ଏଣିକି ଶୀଘ୍ର ଚିହ୍ନଟ ହେବ ଓମିକ୍ରନ ମାମଲା: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍

The Sakala Picture
Published On

ଭୁବନେଶ୍ବର: ଏଣିକି  ଓମିକ୍ରନ ମାମଲା ଚିହ୍ନଟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।  ଆସନ୍ତା କାଲି ଓଡ଼ିଶା ଆସିବ ଓମିସିଓର କିଟ। ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ ଆସିବାକୁ ଯାଉଛି । ଟାଟା ଏମଡି ଏହି କିଟ ଓଡ଼ିଶାକୁ ଦେବ। ଏହା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୁତାଣୁ ଚିହ୍ନଟ କରିବାରେ ସାହାଯ୍ଯ କରିବ।  ଆଉ ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡିବନି । ପ୍ରଥମ ପର୍ଯ୍ଯାୟରେ ଟାଟା ଏମଡିକୁ  ୫ ଲକ୍ଷ କିଟ […]

ଭୁବନେଶ୍ବର: ଏଣିକି  ଓମିକ୍ରନ ମାମଲା ଚିହ୍ନଟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।  ଆସନ୍ତା କାଲି ଓଡ଼ିଶା ଆସିବ ଓମିସିଓର କିଟ। ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ ଆସିବାକୁ ଯାଉଛି । ଟାଟା ଏମଡି ଏହି କିଟ ଓଡ଼ିଶାକୁ ଦେବ। ଏହା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୁତାଣୁ ଚିହ୍ନଟ କରିବାରେ ସାହାଯ୍ଯ କରିବ।  ଆଉ ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡିବନି । ପ୍ରଥମ ପର୍ଯ୍ଯାୟରେ ଟାଟା ଏମଡିକୁ  ୫ ଲକ୍ଷ କିଟ ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିଓର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶୀଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିଓର ଅର୍ଡର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସିଓର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର। ଏହି କିଟ ଆସିବା ଦ୍ବାରା ରାଜ୍ୟକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ। ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ। ଓଡ଼ିଶାର ପାଞ୍ଚ ଲକ୍ଷ ଓମିସିୟର କିଟ୍‌ ଅର୍ଡର ପରେ ଟାଟା ଏମଡିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଗିରିଶ କ୍ରିଷ୍ଣମୂର୍ତ୍ତି କହିଥିଲେ, “ଓମିସିଓର ହେଉଛି ଏକମାତ୍ର ଟେଷ୍ଟ୍ କିଟ୍ ଯାହା  ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଏହା ଉପରେ ଭରସା କରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ଅର୍ଡର କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର