ନୂଆ ବର୍ଷରୁ ନୂଆ ବ୍ଯବସ୍ଥା: ଏଣିକି ଘରେ ବସି ଡାଉନଲୋଡ୍ କରିହେବ ଡିଏଲ୍

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ବର୍ଷରୁ ଆଉ ସ୍ମାର୍ଟଚିପ୍ ଥିବା ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ (ଆରସି) ଆଦି ପାଇବା ପାଇଁ ଡାକବାଲାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହିତାଧିକାରୀ ଘରେ ବସି ସିଧାସଳଖ ଡାଉନଲୋଡ୍ କରିପାରିବେ । ଏଥି ପାଇଁ ପରିବହନ ବିଭାଗ ମୂଲ୍ୟ ଧାର୍ଯ୍ୟ କରିଛି। ଡିଏଲ୍, ଆରସି ଆଦି ଡାଉନଲୋଡ୍ କରିବା ପାଇଁ ହିତାଧ୍ୟାକାରୀଙ୍କୁ ୧୪୦ ଟଙ୍କା ଦେବାକୁ ହେବ। ଜାନୁଆରୀ ୧ ତାରିଖରୁ ରାଜ୍ୟର ସମସ୍ତ ଆରଟିଓ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ। […]

ଭୁବନେଶ୍ୱର: ଆସନ୍ତା ବର୍ଷରୁ ଆଉ ସ୍ମାର୍ଟଚିପ୍ ଥିବା ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ (ଆରସି) ଆଦି ପାଇବା ପାଇଁ ଡାକବାଲାକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ହିତାଧିକାରୀ ଘରେ ବସି ସିଧାସଳଖ ଡାଉନଲୋଡ୍ କରିପାରିବେ । ଏଥି ପାଇଁ ପରିବହନ ବିଭାଗ ମୂଲ୍ୟ ଧାର୍ଯ୍ୟ କରିଛି। ଡିଏଲ୍, ଆରସି ଆଦି ଡାଉନଲୋଡ୍ କରିବା ପାଇଁ ହିତାଧ୍ୟାକାରୀଙ୍କୁ ୧୪୦ ଟଙ୍କା ଦେବାକୁ ହେବ। ଜାନୁଆରୀ ୧ ତାରିଖରୁ ରାଜ୍ୟର ସମସ୍ତ ଆରଟିଓ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ହସ୍ତଗତ ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଆରଟିଓରେ ପ୍ରମାଣପତ୍ର ଜାରି ପାଇଁ ୨୦୧୭ ମସିହାରୁ ନିଯୁକ୍ତ ହୋଇଥିବା ଦିଲ୍ଲୀର ଘରୋଇ ସଂସ୍ଥା ସ୍ମାର୍ଟ ଚିପ୍ ଲିମିଟେଡ୍‌ର ଅବଧି ଚଳିତ ବର୍ଷ ଜୁଲାଇ ୨୮ ତାରିଖରୁ ଶେଷ ହୋଇଛି।ଏହି କମ୍ପାନୀକୁ ଆଉ ସେବାରେ ନିୟୋଜିତ ନ କରିବାକୁ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି। ଏନ୍‌ଆଇସି ଜରିଆରେ ପରିବହନ ବିଭାଗ ଏକ ସ୍ବତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରିଛି। କାଗଜପତ୍ର ପ୍ରକ୍ରିୟା ଶେଷ ହେବା ପରେ ହିତାଧ୍ୟାକାରୀଙ୍କ ମୋବାଇଲ୍‌କୁ ଏକ ମ୍ୟାସେଜ୍ ଆସିବ। ଏହା ପରେ ଓଟିପି ଦେଇ ଡିଏଲ୍, ଆଦି ଡାଉନଲୋଡ କରିପାରିବେ । ଏହା ଉଭୟ ପିଡିଏଫ୍ ଏବଂ ପ୍ଲାଷ୍ଟିକ୍ ଫର୍ମାଟରେ ଡାଉନଲୋଡ୍ କରାଯାଇ ପାରିବ । ତେବେ ନୂଆ ବ୍ୟବସ୍ଥା ଆରମ୍ଭ ପାଇଁ ଏହି ସଂସ୍ଥାର କାର୍ଯ୍ୟକାଳକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସଂସ୍ଥା ପ୍ଲାଷ୍ଟିକ୍ କାର୍ଡରେ ଡିଏଲ୍. ଆରସି, କାଗଜ ଯୁକ୍ତ ଲର୍ସର ଲାଇସେନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ହିତାଧିକାରୀଙ୍କୁ ଡାକ ଜରିଆରେ ପଠାଉଥିଲା। ତେବେ ଏଥିରେ ଅନେକ ସମସ୍ୟା ରହୁଥିବା ଅଭିଯୋଗ ଆସୁଥିଲା।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର