ରଘୁ ‘ଦହିବରା – ଆଳୁଦମ୍’: କଟକ ନୁହେଁ ସମଗ୍ର ଓଡ଼ିଶାରେ ରହିଛି ତାଙ୍କର ଭିନ୍ନ ପରିଚୟ

The Sakala Picture
Published On

କଟକ: ହଜାରେ ବର୍ଷର ଐତିହାସିକ ସହର କଟକ | ଲୋକମୁଖରେ ଏହା ‘ବାଉନ ବଜାର ତେପନ ଗଳି’ର ସହର ଭାବେ ପରିଚିତ। ଏହି ପ୍ରାଚୀନ ସହରର ଏକ ସ୍ଵାତନ୍ତ୍ର୍ୟତା ରହିଛି। କଟକର ସୁନା, ରୁପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ଇତିହାସର ମୂକସାକ୍ଷୀ ଥିବା ଅନେକ ଐତିହ୍ୟସ୍ଥଳ ଏହି ସହରର ଛାତି ଉପରେ ବିରାଜମାନ। ପ୍ରାୟ ନଅ ଶହବର୍ଷ […]

କଟକ: ହଜାରେ ବର୍ଷର ଐତିହାସିକ ସହର କଟକ | ଲୋକମୁଖରେ ଏହା ‘ବାଉନ ବଜାର ତେପନ ଗଳି’ର ସହର ଭାବେ ପରିଚିତ। ଏହି ପ୍ରାଚୀନ ସହରର ଏକ ସ୍ଵାତନ୍ତ୍ର୍ୟତା ରହିଛି। କଟକର ସୁନା, ରୁପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ଇତିହାସର ମୂକସାକ୍ଷୀ ଥିବା ଅନେକ ଐତିହ୍ୟସ୍ଥଳ ଏହି ସହରର ଛାତି ଉପରେ ବିରାଜମାନ। ପ୍ରାୟ ନଅ ଶହବର୍ଷ ଧରି ଏହି ଥିବା କଟକ ମଧ୍ୟ ସୁସ୍ବାଦୁ ଖାଦ୍ୟ ପରଷିବାରେ ପଛରେ ପଡ଼ିନାହିଁ। କଟକ ସହର ଦହିବରା-ଆଳୁଦମ୍ ପାଇଁ ଖ୍ୟାତିଲାଭ କରିଛି । ଏହା ଏକ ଜଳଖିଆ ଭାବରେ ଅନେକ ବିବାହ ତଥା ପୂଜା ପାର୍ବଣ ଓ ଉତ୍ସବରେ ପରଷାଯାଇଥାଏ । ଏପରିକି କଟକକୁ ଆସୁଥିବା ବ୍ୟକ୍ତି ଦହିବରା ନ ଖାଇ କେବେ ଫେରେନି ବୋଲି କୁହାଯାଏ । ବାଲିଯାତ୍ରା ବୁଲିବା ହେଉ କି ବାରବାଟୀ ଷ୍ଟାଡିୟମ୍‌ରେ କ୍ରିକେଟ୍ ଖେଳ ଦେଖିବା ହେଉ, ଦହିବରା ଆଳୁଦମ୍ ନ ଖାଇଲେ ମନ ବୁଝେନାହିଁ। କଟକର ଗଳିକନ୍ଦିରେ ମାଳମାଳ ଦହିବରା ବ୍ୟବସାୟୀଙ୍କ ଭିତରୁ ଯିଏ ଚର୍ଚ୍ଚାର ସବୁଠୁ ଆଗରେ ସେ ହେଲେ ରଘୁନାଥ ସାସମଲ। ରଘୁ ଦହିବରା ନାମରେ କେବଳ କଟକ ନୁହେଁ ସମଗ୍ର ଓଡ଼ିଶାରେ ତାଙ୍କର ଭିନ୍ନ ପରିଚୟ ରହିଛି। ପରିଣତ ବୟସରେ ମଧ୍ୟ ଦହିବରା-ଆଳୁଦମର ଗୁଣାତ୍ମକ ମାନକୁ ଏଯାବତ୍ ବଜାୟ ରଖୁଛନ୍ତି ରଘୁ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

କଟକରେ ଅନେକ ଜଣ ଦହିବରା ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି। ତଥାପି ରଘୁ ମଉସାଙ୍କ ଦହିବରା ସବୁଠୁ ନିଆରା। ଏହାଛଡ଼ା କଟକରେ ପ୍ରାୟତଃ ସ୍ଥାନରେ ଦହିବରା ସାଙ୍ଗରେ କେବଳ ଆଳୁଦମ୍ ପରଷା ଯାଏ। ଯାହା କଟକ ଦହିବରାର ସ୍ୱତନ୍ତ୍ରତା। ଅନ୍ୟ କିଛି ସ୍ଥାନରେ ଦହିବରା ସହିତ ଘୁଗୁନି ଓ ଆଳୁଦମ୍ ଉଭୟ ଦିଆଯାଉଥବା ଦେଖିବାକୁ ମିଳେ। ରଘୁ ମଉସା ଏବେ ୮୭ ବର୍ଷରେ ପଦାର୍ପଣ କଲେଣି। ବିଗତ ୬ ଦଶନ୍ଧି ହେଲାଣି ସେ ଦହିବରା ବିକ୍ରି କରି ବେଶ୍ ପ୍ରସିଦ୍ଧି ହାସଲ କରିଛନ୍ତି । ଏବେ ତାଙ୍କ ପୁଅ କେଦାରନାଥ ସାସମଲ ଏହି ବ୍ୟବସାୟକୁ ସମ୍ଭାଳୁଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ରଘୁ ଦହିବରାର ସ୍ଵତନ୍ତ୍ରତା ବିଷୟରେ ସେ କୁହନ୍ତି ଯେ, ‘ଭଲ ଖାଦ୍ୟ ତିଆରି କରିବାକୁ ହେଲେ ଭଲ ସାମଗ୍ରୀର ବ୍ୟବହାର କରିବାକୁ ପଡ଼େ । ଯେପରିକି ଏଠାରେ ଦେଶୀ ବିରି ସହିତ ମିଳେ ବାଲାମୀ ଚାଉଳ। ଶସ୍ତା ସାମଗ୍ରୀ କରୁଛନ୍ତି ଦ୍ବାରା କେବେ ଭଲ ଖାଦ୍ୟ ତିଆରି କରି ହେବନାହିଁ । ଗାଁଗହଳିରୁ ଦେଶୀ ବିରି ଓ କଟକ ବଜାରରୁ ବାଲାମୀ ଚାଉଳ କିଣିବାକୁ ପଡ଼ୁଛି । ଦହିବରା-ଆଳୁଦମ୍ ତିଆରି କରିବା ଖୁବ୍ ସହଜ। ତେବେ ଗୁଣାତ୍ମକ ମାନର ଖାଦ୍ୟ ସାମଗ୍ରୀ ଓ ଭାଗମାପ ଠିକ୍ ରଖୁଲେ ସୁସ୍ବାଦୁ ଦହିବରା ଓ ଆଳୁଦମ୍ ତିଆରି କରିହେବ।’

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଆବଶ୍ୟକ ସାମଗ୍ରୀ

ଦେଶୀ ବିରି ଏକ କେଜି, ବାଲାମୀ ଚାଉଳ ୬୦୦ଗ୍ରାମ, ଦହି, କଞ୍ଚାଲଙ୍କା, ଦେଶୀ ଆଳୁ, ଜିରା, ପୋସ୍ତକ, ଧନିଆ, ଗରମ ମସଲା ପ୍ୟାକେଟ, ପିଆଜ, ଅଦା, ରସୁଣ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବିରି ଓ ଚାଉଳକୁ ଏକସଙ୍ଗରେ ପାଣିରେ ଭିଜାନ୍ତୁ। ଅତିକମ୍‌ରେ ୪ରୁ ୫ ଘଣ୍ଟା ଭିଜାଇବାକୁ ପଡ଼ିବ । ପରେ ଚାଉଳ ଓ ବିରିକୁ ବାଟନ୍ତୁ କିମ୍ବା ଗ୍ରାଇଣ୍ଡିଂ କରନ୍ତୁ। ବାଟିରେ ବରାର ସ୍ବାଦ ଭିନ୍ନ ଆସିବ। ବାଟି ସାରିବା ପରେ ସେଥିରେ ସୋଢ଼ା ଓ ସ୍ବାଦ ଅନୁସାରେ ଲୁଣ ଦେଇ ପୁଣି ଏକ ଘଣ୍ଟା ରଖନ୍ତୁ । ଏହା ପରେ ବରା ଛାଣନ୍ତୁ । ସମସ୍ତ ବରାକୁ ଏକ ସାଥିରେ ପାଣିରେ ପକାନ୍ତୁ। ବରାଗୁଡ଼ିକର ରଙ୍ଗ ଧଳା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ପରେ ବରା ଥିବା ପାତ୍ରରେ ଦହି ପକାନ୍ତୁ। ଆବଶ୍ୟକ ହେଲେ ଦହିରେ ଅଦା ଓ ଲଙ୍କାର ପେଷ୍ଟ ପକାଇ ପାରିବେ । ଏହା ଦହିର ସ୍ବାଦକୁ ବଢ଼ାଇଥାଏ | ସେହିଭଳି ଆଳୁଦମ୍ ପାଇଁ ଦେଶୀ ଆଳୁର ବ୍ୟବହାର କରନ୍ତୁ। ଆଳକୁ ସିଝାନ୍ତୁ। ଜିରା, ପୋସ୍ତକ, ଧନିଆ, ଗରମ ମସଲା, ପିଆଜ, ଅଦା, ରସୁଣ ଦେଇ ଘରେ ଯେପରି ମସଲା କରନ୍ତି, ସେପରି ମସଲା ପ୍ରସ୍ତୁତ କରନ୍ତୁ ଲୁଣ ନିଜ ସ୍ବାଦ ଅନୁସାରେ ବ୍ୟବହାର କରନ୍ତୁ। ଆଳୁଦମ୍‌ରେ ପାଣିର ଭାଗ ମଧ୍ୟ ନିଜ ଆବଶ୍ୟକତା ଅନୁସାରେ ଦିଅନ୍ତୁ । ପରଷିବା ସମୟରେ ଆଲୁଦମ୍ ଉପରେ ଦହିବରା ପକାଇ ସରୁ ସରୁ କଟାଯାଇଥିବା ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର, ସେଉ(ବେସନର ସେଉ) ପକାଇ ପରଷନ୍ତୁ।

04 Nov 2021 By The Sakala

https://www.thesakala.in/latest-odisha-news/raghu-dahibara-aludam-different-identity-of-all-over-odisha/article-6600
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର