ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରାଜ୍ୟରେ ଖୋଲିଲା ସ୍କୁଲ୍: ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ଅଫ୍‌ଲାଇନ ପାଠପଢ଼ା

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶ୍ରେଣୀଗୃହରେ ପାଠପଢ଼଼ିବା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍‍, କଲେଜ୍‍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍‍ ପାଠପଢ଼଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ଆରମ୍ଭ ହେବ। ସେହିପରି […]

ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶ୍ରେଣୀଗୃହରେ ପାଠପଢ଼଼ିବା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍‍, କଲେଜ୍‍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍‍ ପାଠପଢ଼଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଅଧୀନସ୍ଥ ସମସ୍ତ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ହେବା ସହିତ ଶିକ୍ଷାନୁଷ୍ଠାନରେ ସମସ୍ତ ହଷ୍ଟେଲ ମଧ୍ୟ ଆଜିଠାରୁ ଖୋଲିଛି। ସ୍କୁଲ ଓ ଜୁନିୟର କଲେଜରେ ପାଠପଢ଼଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ସମସ୍ତ ପିଲାଙ୍କ ଲାଗି ଶିକ୍ଷାନୁଷ୍ଠାନ ଆସିବା ବାଧ୍ୟତାମୂଳକ ହେବନାହିଁ। ପୂର୍ବପରି ଅନଲାଇନ୍‍ ପାଠପଢ଼଼ା ମଧ୍ୟ ଜାରି ରହିବ। କରୋନା କଟକଣା ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନ ଚାଲିବାକୁ ଥିବାବେଳେ ଭିନ୍ନ ଭିନ୍ନ ବିଭାଗ ନିଜସ୍ୱ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ରିମେଡିଆଲ୍‍ କ୍ଲାସ ଓ ଡାଉଟକ୍ଲିୟରିଂ କ୍ଲାସ ଉପରେ ଗୁରୁତ୍ୱ ଦେବେ। ଆବଶ୍ୟକ ସ୍ଥଳେ ବ୍ରିଜ୍‍-କୋର୍ସ ଓ ସ୍ୱଳ୍ପ-ଅବଧି, ମଧ୍ୟମ-ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷ କରାଯିବ। ଏଥି ସହିତ ଶିକ୍ଷକମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ କାଉନସେଲିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ରବିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଜୁନିୟର କଲେଜର ଶ୍ରେଣୀ କକ୍ଷ ସମେତ ଛାତ୍ରବାସ ସାନିଟାଇଜ କରାଯାଇଛି। ସ୍କୁଲ ପରିସରରେ ଯେପରି ଅଜଥା ଭିଡ଼ ନହୁଏ ଏବଂ ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ସେଥିଲାଗି ପ୍ରଧାନ ଶିକ୍ଷକ ଆଜି ସବୁ ଶ୍ରେଣୀର କ୍ଲାସ ଟିଚରଙ୍କ ସହ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଅପରପେକ୍ଷ କରୋନା କିମ୍ବା ଓମିକ୍ରନର ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ, ସ୍କୁଲ କଲେଜରେ ସର୍ଭେଲାନ୍ସ ଜାରି ରହିବ। ଗାଁରେ ଆଶାକର୍ମୀ କାମ କରୁଛନ୍ତି। ଆରଆରଟି ଟିମ୍‍ ବି ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟକ ର ହୋଇଥିବାରୁ ଅଭିଭାବକମାନଙ୍କ ଦାୟିତ୍ୱ ରହିବ। ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅପିଲ୍‍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଶିକ୍ଷକମାନଙ୍କୁ ମଧ୍ୟ ସାମାଜିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମ୍‍ରେ କାର୍ଯ୍ୟ କରିବା ସହିତ କିଛି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି। ଶ୍ରେଣୀଗୃହରେ ସମସ୍ତ ପ୍ରକାରର କୋଭିଡ କଟକଣା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରି ପାଠ ପଢ଼ାଇବାକୁ ନେଇ ପରାମର୍ଶ ଦିଆଯାଇଛି। ସ୍କୁଲ ଓ କଲେଜରେ ପ୍ରତ୍ୟେକ ଦିନ କ୍ୟାମ୍ପସକୁ ସାନିଟାଇଜ କରାଯିବ। କରୋନା ଲକ୍ଷଣ ଦେଖାଯାଉଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯିବାକୁ ନିର୍ଦ୍ଦେଶ ରହିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

07 Feb 2022 By The Sakala

ରାଜ୍ୟରେ ଖୋଲିଲା ସ୍କୁଲ୍: ଆଜିଠୁ ଅଷ୍ଟମରୁ ଦ୍ୱାଦଶ ପିଲାଙ୍କ ଅଫ୍‌ଲାଇନ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶ୍ରେଣୀଗୃହରେ ପାଠପଢ଼଼ିବା ଆରମ୍ଭ ହୋଇଛି। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ୍‍, କଲେଜ୍‍ ଖୋଲିବା ନେଇ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ୨ବର୍ଷ ପରେ ଶ୍ରେଣୀ ପାଠପଢ଼଼ା ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଅଷ୍ଟମରୁ ତଦୁର୍ଦ୍ଧ ସମସ୍ତ ଶ୍ରେଣୀର ପିଲାଙ୍କ ଫିଜିକାଲ୍‍ ପାଠପଢ଼଼ା ଆରମ୍ଭ ହେବା ସହିତ ଉଚ୍ଚଶିକ୍ଷା ବିଭାଗର ୟୁଜି ଓ ପିଜି ଛାତ୍ରଛାତ୍ରଙ୍କ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ଆରମ୍ଭ ହେବ।

ସେହିପରି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଅଧୀନସ୍ଥ ସମସ୍ତ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଅଫ୍‍ଲାଇନ୍‍ ପାଠପଢ଼଼ା ହେବା ସହିତ ଶିକ୍ଷାନୁଷ୍ଠାନରେ ସମସ୍ତ ହଷ୍ଟେଲ ମଧ୍ୟ ଆଜିଠାରୁ ଖୋଲିଛି। ସ୍କୁଲ ଓ ଜୁନିୟର କଲେଜରେ ପାଠପଢ଼଼ା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ। ତେବେ ସମସ୍ତ ପିଲାଙ୍କ ଲାଗି ଶିକ୍ଷାନୁଷ୍ଠାନ ଆସିବା ବାଧ୍ୟତାମୂଳକ ହେବନାହିଁ। ପୂର୍ବପରି ଅନଲାଇନ୍‍ ପାଠପଢ଼଼ା ମଧ୍ୟ ଜାରି ରହିବ। କରୋନା କଟକଣା ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନ ଚାଲିବାକୁ ଥିବାବେଳେ ଭିନ୍ନ ଭିନ୍ନ ବିଭାଗ ନିଜସ୍ୱ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କ ରିମେଡିଆଲ୍‍ କ୍ଲାସ ଓ ଡାଉଟକ୍ଲିୟରିଂ କ୍ଲାସ ଉପରେ ଗୁରୁତ୍ୱ ଦେବେ। ଆବଶ୍ୟକ ସ୍ଥଳେ ବ୍ରିଜ୍‍-କୋର୍ସ ଓ ସ୍ୱଳ୍ପ-ଅବଧି, ମଧ୍ୟମ-ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷ କରାଯିବ। ଏଥି ସହିତ ଶିକ୍ଷକମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହିତ କାଉନସେଲିଂ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ରବିବାର ରାଜ୍ୟର ସମସ୍ତ ସ୍କୁଲ ଏବଂ ଜୁନିୟର କଲେଜର ଶ୍ରେଣୀ କକ୍ଷ ସମେତ ଛାତ୍ରବାସ ସାନିଟାଇଜ କରାଯାଇଛି। ସ୍କୁଲ ପରିସରରେ ଯେପରି ଅଜଥା ଭିଡ଼ ନହୁଏ ଏବଂ ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ସେଥିଲାଗି ପ୍ରଧାନ ଶିକ୍ଷକ ଆଜି ସବୁ ଶ୍ରେଣୀର କ୍ଲାସ ଟିଚରଙ୍କ ସହ ଆଲୋଚନା କରିଛନ୍ତି।

ଅପରପେକ୍ଷ କରୋନା କିମ୍ବା ଓମିକ୍ରନର ଲକ୍ଷଣ ଥିଲେ ପିଲାଙ୍କୁ ନ ଛାଡିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ, ସ୍କୁଲ କଲେଜରେ ସର୍ଭେଲାନ୍ସ ଜାରି ରହିବ। ଗାଁରେ ଆଶାକର୍ମୀ କାମ କରୁଛନ୍ତି। ଆରଆରଟି ଟିମ୍‍ ବି ରହିଛି। କିଛି ଅସୁବିଧା ହେଲେ ନିୟମ ଅନୁସାରେ କାର୍ଯ୍ୟ କରାଯିବ। ଛୋଟ ପିଲାଙ୍କୁ ନିୟନ୍ତ୍ରଣ କରିବା କଷ୍ଟକ ର ହୋଇଥିବାରୁ ଅଭିଭାବକମାନଙ୍କ ଦାୟିତ୍ୱ ରହିବ। ଯଦି ପିଲାଙ୍କ କିଛି ଲକ୍ଷଣ ପ୍ରକାଶ ପାଉଛି ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ ବୋଲି ଅଭିଭାବକଙ୍କୁ ଅପିଲ୍‍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଶିକ୍ଷକମାନଙ୍କୁ ମଧ୍ୟ ସାମାଜିକ ଦୂରତା ସହ ସଫା ସୁତୁରା ରଖି ଭେଣ୍ଟିଲେସନ ରୁମ୍‍ରେ କାର୍ଯ୍ୟ କରିବା ସହିତ କିଛି ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବାକୁ କୁହାଯାଇଛି। ଶ୍ରେଣୀଗୃହରେ ସମସ୍ତ ପ୍ରକାରର କୋଭିଡ କଟକଣା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରି ପାଠ ପଢ଼ାଇବାକୁ ନେଇ ପରାମର୍ଶ ଦିଆଯାଇଛି। ସ୍କୁଲ ଓ କଲେଜରେ ପ୍ରତ୍ୟେକ ଦିନ କ୍ୟାମ୍ପସକୁ ସାନିଟାଇଜ କରାଯିବ। କରୋନା ଲକ୍ଷଣ ଦେଖାଯାଉଥିବା ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯିବାକୁ ନିର୍ଦ୍ଦେଶ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର