ପୌର ନିର୍ବାଚନ -୨୦୨୨: ସର୍ବଦଳୀୟ ବୈଠକ ଶେଷ, ୧୧୦ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ହେବ ନିର୍ବାଚନ

The Sakala Picture
Published On

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ସହ ଆଲୋଚନା ହୋଇଛି। ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।  ୧୧୦ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ ସମୟକୁ ନେଇ କୌଣସି ଦଳ କିଛି ପ୍ରସ୍ତାବ ଦେଇନାହାନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ଯ ପାଢୀ ସାମ୍ବାଦିଳ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ […]

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ ସହ ଆଲୋଚନା ହୋଇଛି। ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।  ୧୧୦ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନ ସମୟକୁ ନେଇ କୌଣସି ଦଳ କିଛି ପ୍ରସ୍ତାବ ଦେଇନାହାନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ଯ ପାଢୀ ସାମ୍ବାଦିଳ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ ହେବାକୁ ସ୍ଥିର ହୋଇଥିବାରୁ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଇଭିଏମ କାଉନସିଲର, କର୍ପୋରେଟର ଓ ଅନ୍ୟଟି ଚେୟାରମ୍ୟାନ ଓ ମେୟର ପ୍ରାର୍ଥୀଙ୍କ ପାଇଁ ରହିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ପୌର ନିର୍ବାଚନ ହେବା ବେଳକୁ ଖରାଦିନ ଆସିଯାଇଥିବ। ସେଥିପାଇଁ ପିଇବା ପାଣିର ପ୍ରସ୍ତାବ ଦେଇଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଖବର ଅନୁଯାୟୀ, ଆଜି ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଚଳିତ ମାସ ଶେଷ ସୁଦ୍ଧା ସରିବ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଶେଷ ହେବ । ନିକଟରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଓ ମହାନଗର ନିଗମ ମେୟର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏନେଇ ପୂର୍ବରୁ ବିଜ୍ଞପ୍ତି ବି ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର