ଶିମିଳିପାଳରେ ନିଆଁ ଲିଭିବା ନେଇ ଆଶା ଜାଗ୍ରତ, ପିଠାବଟା ରେଞ୍ଜ ଅଞ୍ଚଳରେ କୁଆପଥର ବର୍ଷା

The Sakala Picture
Published On

ଭୁବନେଶ୍ବର : କିଛି ଦିନ ହେବ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ।  ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ବିଗତ ୨ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ମୟୂରଭଂଜ ସମେତ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିଲେ।। ନିଆଁକୁ ଆୟତ୍ତ […]

ଭୁବନେଶ୍ବର : କିଛି ଦିନ ହେବ ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ।  ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଛି ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ତେବେ ବିଗତ ୨ ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଥିବାରୁ ମୟୂରଭଂଜ ସମେତ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିଲେ।। ନିଆଁକୁ ଆୟତ୍ତ କରିବାକୁ ରାଜ୍ୟ ସରକାର ଆପ୍ରାଣ ଚେଷ୍ଟା ଜାରି ରଖିଥିଲେ । ତଥାପି କିଛି ଅଂଚଳରେ ନିଆଁ ଲିଭୁନଥିଲା । ଯାହା ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ଶିମିଳିପାଳର କିଛି ଅଂଚଳରେ ବର୍ଷା ହେବା ଖବର ଲୋକଙ୍କ ମନକୁ ଆଶ୍ୱସ୍ତ କରିଛି । ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା ହେବା ଫଳରେ  କିଛି ଦିନ ହେବ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଆଜି ସକାଳୁ ଆକାଶ କୋହଲା ସହ ମେଘାଚ୍ଛନ ରହିଛି। ଶିମିଳିପାଳର ଗୁଡୁଗୁଡ଼ିଆ, ପୀଠାବଟା, ସମେତ ବାରିପଦା, କରଞ୍ଜିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଛି । କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଅଳ୍ପ ସମୟ ପାଇଁ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି। ଶିମିଳିପାଳ ଜାତୀୟ ଉଦ୍ୱାନରେ ଲାଗିଥିବା ନିଆଁ ଲିଭାଇବାରେ ଅଳ୍ପକେ ହେଲେ ମଧ୍ୟ ଏହି ପ୍ରାକୃତିକ ବର୍ଷା ସହାୟକ ହୋଇପାରିବ। ତେଣୁ ଶିମିଳିପାଳ ପାଦଦେଶର ଗ୍ରାମବାସୀ ସମେତ ମୟୂରଭଞ୍ଜ ଜିଲ୍ଲାବାସୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ଆକାଶରେ ଧୂଆଁଳିଆ ପାଗ ସୃଷ୍ଟି ହୋଇଛି। ପ୍ରକୃତି ବିନାଶ ରଚୁଥିବା ବେଳେ ପ୍ରକୃତି ହିଁ ବିନାଶରୁ ରକ୍ଷା କରିଥାଏ ବୋଲି ପରିବେଶବିତ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର