ଆସନ୍ତାକାଲିଠୁ ନନ୍ଦନକାନନ ପିଣ୍ଡି ବୁକିଂ; ସ୍ବତନ୍ତ୍ର ଗାଇଡ୍ଲାଇନ୍ ମଧ୍ୟରେ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ଅନୁମତି
ଭୁବନେଶ୍ବର: ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଅପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଭାବେ ପିଣ୍ଡି ବୁକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କରୋନାର ସମସ୍ତ ନୀତି ନିୟମକୁ ଅନୁପାଳନ କରି ଏଠାରେ ବଣଭୋଜି ଚାଲିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ନନ୍ଦନକାନନ ପରିସରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ୧୨ ବର୍ଷରୁ ଅଧିକ ବୟସର ଯୁବକ/ ଯୁବତୀଙ୍କ ପାଇଁ ପ୍ରବେଶ ଶୁଳ୍କ ୨୦ ଟଙ୍କା […]
ଭୁବନେଶ୍ବର: ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଅପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଭାବେ ପିଣ୍ଡି ବୁକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କରୋନାର ସମସ୍ତ ନୀତି ନିୟମକୁ ଅନୁପାଳନ କରି ଏଠାରେ ବଣଭୋଜି ଚାଲିବ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ଦିଆଯାଇଛି। ନନ୍ଦନକାନନ ପରିସରକୁ ପ୍ରବେଶ କରିବା ପାଇଁ ସ୍ବତନ୍ତ୍ର ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ୧୨ ବର୍ଷରୁ ଅଧିକ ବୟସର ଯୁବକ/ ଯୁବତୀଙ୍କ ପାଇଁ ପ୍ରବେଶ ଶୁଳ୍କ ୨୦ ଟଙ୍କା ରଖାଯାଇଥିବା ବେଳେ ଦୁଇଚକିଆ ଓ ତିନିଚକିଆ ପାଇଁ ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଚାରିଚକିଆ ଗାଡ଼ି ପାଇଁ ୧୦୦ ଟଙ୍କା, ବସ୍/ ମିନିବସ୍ ଆଦି ପାଇଁ ୨୦୦ ଟଙ୍କା, ହ୍ୟାଣ୍ଡି କ୍ୟାମେରା ପାଇଁ ୨୦୦ ଟଙ୍କା ଓ ହାଇ ଡେଫିନେସନ୍ର ଭିଡିଓ କ୍ୟାମେରା ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବୁକିଂ ଆରମ୍ଭ ହୋଇଥିବା ବେଳେ ଛୋଟ ପିଣ୍ଡି ପାଇଁ ୨୫୦ଟଙ୍କା, ବଡ଼ ପିଣ୍ଡି ପାଇଁ ୫୦୦ ଟଙ୍କା, ଶେଡ ପାଇଁ ୧୨୦୦ ଟଙ୍କା ଓ ସ୍ବତନ୍ତ୍ର ବଣଭୋଜି ଶେଡ ପାଇଁ ୧୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ଏଥିପାଇଁ ସର୍ଭିସ୍ ଚାର୍ଜ ବାବଦକୁ କିଛି ଅଧିକ ଅର୍ଥ ଦେବାକୁ ପଡ଼ିବ। ଅପରପକ୍ଷେ ହଲିଡେ କଟେଜ୍ ଓ ରେଷ୍ଟ ହାଉସ ବୁକିଂ କରିବାକୁ ହେଲେ ଜଣେ ୨୫୦୦ ଟଙ୍କା ସାଙ୍ଗକୁ ଅଧିକ ସର୍ଭିସ୍ ଚାର୍ଜ ବାବଦରେ ୧୦୦ ଟଙ୍କା ଦେବାକୁ ପଡ଼ିବ । ଅପରପକ୍ଷେ କରୋନା ଗାଇଡ୍ଲାଇନ୍ ର ଅନୁପାଳନ କରି କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିଛନ୍ତି । ତେଣୁ ମାସ୍କ ଓ ସାନିଟାଇଜର ଲଗାଇବାକୁ ବାଧ୍ୟ କରାଯାଇଛି। ଏହାସହ ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି।