ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଡାଏଲ୍ ୧୧୨

The Sakala Picture
Published On

ଭୁବନେଶ୍ବର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର। ଏଣିକି ୩ଜରୁରୀ ସେବା ପାଇଁ  ଗୋଟିଏ ନମ୍ବର ୧୧୨କୁ ଡାଏଲ କରିବାକୁ ପଡ଼ିବ। ଆଜି ସନ୍ଧ୍ଯାରେ ଏହି ସେବାକୁ  ଭିଡିଓ କନଫରେନ୍ସି ମଧ୍ଯାମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । […]

ଭୁବନେଶ୍ବର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର। ଏଣିକି ୩ଜରୁରୀ ସେବା ପାଇଁ  ଗୋଟିଏ ନମ୍ବର ୧୧୨କୁ ଡାଏଲ କରିବାକୁ ପଡ଼ିବ। ଆଜି ସନ୍ଧ୍ଯାରେ ଏହି ସେବାକୁ  ଭିଡିଓ କନଫରେନ୍ସି ମଧ୍ଯାମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ପାଇଁ ଆଉ ଅଲଗା ଅଲଗା ନମ୍ବରକୁ କଲ କରିବାକୁ ପଡିବନି । ଗୋଟିଏ ନମ୍ବରକୁ କଲ କଲେ ମିଳିବ ଏହି ୩ ପ୍ରମୁଖ ଜରୁରୀକାଳୀନ ସେବା । ୧୧୨ କୁ କଲ କଲେ ମିଳିବ ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏହି କାର୍ଯ୍ୟକ୍ରମରେ  ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇଛନ୍ତି । ଏଥି ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ୱାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ପୁଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ଶପ୍ରେସ ପାଇଁ ୧୦୨ କୁ ଡାଏଲ କରିବାକୁ ପଡୁଥିଲା ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସୂଚନାଯୋଗ୍ୟ ୨୦୨୦ ଡିସେମ୍ବର ଦୁଇ ତାରିଖରେ ଜନସାଧାରଣଙ୍କୁ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଯାହାର ଆଜି ଶୁଭାରମ୍ଭ କରାଯିବ।  ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଥିଲେ।

୧୧୨ ସେବା ପାଇଁ ୪-ଡି.ଏସ୍‌.ପି, ୧୫୧-ସବ୍‌ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏତଦ୍‌ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର