୨୯ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ: ବିଲରେ ପାଚିଲା ଧାନ, ଚିନ୍ତାରେ ଚାଷୀ

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇ ଘନୀଭୂତ ହେବ। ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ବର୍ଷା ହେବ। ସେହିପରି ଗୁରୁବାର […]

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇ ଘନୀଭୂତ ହେବ। ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ବର୍ଷା ହେବ। ସେହିପରି ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହେବା ନେଇ କୁହାଯାଇଛି। ବିଭାଗ ପକ୍ଷରୁ ହୋଇଥିବା ଏହି ଆକଳନରେ ଦର୍ଶାଯାଇଛି ଯେ ଲଘୁଚାପ ଟି ଘନୀଭୂତ ହୋଇ ଅବପାତରେ ପରିଣତ ହେବ ଓ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ବିଭାଗ ପକ୍ଷରୁ ୩୪-୬୭ ପ୍ରତିଶତ ଆଶଙ୍କା କରାଯାଇଛି। ତେବେ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୨-୩ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । ଅଧିକାଂଶ ଅଞ୍ଚଳରେ ପାଚିଲା ଧାନ ବିଲରେ ପଡ଼ି ରହିଥିବା ବେଳେ ସମ୍ଭାବ୍ୟ ବର୍ଷା ଚାଷିକୂଳ ପାଇଁ ଚିନ୍ତାର କାରଣ ସାଜିଛି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ଏହି ଲଘୁଚାପ ସମ୍ପର୍କରେ ‘ଆକ୍ୟୁୱେଦର’ର ବିଶିଷ୍ଟ ପାଣିପାଗବିତ ଜ୍ୟାସନ ନିକଲୋସ୍ ଆକଳନ କରି ନିଜ ଟୁଇଟ୍‌ ମାଧ୍ୟମରେ ଦର୍ଶାଇଛନ୍ତି ଯେ, ଚଳିତ ମାସ ଶେଷରେ ଏକ ଲଘୁଚାପ ସୃଷ୍ଟି ହେବ। ତେବେ ଏହି ସମୟରେ ପଶ୍ଚିମ ଦିଗରୁ ଆସୁଥିବା ପଶ୍ଚିମା ଗଡ଼ଗଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପୂର୍ବାମୁଖୀ ହୋଇ ଓ ଉତ୍ତର ପୂର୍ବ ଭାରତରେ ପହଞ୍ଚିବ। ସାଧାରଣତଃ  ଏହା ସହିତ ଯଡ଼ିତ ଗୁରୁଚାପରେଖା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ/ ଅବପାତ କିମ୍ବା ବାତ୍ୟା ନିଜର ଗତିପଥ ବଦଳାଇ ଅ ଆଣ୍ଡମାନସାଗରରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ରୁ ମୁହାଁ ହୋଇଥାନ୍ତି। ତେଣୁ ସମ୍ଭାବ୍ୟ ସିଷ୍ଟମ ମଧ୍ୟ ସମାନ ଘଟଣା ଘଟିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ଅନ୍ୟପଟେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ସମ୍ପର୍କରେ କେହି ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ଅବପାତଟି ଅଧିକ ଶକ୍ତିଶାଳୀ ହୋଇ ପରବର୍ତ୍ତି ପରର୍ଯ୍ଯାୟକୁ ଯାଇପାରେ ବୋଲି ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଓ ପାରିପାର୍ଶ୍ବକ ସ୍ଥିତି ଏହାକୁ ଶକ୍ତିଶାଳୀ କରାଇବ ବୋଲି ମଡେଲ୍‌ଗୁଡ଼ିକ ଆକଳନ କରିଛନ୍ତି। ଅନ୍ୟପଟେ ଆସନ୍ତା ୩-୪ ଦିନ ମଧ୍ୟରେ ଶୀତର ପ୍ରକୋପ ବଢ଼ିବ। କାରଣ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଆରମ୍ଭ ହୋଇଛି । ପାରଦ ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ରାଜ୍ୟ ଉପରେ ଏବେ କିଛି ବିଶେଷ ପାଣିପାଗର ପ୍ରଭାବ ନ ଥିବା ବେଳେ ପାଗ ଅପରିବର୍ତ୍ତିତ ରହିବ ବୋଲି  ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

26 Nov 2021 By The Sakala

୨୯ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ: ବିଲରେ ପାଚିଲା ଧାନ, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇ ଘନୀଭୂତ ହେବ। ୪୮ ଘଣ୍ଟା ମଧ୍ୟରେ ଲଘୁଚାପଟି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ବର୍ଷା ହେବ। ସେହିପରି ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହେବା ନେଇ କୁହାଯାଇଛି। ବିଭାଗ ପକ୍ଷରୁ ହୋଇଥିବା ଏହି ଆକଳନରେ ଦର୍ଶାଯାଇଛି ଯେ ଲଘୁଚାପ ଟି ଘନୀଭୂତ ହୋଇ ଅବପାତରେ ପରିଣତ ହେବ ଓ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ବିଭାଗ ପକ୍ଷରୁ ୩୪-୬୭ ପ୍ରତିଶତ ଆଶଙ୍କା କରାଯାଇଛି। ତେବେ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୨-୩ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବ । ଅଧିକାଂଶ ଅଞ୍ଚଳରେ ପାଚିଲା ଧାନ ବିଲରେ ପଡ଼ି ରହିଥିବା ବେଳେ ସମ୍ଭାବ୍ୟ ବର୍ଷା ଚାଷିକୂଳ ପାଇଁ ଚିନ୍ତାର କାରଣ ସାଜିଛି।

ଏହି ଲଘୁଚାପ ସମ୍ପର୍କରେ ‘ଆକ୍ୟୁୱେଦର’ର ବିଶିଷ୍ଟ ପାଣିପାଗବିତ ଜ୍ୟାସନ ନିକଲୋସ୍ ଆକଳନ କରି ନିଜ ଟୁଇଟ୍‌ ମାଧ୍ୟମରେ ଦର୍ଶାଇଛନ୍ତି ଯେ, ଚଳିତ ମାସ ଶେଷରେ ଏକ ଲଘୁଚାପ ସୃଷ୍ଟି ହେବ। ତେବେ ଏହି ସମୟରେ ପଶ୍ଚିମ ଦିଗରୁ ଆସୁଥିବା ପଶ୍ଚିମା ଗଡ଼ଗଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପୂର୍ବାମୁଖୀ ହୋଇ ଓ ଉତ୍ତର ପୂର୍ବ ଭାରତରେ ପହଞ୍ଚିବ। ସାଧାରଣତଃ  ଏହା ସହିତ ଯଡ଼ିତ ଗୁରୁଚାପରେଖା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ/ ଅବପାତ କିମ୍ବା ବାତ୍ୟା ନିଜର ଗତିପଥ ବଦଳାଇ ଅ ଆଣ୍ଡମାନସାଗରରୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ରୁ ମୁହାଁ ହୋଇଥାନ୍ତି। ତେଣୁ ସମ୍ଭାବ୍ୟ ସିଷ୍ଟମ ମଧ୍ୟ ସମାନ ଘଟଣା ଘଟିବ ବୋଲି ସେ କହିଛନ୍ତି।

ଅନ୍ୟପଟେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ସମ୍ପର୍କରେ କେହି ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ଅବପାତଟି ଅଧିକ ଶକ୍ତିଶାଳୀ ହୋଇ ପରବର୍ତ୍ତି ପରର୍ଯ୍ଯାୟକୁ ଯାଇପାରେ ବୋଲି ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଓ ପାରିପାର୍ଶ୍ବକ ସ୍ଥିତି ଏହାକୁ ଶକ୍ତିଶାଳୀ କରାଇବ ବୋଲି ମଡେଲ୍‌ଗୁଡ଼ିକ ଆକଳନ କରିଛନ୍ତି। ଅନ୍ୟପଟେ ଆସନ୍ତା ୩-୪ ଦିନ ମଧ୍ୟରେ ଶୀତର ପ୍ରକୋପ ବଢ଼ିବ। କାରଣ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଆରମ୍ଭ ହୋଇଛି । ପାରଦ ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ରାଜ୍ୟ ଉପରେ ଏବେ କିଛି ବିଶେଷ ପାଣିପାଗର ପ୍ରଭାବ ନ ଥିବା ବେଳେ ପାଗ ଅପରିବର୍ତ୍ତିତ ରହିବ ବୋଲି  ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର