ଲୋକାର୍ପିତ ହେଲା ‘ ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ : ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି […]

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ମାସରେ ୧୩ ପରବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି । ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏହି ପ୍ରତିଯୋଗିତାକୁୂ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁୂଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ଅଫିସର ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ । ଯାହା ଏହି ପ୍ରତିଯୋଗିତାକୁ ସଫଳ ଓ ଲୋକାଦୃତ କରାଇପାରିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବାବେଳେ ସେ ନିଜେ ଓଡ଼ିଆଙ୍କ ନିଜସ୍ୱ ଖାଦ୍ୟ ‘ପଖାଳ’ ଖାଇବାକୁ ପସନ୍ଦ କରିଥାନ୍ତି । ଏପରିକି ଦେଶର ପ୍ରମୁଖ ରାଜନୀତିଜ୍ଞମାନଙ୍କୁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଖାଦ୍ୟରେ ଆପାୟ୍ୟିତ କରାଇବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଭୁଲନ୍ତି ନାହିଁ । ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଆଶା । ଓଡ଼ିଆ ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାର ସିଜିନ-୨ କାର୍ଯ୍ୟକ୍ରମକୁ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଉଛି ।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

ଏହି ଅବସରରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ ଯେ, ଗତବର୍ଷ କରୋନା ମହାମାରୀ ଯୋଗୁଁ ଲୋକମାନେ ଘରୁ ପଦାକୁ ଆସି ପାରୁ ନଥିବାବେଳେ ଗୃହିଣୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଓଟିଡିସି ପକ୍ଷରୁ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ହୋଇଥିଲା, ଯାହା ବେଶ ଆଦୃତ ହୋଇପାରିଥିଲା।ଓଡ଼ିଆ ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର ପାଇଁ ଏହି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରାଯାଉଛି । ପ୍ରତିଯୋଗିତାର ସର୍ତ୍ତାବଳୀ ଗତବର୍ଷ ଯାହା ଥିଲା ଚଳିତବର୍ଷ ସମାନ ରହିଛି । ମାତ୍ର ଏଥର ସାମାନ୍ୟ ଟିକେ ପରିବର୍ତ୍ତନ ହୋଇଛି। ବିଚାରକଙ୍କ ଦ୍ଵାରା ଚୟନିତ ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙ୍କୁ ଏଥର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେଇ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀର ସୁଟିଂ କରାଯିବ। ଯାହାର ସିଧାସଳଖ ପ୍ରସାରଣ ଟିଭି ଚ୍ୟାନେଲ ମାଧ୍ୟମରେ ଦର୍ଶକ ଦେଖିପାରିବେ । ନିଜର ଖାଦ୍ୟ ଭିଡିଓ ପ୍ରସ୍ତୁତ କରି ମହିଳାମାନେ ଅନଲାଇନରେ ଆବେଦନ କରିପାରିବେ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର,ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମ ସିଜନର ବିଜୟିନୀ ଦେବଯାନୀ ଦାସ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

06 Oct 2021 By The Sakala

https://www.thesakala.in/latest-odisha-news/ama-ghara-ama-handishala-the-world-will-see-the-odia-food/article-5907
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର