ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା: ଆଜି ପ୍ରକାଶ ପାଇବ ସିଟ୍‍ ବଣ୍ଟନ ଓ ନାମଲେଖା କାର୍ଯ୍ୟସୂଚୀ

The Sakala Picture
Published On

ଭୁବନେଶ୍ୱର: ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ପଞ୍ଜୀକରଣ କରିଥିବା ୪,୭୬୬ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶିତ ହୋଇଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଚଳିତ ବର୍ଷ ରାଜ୍ୟର ୧୪୬୬ ମେଡିକାଲ୍‍ ସିଟ୍‍ରେ ନାମଲେଖା ପାଇଁ ଓଜେଇଇ କାଉନ୍‍ସେଲିଂ କରିବ ବୋଲି ସୂଚନା ମିଳିଛି। ସେହିପରି ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ସରକାରୀ ସ୍କୁଲ ପିଲାଙ୍କ ୧୫% ସଂରକ୍ଷିତ ସିଟ୍‍ ପାଇଁ ୫୫୬ […]

ଭୁବନେଶ୍ୱର: ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ପଞ୍ଜୀକରଣ କରିଥିବା ୪,୭୬୬ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶିତ ହୋଇଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଚଳିତ ବର୍ଷ ରାଜ୍ୟର ୧୪୬୬ ମେଡିକାଲ୍‍ ସିଟ୍‍ରେ ନାମଲେଖା ପାଇଁ ଓଜେଇଇ କାଉନ୍‍ସେଲିଂ କରିବ ବୋଲି ସୂଚନା ମିଳିଛି। ସେହିପରି ଚଳିତ ବର୍ଷରୁ ଆରମ୍ଭ ହୋଇଥିବା ସରକାରୀ ସ୍କୁଲ ପିଲାଙ୍କ ୧୫% ସଂରକ୍ଷିତ ସିଟ୍‍ ପାଇଁ ୫୫୬ ଜଣ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଏମବିବିଏସ ଏବଂ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ ପ୍ରକ୍ରିୟା ଜାରି ରହିଥିବାବେଳେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ଚୁଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। କାଉନସେଲିଂ ପାଇଁ ପଞ୍ଜୀକରଣ କରିଥିବା ୪୭୬୬ ଜଣ ଛାତ୍ରଛାତ୍ରୀଙ୍କ ଚୁଡ଼ାନ୍ତ ତାଲିକା ଓଜେଇଇ ପ୍ରକାଶ କରିଛି। ଛାତ୍ରଛାତ୍ରୀଙ୍କ ନିଟ୍‍ ର‍୍ୟାଙ୍କ ସହ ରାଜ୍ୟର ର‍୍ୟାଙ୍କ୍‍ ମଧ୍ୟ ଓଜେଇଇ ଆଲଟ୍‍ କରିଛି। ଏଥି ସହିତ ବିଭିନ୍ନ ବର୍ଗର ସଂରକ୍ଷିତ ତାଲିକା ମଧ୍ୟ ପ୍ରକାଶ କରିଛି। ନିଟ୍‍ ର‍୍ୟାଙ୍କ୍‍ ୧୦୧ ରଖିଥିବା ଗୀତି ଗାୟତ୍ରୀ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ର‍୍ୟାଙ୍କ ମିଳିଥିବାବେଳେ ୪୭୬୫ ତମ ର‍୍ୟାଙ୍କ ମିଳିଥିବା ଛାତ୍ରଙ୍କ ନିଟ୍‍ ର‍୍ୟାଙ୍କ ୯,୨୪,୦୨୨ ରହିଥିବା ଓଜେଇଇ ଦର୍ଶାଇଛି। ତେବେ ସିଟ୍‍ ଆଲମେଣ୍ଟ ଓ ନାମଲେଖା ପ୍ରକ୍ରିୟା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ସେହିପରି ସଂରକ୍ଷଣ ସିଟ୍‍ ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅର୍ଥନୈତିକ ପଛୁଆ ବର୍ଗରେ ୫୧୪ ଜଣ ଥିବାବେଳେ ଅନୁସୂଚିତ ଜାତି ବର୍ଗରେ ୫୪୪, ଅନୁସୂଚିତ ଜନଜାତି ବର୍ଗରେ ୪୩୪, ଗ୍ରୀନ୍‍ କାର୍ଡ଼ରେ ୪୭୫, ଏକ୍ସସର୍ଭିସମେନ୍‍ କୋଟାରେ ୧୫୫, ଏନଆର୍‍ଆଇ ୨୮ ଏବଂ ଚଳିତ ବର୍ଷରେ ରାଜ୍ୟ ସରକାର ଆରମ୍ଭ କରିଥିବା ରାଜ୍ୟ ସରକାରୀ ସ୍କୁଲ ପିଲାଙ୍କୁ ୧୫ ପ୍ରତିଶତ କୋଟା(ଏସ୍‍ଜିଏସ୍‍)ରେ ୫୫୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

 

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର