ସରପଞ୍ଚ ପଦ ଲାଗି ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

The Sakala Picture
Published On

ଅନୁଗୋଳ: ବଅଁରପାଳ ବ୍ଲକ ଜାମୁନାଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହିପଞ୍ଚାୟତର ବସନ୍ତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟଲତା ପ୍ରଧାନ ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ମଧ୍ୟ ସେମାନଙ୍କ ନାମାଙ୍କନପତ୍ର କାଏମ ରହିଛି। ଏହାପରେ ଉଭୟ ଅଲଗା ଅଲଗା ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କାହା ବିରୋଧରେ ପ୍ରଚାର କରିବେ ନାହିଁ, ତେବେ ସରପଞ୍ଚ ହେଲେ ନିଜେ […]

ଅନୁଗୋଳ: ବଅଁରପାଳ ବ୍ଲକ ଜାମୁନାଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହିପଞ୍ଚାୟତର ବସନ୍ତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟଲତା ପ୍ରଧାନ ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ମଧ୍ୟ ସେମାନଙ୍କ ନାମାଙ୍କନପତ୍ର କାଏମ ରହିଛି। ଏହାପରେ ଉଭୟ ଅଲଗା ଅଲଗା ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କାହା ବିରୋଧରେ ପ୍ରଚାର କରିବେ ନାହିଁ, ତେବେ ସରପଞ୍ଚ ହେଲେ ନିଜେ କ’ଣ କରିବେ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଘରେ ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। କିନ୍ତୁ ନିର୍ବାଚନ ମଇଦାନକୁ ଆସିଲେ ରାଜନୈତିକ ପ୍ରତିଦ୍ୱନ୍ଦୀ ପାଲଟି ଯାଉଛନ୍ତି। ଏଥିପାଇଁ ସେମାନଙ୍କର କୌଣସି ଅସୁବିଧା ହେଉ ନ ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଅନ୍ୟ ପକ୍ଷରେ ଏହି ପଞ୍ଚାୟତରେ ଗୋଟିଏ ସରପଞ୍ଚ ପଦ ପାଇଁ ୧୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ସମସ୍ତଙ୍କର ନାମାଙ୍କନ ଯାଞ୍ଚ ବେଳେ କାଏମ ରହିଛି। ଅନୁରୂପ ଭାବରେ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୯ଜଣ ଓ ୧୨ଟି ୱାର୍ଡ ମେମ୍ୱର ପାଇଁ ୩୫ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ପଞ୍ଚାୟତରେ ସମସ୍ତ ୧୪ଟି ପଦ ପାଇଁ ମୋଟ ୫୭ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଯେ କୌଣସି ପଞ୍ଚାୟତଠାରୁ ଏହି ପଞ୍ଚାୟତରେ ପ୍ରାର୍ଥୀ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି। ଏହି ପଞ୍ଚାୟତରେ ରାଜନୀତି ପ୍ରତି ଲୋକଙ୍କର ଆଗ୍ରହ ରହିଛି ବୋଲି ସ୍ପଷ୍ଟ ଜଣାପଡୁଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ଥିବାରୁ ପ୍ରଚାର ଖୁବ୍‍ ଜମିବ। ଏହି ପଞ୍ଚାୟତଟି ପୂର୍ବରୁ ସାକୋସିଂହା ପଞ୍ଚାୟତରେ ଥିଲା। ଗତ ୨୦୧୭ରେ ସ୍ୱତନ୍ତ୍ର ପଞ୍ଚାୟତ ହେଲା। ଜାମୁନାଲି, କୁଇଓ, କୁଇଓ ଜଙ୍ଗଲ ଓ କରଦାଟିକର ଏହି ୪ଟି ଗାଁକୁ ନେଇ ଗଠିତ ହେଲା ଜାମୁନାଳି ପଞ୍ଚାୟତ। ପଞ୍ଚାୟତର ଲୋକ ସଂଖ୍ୟା ୫୨୦୦। ଭୋଟର ସଂଖ୍ୟା ୪୦୪୮। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧୯୦୮ ହୋଇଥିବା ବେଳେ ପୁରୁଷ ଭୋଟର ୨୧୪୦। ଏଥର ଦ୍ୱିତୀୟ ଥର ପାଇଁ ନିର୍ବାଚନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

24 Jan 2022 By The Sakala

ସରପଞ୍ଚ ପଦ ଲାଗି ସ୍ୱାମୀ-ସ୍ତ୍ରୀ ମୁହାଁମୁହିଁ

ଅନୁଗୋଳ: ବଅଁରପାଳ ବ୍ଲକ ଜାମୁନାଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହିପଞ୍ଚାୟତର ବସନ୍ତ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟଲତା ପ୍ରଧାନ ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ମଧ୍ୟ ସେମାନଙ୍କ ନାମାଙ୍କନପତ୍ର କାଏମ ରହିଛି। ଏହାପରେ ଉଭୟ ଅଲଗା ଅଲଗା ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କେହି କାହା ବିରୋଧରେ ପ୍ରଚାର କରିବେ ନାହିଁ, ତେବେ ସରପଞ୍ଚ ହେଲେ ନିଜେ କ’ଣ କରିବେ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଘରେ ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। କିନ୍ତୁ ନିର୍ବାଚନ ମଇଦାନକୁ ଆସିଲେ ରାଜନୈତିକ ପ୍ରତିଦ୍ୱନ୍ଦୀ ପାଲଟି ଯାଉଛନ୍ତି। ଏଥିପାଇଁ ସେମାନଙ୍କର କୌଣସି ଅସୁବିଧା ହେଉ ନ ଥିବା କହିଛନ୍ତି।

ଅନ୍ୟ ପକ୍ଷରେ ଏହି ପଞ୍ଚାୟତରେ ଗୋଟିଏ ସରପଞ୍ଚ ପଦ ପାଇଁ ୧୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ସମସ୍ତଙ୍କର ନାମାଙ୍କନ ଯାଞ୍ଚ ବେଳେ କାଏମ ରହିଛି। ଅନୁରୂପ ଭାବରେ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ୯ଜଣ ଓ ୧୨ଟି ୱାର୍ଡ ମେମ୍ୱର ପାଇଁ ୩୫ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ପଞ୍ଚାୟତରେ ସମସ୍ତ ୧୪ଟି ପଦ ପାଇଁ ମୋଟ ୫୭ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରେ ଯେ କୌଣସି ପଞ୍ଚାୟତଠାରୁ ଏହି ପଞ୍ଚାୟତରେ ପ୍ରାର୍ଥୀ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି। ଏହି ପଞ୍ଚାୟତରେ ରାଜନୀତି ପ୍ରତି ଲୋକଙ୍କର ଆଗ୍ରହ ରହିଛି ବୋଲି ସ୍ପଷ୍ଟ ଜଣାପଡୁଛି।

ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ଥିବାରୁ ପ୍ରଚାର ଖୁବ୍‍ ଜମିବ। ଏହି ପଞ୍ଚାୟତଟି ପୂର୍ବରୁ ସାକୋସିଂହା ପଞ୍ଚାୟତରେ ଥିଲା। ଗତ ୨୦୧୭ରେ ସ୍ୱତନ୍ତ୍ର ପଞ୍ଚାୟତ ହେଲା। ଜାମୁନାଲି, କୁଇଓ, କୁଇଓ ଜଙ୍ଗଲ ଓ କରଦାଟିକର ଏହି ୪ଟି ଗାଁକୁ ନେଇ ଗଠିତ ହେଲା ଜାମୁନାଳି ପଞ୍ଚାୟତ। ପଞ୍ଚାୟତର ଲୋକ ସଂଖ୍ୟା ୫୨୦୦। ଭୋଟର ସଂଖ୍ୟା ୪୦୪୮। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧୯୦୮ ହୋଇଥିବା ବେଳେ ପୁରୁଷ ଭୋଟର ୨୧୪୦। ଏଥର ଦ୍ୱିତୀୟ ଥର ପାଇଁ ନିର୍ବାଚନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

https://www.thesakala.in/latest-odisha-news/husbands-and-wife-face-to-face-for-the-post-of-sarpanch-in-panchayat-election/article-8704
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର