ନନ୍ଦନକାନନର ଆଜି ୬୨ତମ ପ୍ରତିଷ୍ଠା ଦିବସ, ୬ବାଘ ଛୁଆର କରାଗଲା ନାମକରଣ

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନର ଆଜି ୬୨ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ଅନେକ କାର୍ଯ୍ଯକ୍ରମ ହାତକୁ ନିଆଯାଇଛି। ମୁଖ୍ୟ ଅତିଥି ଭାବେ ଶିଶିର କୁମାର ରଥ, ପିସିସିଫ ଶଶୀ ପଲ, ନିର୍ଦ୍ଦେଶକ ମନୋଜ ଭି ନୟାର ଯୋଗଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ୬ ବାଘଛୁଆର ନାମକରଣ କରାଯାଇଛି । ସୋହିନୀ, ଆଭ୍ୟା, ବିବେକ, ରକି, ବଂଶୀ ଓ ରାକେଶ ନାଁ ଦିଆଯାଇଛି। ମହାବଳ ବାଘୁଣୀ ମେଘାର ଔରସରୁ ୩ଟି ଛୁଆ ଜନ୍ମ ନେଇଥିବା ବେଳେ […]

ଭୁବନେଶ୍ୱର: ନନ୍ଦନକାନନର ଆଜି ୬୨ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ଅନେକ କାର୍ଯ୍ଯକ୍ରମ ହାତକୁ ନିଆଯାଇଛି। ମୁଖ୍ୟ ଅତିଥି ଭାବେ ଶିଶିର କୁମାର ରଥ, ପିସିସିଫ ଶଶୀ ପଲ, ନିର୍ଦ୍ଦେଶକ ମନୋଜ ଭି ନୟାର ଯୋଗଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ୬ ବାଘଛୁଆର ନାମକରଣ କରାଯାଇଛି । ସୋହିନୀ, ଆଭ୍ୟା, ବିବେକ, ରକି, ବଂଶୀ ଓ ରାକେଶ ନାଁ ଦିଆଯାଇଛି। ମହାବଳ ବାଘୁଣୀ ମେଘାର ଔରସରୁ ୩ଟି ଛୁଆ ଜନ୍ମ ନେଇଥିବା ବେଳେ ଧଳା ମହାବଳ ବାଘୁଣୀ ବିଜୟା ଔରସରୁ ଗତ ମାର୍ଚ୍ଚ ମାସରେ ତିନୋଟି ଛୁଆ ଜନ୍ମ ହୋଇଥିଲେ। ଏମାନଙ୍କର ଆଜି ନାମକରଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଅନ୍ୟପଟେ ଆଜିଠୁ ଟ୍ରାକରେ ଦୌଡ଼ିବ ଟଏ ଟ୍ରେନ୍‌। ଟ୍ରେନରେ ନୂଆ ମୋଟର ଲଗାଇବା ସହ ଡ୍ରାଏରନ୍ କରାଯିବ । ସେପଟେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ଆସନ୍ତା ବର୍ଷ ଆରମ୍ଭ ହେବ ଭିତ୍ତିଭୂମି କାର୍ଯ୍ଯ । ଅତ୍ୟାଧୁନିକ ବିଲ୍ଡିଂ ସହ ଚିଡ଼ିଆଖାନାରେ ରହିବ ହାଇଟେକ୍ ବ୍ୟବସ୍ଥା । ବିଦେଶୀ ସମେତ ରାଜ୍ୟ ବାହାରର ପର୍ଯ୍ଯଟକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ। ଏହାସହ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବଂଶବିସ୍ତାର କରିବା ପାଇଁ ଖୁଆଡ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ୬୧ ବର୍ଷ ମଧ୍ୟରେ ନନ୍ଦନକାନନକୁ ଅନେକ ପଶୁପକ୍ଷୀ ଆସିଛନ୍ତି। ଏଠାରୁ ଅନେକ ପଶୁପକ୍ଷୀ ଅନ୍ୟ ଚିଡିଆଖାନାକୁ ମଧ୍ୟ ଯାଇଛନ୍ତି। ପର୍ଯ୍ଯଟକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି ନନ୍ଦନକାନନ । ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ନନ୍ଦନକାନନ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର