ପୌର ନିର୍ବାଚନ: ପଛୁଆ ବର୍ଗଙ୍କୁ ବାଦଦେଇ ସଂରକ୍ଷଣ ତାଲିକା ଦେଲା ବିଏମ୍‍ସି

The Sakala Picture
Published On

ଭୁବନେଶ୍ୱର: ବିଏମ୍‍ସି ନର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷଣ ତାଲିକା ପ୍ରସ୍ତୁତ କରି ନଗର ଉନ୍ନୟନ ବିଭାଗକୁ ପଠାଇଛି ବିଏମ୍‍ସି। ପଞ୍ଚାୟତ ନିର୍ବାଚନ ଢାଞ୍ଚାରେ ପୌର ନିର୍ବାଚନରେ ମଧ୍ୟ ଅନ୍ୟାନ ପଛୁଆ ବର୍ଗ (ଓବିସି) ବର୍ଗଙ୍କୁ ବାଦ୍‍ ଦେଇ ସାନି ସଂରକ୍ଷଣ ନିର୍ଦ୍ଧାରଣ କରି ବିଭାଗ ଏହି ତାଲିକା ପ୍ରଦାନ କରିଛି। ସେହିପରି ଯେଉଁ କିଛି ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି। ୫ […]

ଭୁବନେଶ୍ୱର: ବିଏମ୍‍ସି ନର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ସଂରକ୍ଷଣ ତାଲିକା ପ୍ରସ୍ତୁତ କରି ନଗର ଉନ୍ନୟନ ବିଭାଗକୁ ପଠାଇଛି ବିଏମ୍‍ସି। ପଞ୍ଚାୟତ ନିର୍ବାଚନ ଢାଞ୍ଚାରେ ପୌର ନିର୍ବାଚନରେ ମଧ୍ୟ ଅନ୍ୟାନ ପଛୁଆ ବର୍ଗ (ଓବିସି) ବର୍ଗଙ୍କୁ ବାଦ୍‍ ଦେଇ ସାନି ସଂରକ୍ଷଣ ନିର୍ଦ୍ଧାରଣ କରି ବିଭାଗ ଏହି ତାଲିକା ପ୍ରଦାନ କରିଛି। ସେହିପରି ଯେଉଁ କିଛି ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି। ୫ ତାରିଖ ସୁଦ୍ଧା ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସୀମା ନିର୍ଦ୍ଧାରଣ ତାଲିକା ଦେବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଆଧାର କରି ପୁନର୍ବାର ବିଏମ୍‍ସି ସଂରକ୍ଷଣ ସୀମା ନିର୍ଦ୍ଧାରଣ କରି ଏହି ତାଲିକା ନଗର ଉନ୍ନୟନ ବିଭାଗକୁ ପଠାଇଛି। ବିଏମ୍‍ସିଠାରୁ ଏହି ତାଲିକା ହସ୍ତଗତ ହେବା ପରେ ବିଭାଗ ପକ୍ଷରୁ ୭ ତାରିଖରେ ସାନି ଚିଠା ତାଲିକା ପ୍ରକାଶ ପାଇବ। ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁଣି ଥରେ ସାନି ଚିଠା ତାଲିକା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଏହା ପରେ ବିଭାଗ ଚୁଡ଼ାନ୍ତ ତାଲିକା ପ୍ରକାଶ କରିବ ବୋଲି ପୂର୍ବରୁ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଗତ ୧୦ ତାରିଖରେ ବିଏମ୍‍ସି ନିର୍ବାଚନ ପାଇଁ ଚିଠା ତାଲିକା ପ୍ରକାଶ ପାଇଥିଲା। ଏଥିରେ ୬୭ଟି ଆସନ ମଧ୍ୟରୁ ୨୭ଟି ଆସନକୁ ବିଭିନ୍ନ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା। ସଂରକ୍ଷିତ ଥିବା ୨୭ଟି ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ୧୮ଟି ଆସନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୭ଟି ଆସନ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨ ଟି ଆସନ ସଂରକ୍ଷିତ ରହିଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂରକ୍ଷଣ ତାଲିକାରେ ସରକାରୀ ଭାବେ ପଛୁଆ ବର୍ଗଙ୍କୁ ରଖାଯାଇପାରିବ ନାହିଁ ବୋଲି ବ୍ୟବସ୍ଥା ହୋଇଛି। ଏହାକୁ ଆଧାର କରି ସାନି ତାଲିକା ପ୍ରକାଶ ପାଇବ। ଏହା ଦ୍ୱାରା ଗତ ତାଲିକାରେ ପଛୁଆ ବର୍ଗଙ୍କ ପାଇଁ ଥିବା ୧୮ ଆସନ ଅଣସଂରକ୍ଷିତ ହୋଇଯିବ ବୋଲି ଜଣାପଡ଼ିଛି। ଏମିତି ହେଲେ ପୂର୍ବରୁ ଅଣସଂରକ୍ଷିତ ଥିବା ୨୦ ଆସନ ସହିତ ଆଉ ୧୮ ମିଶି ମୋଟ୍‍ ୩୮ ଟି ଆସନ ଅଣସଂରକ୍ଷିତ ରହିବ ବୋଲି ଜଣାପଡ଼ିଛି। ତେବେ ଏହି ଆସନ ସଂଖ୍ୟା ସମାନ ରହିଲେ ମଧ୍ୟ କିଛି ଆସନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର