ବିଜେପିକୁ ନିରଞ୍ଜନଙ୍କ ପ୍ରଶ୍ନ- ପରୀ ହତ୍ୟାକାଣ୍ଡର କିଛି ଠୋସ୍‌ ପ୍ରମାଣଥିଲେ ଏସ୍‌ଆଇଟିକୁ ଦିଅ, ଅଯଥା ରାଜନୀତି କରନି

The Sakala Picture
Published On

ଭୁବନେଶ୍ବର : ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଆଉ ଏକ ନୂଆ ଖୁଲାସା ହୋଇଛି । ଶିଶୁକୁ ହତ୍ୟା କରିଥିବା ସ୍ବୀକାର କରିଛି ନାବାଳକ ଅଭିଯୁକ୍ତ । କେମିତି ଶିଶୁକୁ ହତ୍ୟା କଲା, କେମିତି ଅଖାରେ ଭର୍ତ୍ତି କରି ପୋଖରୀ ହୁଡାରେ ଫିଙ୍ଗିଲା ତାହାର ଖୁଲାସା ହୋଇଛି । ନିଜେ ଅଭିଯୁକ୍ତ ସତ ମାନିଛି । ଅଭିଯୁକ୍ତ ହତ୍ୟା କରିଥିବା ମାନୁଥିବା ବେଳେ ବିଜେପି […]

ଭୁବନେଶ୍ବର : ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଆଉ ଏକ ନୂଆ ଖୁଲାସା ହୋଇଛି । ଶିଶୁକୁ ହତ୍ୟା କରିଥିବା ସ୍ବୀକାର କରିଛି ନାବାଳକ ଅଭିଯୁକ୍ତ । କେମିତି ଶିଶୁକୁ ହତ୍ୟା କଲା, କେମିତି ଅଖାରେ ଭର୍ତ୍ତି କରି ପୋଖରୀ ହୁଡାରେ ଫିଙ୍ଗିଲା ତାହାର ଖୁଲାସା ହୋଇଛି । ନିଜେ ଅଭିଯୁକ୍ତ ସତ ମାନିଛି । ଅଭିଯୁକ୍ତ ହତ୍ୟା କରିଥିବା ମାନୁଥିବା ବେଳେ ବିଜେପି କିନ୍ତୁ ମାନୁ ନାହିଁ । ବରଂ ଏସଆଇଟି ତଦନ୍ତ ଠିକ୍ ଭାବେ କରୁନି ବୋଲି ଦଳ ପୂର୍ବରୁ ଅଭିଯୋଗ କରି ଆସୁଛି । ପରୀ ହତ୍ୟାକାଣ୍ଡକୁ ପ୍ରଥମରୁ ରାଜନୀତି କରିଆସୁଥିବା ବିଜେପି ଉପରେ ବର୍ଷିଛନ୍ତି  କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଆଜି ଏନେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ପରୀ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଅଯଥା ରାଜନୀତି କରୁଛି। ଦୋଷୀକୁ ଦଣ୍ଡ ଦେବା ନେଇ ବିଜେପିର ଆନ୍ତରିକତା ନାହିଁ । ଯଦି ହତ୍ୟା ସମ୍ପର୍କରେ ବିଜେପି ପାଖରେ କିଛି ଠୋସ୍ ପ୍ରମାଣ ଅଛି ତେବେ ଏସଆଇଟିକୁ ଦେଉ । ଅଯଥା ରାଜନୀତି ନକରୁ।  ଏଥିସହ ହତ୍ୟା ଅଭିଯୁକ୍ତ ବିଜେପିର ଲୋକ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ପରୀ ହତ୍ୟାକାଣ୍ଡର ତଦନ୍ତ ଜଣେ ସଚ୍ଚୋଟ ଅଧିକାରୀ କରୁଛନ୍ତି। ଏନେଇ ହାଇକୋର୍ଟରେ ମଧ୍ୟ ଏସ୍ଆଇଟି ସମସ୍ତ ତଦନ୍ତ ରିପୋର୍ଟ ଦାଖଲ କରିଛି। ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରି ସାରିଥିବା ବେଳେ ଦଣ୍ଡ ବିଧାନ କୋର୍ଟ କରିବେ ବୋଲି ନିରଞ୍ଜନ କହିଛନ୍ତି । ପୂର୍ବରୁ ଏସ୍ଆଇଟି ହତ୍ୟା ଅଭିଯୁକ୍ତକୁ ସେହି ଯଦୁପୁର ଗାଁରୁ ଗିରଫ କରିଥିବା ବେଳେ ବିଜେପି ରାଜନୀତି କରିଥିଲା । ଭୁବନେଶ୍ୱରରୁ ଯଦୁପୁର ଯାଏ ପଦଯାତ୍ରା କରି ତଦନ୍ତ ସହ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରିଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର