ଗିରଫ ହେଲେ କୋଟିପତି ସହକାରୀ ଯୋଗାଣ ଅଧିକାରୀ, ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ

The Sakala Picture
Published On

ଭୁବନେଶ୍ୱର: ଗିରଫ ହେଲେ ନୂଆପଡା ଜିଲ୍ଲାର କୁବେର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀ । ଏସିଏସଓ ରତ୍ନାକର ସେଠୀଙ୍କ ବାସଭବନରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । ବୁଧବାର ଏହି ମାମଲାରେ ରତ୍ନାକରଙ୍କ ୬ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ସେ ତାଙ୍କ ଆୟ ଠାରୁ ୫୭୦% ଅଧିକ ସମ୍ପତ୍ତି […]

ଭୁବନେଶ୍ୱର: ଗିରଫ ହେଲେ ନୂଆପଡା ଜିଲ୍ଲାର କୁବେର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀ । ଏସିଏସଓ ରତ୍ନାକର ସେଠୀଙ୍କ ବାସଭବନରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । ବୁଧବାର ଏହି ମାମଲାରେ ରତ୍ନାକରଙ୍କ ୬ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ସେ ତାଙ୍କ ଆୟ ଠାରୁ ୫୭୦% ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ସଂପୂର୍ଣ୍ଣ ଯାଂଚ ସରିଲେ ସଂପତ୍ତି ପରିମାଣ ଅଧିକ ହେବ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କଟକ ଚାଉଳିଆଗଂଜରେ ସେଠୀଙ୍କ ୪ ମହଲା ଘର, ନୂଆପଡା ବାଲିସାହିରେ ଦୁଇ ମହଲା ଘର, ଏକ ତିନି ମହଲା କଲ୍ୟାଣ ମଣ୍ଡପ, ଗୁରୁଡିଝାଟିଆ ଓରନ୍ଦାସ୍ଥିତ ଫାର୍ମ ହାଉସ ରହିଥିଛି । ସେ ସବୁ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଫାର୍ମ ହାଉସ, ଚାଉଳିଆଗଞ୍ଜ ଓ ବାଲିସାହିରେ ଗୋଟିଏ ପ୍ଲଟକୁ ତଦନ୍ତ ପରିସରଭୁକ୍ତ କରିଛି ଭିଜିଲାନ୍ସ । ରତ୍ନାକର ଓ ତାଙ୍କ ପରିବାର ଲୋକଙ୍କ ନାମରେ ଥିବା ୮୯ ଲକ୍ଷ ୨୪ ହଜାର ୮୧ ଟଙ୍କାର ବ୍ୟାଙ୍କ ଜମାକୁ ପ୍ରାଥମିକ ପର୍ଯ୍ୟାୟରେ ରେକର୍ଡ କରାଯାଇଛି । ମୋଟ ୧୦ଟି ସ୍ଥାୟୀ ଜମା ରହିଛି , ଯାହାର ପରିମାଣ ୮୮ ଲକ୍ଷ ଟଙ୍କାରୁ ଅଧିକ ହେବ । ୧ କୋଟି ୧୭ ଲକ୍ଷ ୫୪ ହଜାର ୮୨୮ ଟଙ୍କାର ବୀମା ସେଠୀଙ୍କ ପରିବାର ଲୋକଙ୍କ ନାମରେ ରହିଛି । ୨୦ ଲକ୍ଷ ୯୪ ହଜାର ଟଙ୍କାର ସୁନା ଓ ରୁପା ଗହଣା ଆଦି ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ମିଶାଇ ଏ ଯାଏଁ ୬ କୋଟି ୭୩ ଲକ୍ଷ ଟଙ୍କାର ଅଧିକ ସଂପତ୍ତି ପ୍ରଥମ ଦିନରେ ଆକଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

03 Feb 2022 By The Sakala

ଗିରଫ ହେଲେ କୋଟିପତି ସହକାରୀ ଯୋଗାଣ ଅଧିକାରୀ, ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ୱର: ଗିରଫ ହେଲେ ନୂଆପଡା ଜିଲ୍ଲାର କୁବେର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀ । ଏସିଏସଓ ରତ୍ନାକର ସେଠୀଙ୍କ ବାସଭବନରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । ବୁଧବାର ଏହି ମାମଲାରେ ରତ୍ନାକରଙ୍କ ୬ଟି ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ସେ ତାଙ୍କ ଆୟ ଠାରୁ ୫୭୦% ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ସଂପୂର୍ଣ୍ଣ ଯାଂଚ ସରିଲେ ସଂପତ୍ତି ପରିମାଣ ଅଧିକ ହେବ ।

କଟକ ଚାଉଳିଆଗଂଜରେ ସେଠୀଙ୍କ ୪ ମହଲା ଘର, ନୂଆପଡା ବାଲିସାହିରେ ଦୁଇ ମହଲା ଘର, ଏକ ତିନି ମହଲା କଲ୍ୟାଣ ମଣ୍ଡପ, ଗୁରୁଡିଝାଟିଆ ଓରନ୍ଦାସ୍ଥିତ ଫାର୍ମ ହାଉସ ରହିଥିଛି । ସେ ସବୁ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଫାର୍ମ ହାଉସ, ଚାଉଳିଆଗଞ୍ଜ ଓ ବାଲିସାହିରେ ଗୋଟିଏ ପ୍ଲଟକୁ ତଦନ୍ତ ପରିସରଭୁକ୍ତ କରିଛି ଭିଜିଲାନ୍ସ । ରତ୍ନାକର ଓ ତାଙ୍କ ପରିବାର ଲୋକଙ୍କ ନାମରେ ଥିବା ୮୯ ଲକ୍ଷ ୨୪ ହଜାର ୮୧ ଟଙ୍କାର ବ୍ୟାଙ୍କ ଜମାକୁ ପ୍ରାଥମିକ ପର୍ଯ୍ୟାୟରେ ରେକର୍ଡ କରାଯାଇଛି । ମୋଟ ୧୦ଟି ସ୍ଥାୟୀ ଜମା ରହିଛି , ଯାହାର ପରିମାଣ ୮୮ ଲକ୍ଷ ଟଙ୍କାରୁ ଅଧିକ ହେବ । ୧ କୋଟି ୧୭ ଲକ୍ଷ ୫୪ ହଜାର ୮୨୮ ଟଙ୍କାର ବୀମା ସେଠୀଙ୍କ ପରିବାର ଲୋକଙ୍କ ନାମରେ ରହିଛି । ୨୦ ଲକ୍ଷ ୯୪ ହଜାର ଟଙ୍କାର ସୁନା ଓ ରୁପା ଗହଣା ଆଦି ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ମିଶାଇ ଏ ଯାଏଁ ୬ କୋଟି ୭୩ ଲକ୍ଷ ଟଙ୍କାର ଅଧିକ ସଂପତ୍ତି ପ୍ରଥମ ଦିନରେ ଆକଳନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର