କର ନିଜ ବାସଭବନରେ ଗୋଟିଏ ବୃଦ୍ଧାଶ୍ରମ ଗଢିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦୀପ୍ତିକାନ୍ତର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ନିଜ ଶରୀର ଦାନ କରିବା ପାଇଁ ଇଚ୍ଛାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏ ସମ୍ପର୍କରେ ସୁଷମା କହନ୍ତି, ମୋ ପୁଅ ସବୁବେଳେ ମୋତେ କହୁଥିଲା ଶରୀର ସେ ଦାନ କରିଦେବ। ତେଣୁ ସମାଜର କଲ୍ୟାଣରେ ମୋ ଶରୀର ଲାଗିପାରିଲେ ମୋ ପୁଅ ଖୁସି ହେବ। ପୁଅ ତ ରହିଲା ନାହିଁ। ଆଉ ମୋର ଏ ସମ୍ପତ୍ତି କ’ଣ ହେବ। ଦୁଃଖୀ ଅସହାୟ ଲୋକଙ୍କ ସେବାରେ ମୋ ପୁଅ ସବୁବେଳେ ତତ୍ପର ଥିଲା। ସେଥିପାଇଁ ଲୋକଙ୍କ ସେବା କରି ମୁଁ ମୋ ପୁଅର ସ୍ୱପ୍ନ ପୂରଣ କରିପାରିବି।

ଦୀପ୍ତିକାନ୍ତଙ୍କ ମାମୁଁ ମନୋରଞ୍ଜନ ମହାପାତ୍ର କହିଛନ୍ତି, ବୟସରେ ଛୋଟ ହେଲେବି ମୋ ଭଣଜା ଆମ ସମସ୍ତଙ୍କର ଆଦର୍ଶ। ତା’ର ଇଛା ପୂରଣ ପାଇଁ ମୋ ଭଉଣୀ ଯେଉଁ ମହତ କାମ କରିଛି ମୁଁ ସେଥିପାଇଁ ଗର୍ବିତ ଓ ମୁଁ ସେଥିରେ ସବୁପ୍ରକାର ସହଯୋଗ କରିବି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମାନସ କୁମାର ପଣ୍ଡା, ସମାଜସେବୀ ବିକ୍ରମ ନାୟକ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସାଧୁବାଦ ଜଣାଇଥିଲେ। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେ ଏମିତି ଜଣେ ମାଆ ଯିଏକି କୋଟିଏ ମାଆଙ୍କ ମନ ଜିଣି ସମାଜ ପାଇଁ ସେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର