ଚାନ୍ଦିପୁର ପ୍ରତିରକ୍ଷା ଘାଟି ଗୁପ୍ତଚର ଲିଙ୍କ ମାମଲାରେ ଆଉ ଜଣେ ଗିରଫ, କ୍ରାଇମବ୍ରାଞ୍ଚ ସ୍କାନରରେ ଆହୁରି କିଛି କର୍ମଚାରୀ

The Sakala Picture
Published On

ବାଲେଶ୍ଵର: ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ)ଅଧିନରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ରୁ ଦେଶର ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଲିକ୍ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଏସଆଇଟି ଗତକାଲି ରାତିରେ ବାଲେଶ୍ଵର ରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଆରମ୍ଭ ସମୟରେ ଚାନ୍ଦିପୁର ଥାନାରେ ୟୁଏସ ୧୨୦-ବି,୧୨୧-ଏ,୩୪ ଆଇପିସି,ସେକ୍ସନ ୩,୪,୫ ଅଫ ଅଫିସିଆଲ ସିକ୍ରେଟ ଏକ୍ଟ ୧୯୨୩ ଦଫା ଲଗାଇ ରୁଜୁ […]

ବାଲେଶ୍ଵର: ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆରଡିଓ)ଅଧିନରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ ରୁ ଦେଶର ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ଲିକ୍ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଏସଆଇଟି ଗତକାଲି ରାତିରେ ବାଲେଶ୍ଵର ରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ଆରମ୍ଭ ସମୟରେ ଚାନ୍ଦିପୁର ଥାନାରେ ୟୁଏସ ୧୨୦-ବି,୧୨୧-ଏ,୩୪ ଆଇପିସି,ସେକ୍ସନ ୩,୪,୫ ଅଫ ଅଫିସିଆଲ ସିକ୍ରେଟ ଏକ୍ଟ ୧୯୨୩ ଦଫା ଲଗାଇ ରୁଜୁ ହୋଇଥିବା ୭୬ ନମ୍ବର ମାମଲାର ଅଭିଯୋଗ ପତ୍ର,ପୁଲିସ ଦ୍ବାରା ହୋଇଥିବା ତଦନ୍ତର ରିପୋର୍ଟକୁ ପୁଲିସ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିଥିବା ଜଣା ପଡିଛି। କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଶୋୟୀଙ୍କ ନେତୃତ୍ବରେ ଏହି ଟିମରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଜଣେ ଇନ୍ସପେକ୍ଟର,ଜଣେ ସବଇନ୍ସିପେକ୍ଟର ଓ ଜଣେ ବରିଷ୍ଠ ଅଧିକାରୀ ଏହି ଟିମ୍ ସଦସ୍ୟ ରହିଥିବାର ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଆଜି ପୂର୍ବାହ୍ନରେ ୪ ଜଣିଆ ଟିମ ବାଲେଶ୍ଵର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଦୀର୍ଘ ସମୟ ଧରି ମାମଲା ସଙ୍କ୍ରାନ୍ତୀୟ ବିଭିନ୍ନ ତଥ୍ୟ ହାସଲ କରିଥିଲେ। ଅନ୍ୟପକ୍ଷରେ ଗତ ଦୁଇଦିନ ଧରି ଚାନ୍ଦିପୁର ପୁଲିସ ଦ୍ବାରା ଅଟକ ଥିବା ଦୁଇ ସନ୍ଦିଗ୍ଧ ଙ୍କ ମଧ୍ୟରୁ ପୁଲିସ ଜଣକୁ ଗିରଫ କରିଛି ବୋଲି କୁହାଯାଇଛି।ଗିରଫ ହୋଇଥିବା ଏହି ଅଭିଯୁକ୍ତ ଜଣକ ଆଇଟିଆର ର ସ୍ଥାୟୀ କର୍ମଚାରୀ ଓ ସେ ଉତ୍ତରପ୍ରଦେଶ ନିବାସୀ ସଚିନ କୁମାର ବୋଲି ସୂଚନା ମିଳିଛି। ଆଇଟିଆର ର ଜଣେ ବରିଷ୍ଠ ପଦାଧିକାରୀ ଙ୍କ ଗାଡ଼ି ସେ ହିଁ ଚାଳନା କରୁଥିବାରୁ ତାଙ୍କ ଗିରଫଦାରୀ ପ୍ରତିରକ୍ଷା ବିଶେଷଜ୍ଞ ମାନଙ୍କ ମଧ୍ୟରେ ଦେଶର ସୁରକ୍ଷା ଚିନ୍ତାକୁ ବଢାଇ ଦେଇଛି। ଅନ୍ୟପକ୍ଷରେ ଗତ ୧୪ ତାରିଖରେ ଆଇଟିଆର ରୁ ତଥ୍ୟ ଲିକ ଘଟଣାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ଗତକାଲି ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦିପୁର ଆଇଟିଆରରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ପଞ୍ଚାୟତର ଝାମ୍ପରା ଗାଁର ବସନ୍ତ ବେହେରା (୫୨),ଡିଜି ଅପରେଟର ଭାବେ କାର୍ଯ୍ୟ କରୁଥିବା ସଦର ଥାନା ବୁଆଁଳ ଗ୍ରାମର ହେମନ୍ତ କୁମାର (୫୨),ସଦର ଥାନା ପଳସିଆ ଗ୍ରାମର ତାପସ ରଞ୍ଜନ ନାୟକ(୪୧) ଓ ଆଇଟିଆଇ ରେ ସେହି ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ଏସକେ ମସାଫିର(୩୨)।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଏମାନଙ୍କୁ ପୁଲିସ ଜେରା କରିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ଜଣାପଡିଛି। ସେହି ତଥ୍ୟ ଆଧାରରେ ଗୁପ୍ତଚରୀ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ସ୍କାନରରେ ଆହୁରି କିଛି ଠିକା କର୍ମଚାରୀ ଓ ସ୍ଥାୟୀ କର୍ମଚାରୀ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି। ସେହିପରି ବିଚାର ବିଭାଗୀୟ ହାଜତରେ ଥିବା ଉକ୍ତ ୪ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ରିମାଣ୍ଡରେ ନେବା ନିଶ୍ଚିତ ବୋଲି କୁହାଯାଇଛି। ସବୁଠୁ ବଡ କଥା ହେଲା, ଏହି ଦେଶଦ୍ରୋହୀଙ୍କ ପୂରା ଚେନ୍ କେଉଁ ଆଡକୁ ବ୍ୟାପିଛି ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ଇଶ୍ୱର ବେହେରା ମାମଲାରେ ମଧ୍ୟ ତଦନ୍ତ ସମାନ ଦିଗରେ ଆଗେଇ ଥିଲା । ଏପରକିି ଏନଆଇଏ ମଧ୍ୟ ଷଡଯନ୍ତ୍ର ଉପରୁ ପରଦା ହଟାଇଥିଲା ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର