ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି ବିଜେପି ବିଧାୟକ, ଶଙ୍ଖ ଫୁଙ୍କି ସ୍ୱାଗତ କରୁଛି ବିଜେଡି

The Sakala Picture
Published On

ଭୁବନେଶ୍ବର: ବିଧାନସଭାରୁ ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ ଦଳ। ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ନବୀନ ନିବାସ ଅଭିମୁଖେ ବିଜେପି ବିଧାୟଙ୍କୁ ସାଙ୍ଗରେ ନେଇଯାଉଛନ୍ତି ବିଜେଡି ବିଧାୟକ। ନବୀନ ନିବାସରେ ଶଙ୍ଖ ଫୁଙ୍କି ବିଜେପି ବିଧାୟକଙ୍କୁ ବିଜେଡି ମହିଳା କର୍ମୀ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇରହିଛନ୍ତି। ବିଜେଡି ମହିଳା ଓ ଛାତ୍ରୀ ନେତ୍ରୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ସ୍ବାଗତ ପାଇଁ ପ୍ରସ୍ତୁତ ନାରୀ ନେତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ,  ‘ଅତିଥି ଦେବୋ ଭବ’କୁ ସାକାର […]

ଭୁବନେଶ୍ବର: ବିଧାନସଭାରୁ ନବୀନ ନିବାସ ଅଭିମୁଖେ ବିଜେପି ବିଧାୟକ ଦଳ। ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି। ନବୀନ ନିବାସ ଅଭିମୁଖେ ବିଜେପି ବିଧାୟଙ୍କୁ ସାଙ୍ଗରେ ନେଇଯାଉଛନ୍ତି ବିଜେଡି ବିଧାୟକ। ନବୀନ ନିବାସରେ ଶଙ୍ଖ ଫୁଙ୍କି ବିଜେପି ବିଧାୟକଙ୍କୁ ବିଜେଡି ମହିଳା କର୍ମୀ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇରହିଛନ୍ତି। ବିଜେଡି ମହିଳା ଓ ଛାତ୍ରୀ ନେତ୍ରୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସ୍ବାଗତ ପାଇଁ ପ୍ରସ୍ତୁତ ନାରୀ ନେତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ,  ‘ଅତିଥି ଦେବୋ ଭବ’କୁ ସାକାର କରିବାକୁ ବିଜେଡି ପ୍ରସ୍ତୁତ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସୂଚନା ଅନୁଯାୟୀ, ଷଷ୍ଠ ଦିନରେ ମଧ୍ଯ  ବିଧାନସଭାରେ ଅଚଳ ଅବସ୍ଥା ଜାରି ରହିଛି। ଆରମ୍ଭରୁ ଗୃହ ମୁଲତବୀ ରହିଥିବା ବେଳେ ତିନି ଦଳ ଏଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ନାରା ବାଜି କରିଥିବା ବେଳେ ବିଜେଡି ପକ୍ଷରୁ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋ-ହଲ୍ଲା କରାଯାଇଛି । ସେପଟେ କଂଗ୍ରେସ ବିଧାନସଭା ଅଚଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର