ଧୋକାଦେଲା ଛତିଶଗଡ଼; ସମ୍ଭାଳିନେଲା ଓଡିଶା । ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ହୀରାକୁଦ କର୍ତ୍ତୃପକ୍ଷଙ୍କ ସଠିକ ପଦକ୍ଷେପ ଯୋଗୁଁ ଟଳିଲା ବଡ଼ ବନ୍ୟା ଆଶଙ୍କା

The Sakala Picture
Published On

ସମ୍ବଲପୁର: ଏଥର ବେଶ୍ ସତର୍କତାର ସହ ମହାନଦୀ ବନ୍ୟାକୁ ରାଜ୍ୟ ସରକାର ପରିଚାଳନା କରିଛନ୍ତି। ଛତିଶଗଡ଼ ସରକାର ରୁଲ୍ କର୍ଭକୁ ବେଖାତିର କରି ହଠାତ ପାଣି ଛାଡ଼ିଦେଇଥିବାରୁ ଓଡ଼ିଶା ପାଇଁ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠିକ୍ ସମୟରେ ପଦକ୍ଷେପ ଯୋଗୁ ମହାନଦୀରେ ବଡ଼ ବନ୍ୟା ଆଶଙ୍କାକୁ ଟାଳିଦିଆଯାଇପାରିଛି। ଗତ କିଛି ଦିନ ପୂର୍ବରୁ ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିଲା। ଏପରିକି […]

ସମ୍ବଲପୁର: ଏଥର ବେଶ୍ ସତର୍କତାର ସହ ମହାନଦୀ ବନ୍ୟାକୁ ରାଜ୍ୟ ସରକାର ପରିଚାଳନା କରିଛନ୍ତି। ଛତିଶଗଡ଼ ସରକାର ରୁଲ୍ କର୍ଭକୁ ବେଖାତିର କରି ହଠାତ ପାଣି ଛାଡ଼ିଦେଇଥିବାରୁ ଓଡ଼ିଶା ପାଇଁ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ଠିକ୍ ସମୟରେ ପଦକ୍ଷେପ ଯୋଗୁ ମହାନଦୀରେ ବଡ଼ ବନ୍ୟା ଆଶଙ୍କାକୁ ଟାଳିଦିଆଯାଇପାରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଗତ କିଛି ଦିନ ପୂର୍ବରୁ ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଥିଲା। ଏପରିକି ଡ୍ୟାମର ଉପରମୁଣ୍ଡ ଅର୍ଥାତ୍ ଛତିଶଗଡ଼ରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିଲା। ତେବେ ବିନା ଆଗୁଆ ସୂଚନାରେ ଛତିଶଗଡ଼ ତିଆରି କରିଥିବା ବ୍ୟାରେଜର ଗେଟ୍ ଖୋଲି ଥିଲା। ଏହା ଫଳରେ ଏକ ସଙ୍ଗରେ ବନ୍ୟା ପାଣି ହୀରାକୁଦ ଡ୍ୟାମ ମଧ୍ୟକୁ ପ୍ରବେଶ କରିଥିଲା। ଲକ୍ଷାଧିକ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ବିଚଳିତ ନ ହୋଇ ସୁପରିଚାଳନା କରିଥିଲେ । ଫଳରେ ଏକ ବଡ ଧରଣର ବନ୍ୟା ଟଳିଥିଲା। ପୂର୍ବରୁ ଏସଆରସି ଏକ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସୂଚନା ଦେଇଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା; ମାତ୍ର ଅଗଷ୍ଟ ଶେଷ ସୁଦ୍ଧା ଭଲ ବର୍ଷା ହେଲା ନାହିଁ । ରୁଲ କର୍ଭ ଅନୁଯାୟୀ ହୀରାକୁଦ ଜଳସ୍ତର ତଳେ ରହିଥିଲା। ତେବେ ସେପ୍ଟେମ୍ବର ମଧ୍ୟ ଭାଗରେ ଭଲ ବର୍ଷା ହେବାରୁ ଜଳସ୍ତର ବୃଦ୍ଧି ପାଇଥିଲା। ଅଗଷ୍ଟ ମାସରେ ୭୦ ପ୍ରତିଶତ ବର୍ଷା ହୋଇଥିଲେ ସୁଦ୍ଧା ଉପରମୁଣ୍ଡରୁ ମାତ୍ର ୩୧ ପ୍ରତିଶତ ପାଣି ଜଳଭଣ୍ଡାରରେ ପ୍ରବେଶ କରିଥିଲା । ଶେଷ ସମୟରେ ଜଳଭଣ୍ଡାରକୁ ଉପରମୁଣ୍ଡରୁ ୨ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବେଶ କରିଥିଲା। ଗତ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ସର୍ବାଧିକ ୩ ଲକ୍ଷ ୧୯ ହଜାର ୧୩୯ ଘନଫୁଟ ଜଳ ପ୍ରବେଶ କରିଥିଲା। ରୁଲ କର୍ଭ ଅନୁଯାୟୀ ଗେଟ୍ ଖୋଲା ଯାଇଥିଲା । ଚଳିତ ବର୍ଷ ୟୁନିକ ହାଇଡ୍ରୋ ମେଟ୍ରୋଲିଜିକାଲ ଇୟର ଭାବେ ବିବେଚନା କରାଯାଇଛି। ହୀରାକୁଦ ନଦୀବନ୍ଧର ଜଳକୁ ନିୟନ୍ତ୍ରଣ କରାଯାଇ ପାରୁଛି। ତେଲ ନଦୀର ଜଳକୁ ନିୟନ୍ତ୍ରଣ ପାଇଁ ସେଭଳି ବ୍ୟବସ୍ଥା ରହିନାହିଁ । ତେଲ ନଦୀ ଅବବାହିକାରେ ବର୍ଷା ହେଲେ ଜଳସ୍ତର ବୃଦ୍ଧି ପାଇଥାଏ। ଏଭଳି ସ୍ଥଳେ ତେଲ ନଦୀରେ ଭଲ ବର୍ଷା ହୋଇଥିଲା । ସେହି ବର୍ଷା ଜଳ ନିଷ୍କାସନ ପରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ କରିଥିଲେ ବୋଲି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ ଇଂ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର