ଫେକ ବିଦ୍ୟୁତ ବିଲ ଆଦାୟ କରି ଗିରଫ ହେଲେ ଯୁବକ, ୟୁଟ୍ୟୁବ ସାଜିଥିଲା ମାଧ୍ୟମ

The Sakala Picture
Published On

ବାଲିମେଳା: ୟୁଟ୍ୟୁବ ରୁ ଶିଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଯୁବକ, ଏପରି ଦୀର୍ଘ ଦିନ ଧରି ଠକି ଆସୁଥିଲେ ନିରୀହ ଗରିବ ଆଦିବାସୀଙ୍କୁ। ତେବେ ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ର କିଛି ଗ୍ରାମରେ ହେଉଥିବା ଦେଖିବାକୁ ମିଳିଛି। ଓରକେଲ ଥାନା ଅନ୍ତର୍ଗତ ଏମଭି-୩୦ ଗ୍ରାମର ନବ କିଶୋର ବିଶ୍ୱାସ ନାମକ ଯୁବକ(୨୫), ଟାଟା କମ୍ପାନୀ ବିଲିଂ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ […]

ବାଲିମେଳା: ୟୁଟ୍ୟୁବ ରୁ ଶିଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଯୁବକ, ଏପରି ଦୀର୍ଘ ଦିନ ଧରି ଠକି ଆସୁଥିଲେ ନିରୀହ ଗରିବ ଆଦିବାସୀଙ୍କୁ। ତେବେ ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ର କିଛି ଗ୍ରାମରେ ହେଉଥିବା ଦେଖିବାକୁ ମିଳିଛି। ଓରକେଲ ଥାନା ଅନ୍ତର୍ଗତ ଏମଭି-୩୦ ଗ୍ରାମର ନବ କିଶୋର ବିଶ୍ୱାସ ନାମକ ଯୁବକ(୨୫), ଟାଟା କମ୍ପାନୀ ବିଲିଂ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ କମ୍ପାନୀ ଅଧୀନରେ ବିଦ୍ୟୁତ ବିଲିଂ ଆଦାୟ କର୍ମଚାରୀ ଭାବେ କାମ କରି ଆସୁଥିଲେ। କିନ୍ତୁ କିଛି ମାସ ପୂର୍ବେ ସେ ନିଜର ମୁଣ୍ଡ ଖର୍ଚ୍ଚ କରି ୟୁଟ୍ୟୁବ ରୁ କିପରି ଫେକ ବିଦ୍ୟୁତ ବିଲ ତିଆରି କରାଯିବ ତାହା ଶିଖିଥିଲେ। ଏବଂ ସେହି କୌଶଳ ସେ ପ୍ରୟୋଗ କରି ଫେକ ବିଦ୍ୟୁତ ବିଲ ବନେଇବାରେ ସକ୍ଷମ ହୋଇଥିଲେ। ତେବେ ନବଙ୍କ ଡ୍ୟୁଟି କୋରୁକୋଣ୍ଡା ବ୍ଲକ ର ସୋମନାଥପୁର ପଞ୍ଚାୟତ ଏବଂ ଚିତାପାରି-୩ ପଞ୍ଚାୟତ ର କିଛି ଗ୍ରାମ ରହିଥିବା ବେଳେ ସେ ଆଜକୁ ଦୀର୍ଘ ୩ ମାସ ଧରି ଏପରି ଗ୍ରାହକଙ୍କଠାରୁ ଲୁଟୁଥିବା ଘଟଣା ପଦାରେ ପଡିଛି। ତେବେ ନିଜ ନିଜର ବିଦ୍ୟୁତ ବିଲ କାର୍ୟ୍ୟାଳୟରେ ପୈଠ ନ କରିବାରୁ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ନିକଟକୁ ବିଦ୍ୟୁତ ବିଲ ବକେୟା ରହିଥିବା ନେଇ ନୋଟିସ ଜାରି କରାଯାଇଥିଲା। ପରେ ଏନେଇ କିଛି ଗ୍ରାମବାସୀ ସାଇ କମ୍ପ୍ୟୁଟର କମ୍ପାନୀର ସୁପରଭାଇଜର ପ୍ରଭାତ ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ଗ୍ରାମବାସୀଙ୍କ ଅଭିଯୋଗ ପରେ କିଛି ଉପାୟ ନ ପାଇ ସୁପରଭାଇଜର ସଙ୍ଗେ ସଙ୍ଗେ ଓରକେଲ ଥାନାରେ ଉକ୍ତ ଯୁବକ ବିରୁଦ୍ଧରେ ଏତଲା ଦେଇଥିଲେ। ଥାନାରେ ଏତଲା ଦେବା ପରେ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ୱରେ ଓରକେଲ ପୋଲିସର ଏକ ଟିମ ନବକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ନବ କିଶୋର ବିଶ୍ୱାସ ଠାରୁ ଓରକେଲ ପୋଲିସ ଏକ ବିଲିଂ ମେସିନ, ୨ ଗୋଟି ମୋବାଇଲ ଏବଂ ୪୦ ହଜାର ନଗଦ ଟଙ୍କା ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏବଂ ଥାନାଧିକାରୀ ଜହ୍ନ୍ କୁଜୁର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

13 Sep 2021 By The Sakala

ଫେକ ବିଦ୍ୟୁତ ବିଲ ଆଦାୟ କରି ଗିରଫ ହେଲେ ଯୁବକ, ୟୁଟ୍ୟୁବ ସାଜିଥିଲା ମାଧ୍ୟମ

ବାଲିମେଳା: ୟୁଟ୍ୟୁବ ରୁ ଶିଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଯୁବକ, ଏପରି ଦୀର୍ଘ ଦିନ ଧରି ଠକି ଆସୁଥିଲେ ନିରୀହ ଗରିବ ଆଦିବାସୀଙ୍କୁ। ତେବେ ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ର କିଛି ଗ୍ରାମରେ ହେଉଥିବା ଦେଖିବାକୁ ମିଳିଛି। ଓରକେଲ ଥାନା ଅନ୍ତର୍ଗତ ଏମଭି-୩୦ ଗ୍ରାମର ନବ କିଶୋର ବିଶ୍ୱାସ ନାମକ ଯୁବକ(୨୫), ଟାଟା କମ୍ପାନୀ ବିଲିଂ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ କମ୍ପାନୀ ଅଧୀନରେ ବିଦ୍ୟୁତ ବିଲିଂ ଆଦାୟ କର୍ମଚାରୀ ଭାବେ କାମ କରି ଆସୁଥିଲେ। କିନ୍ତୁ କିଛି ମାସ ପୂର୍ବେ ସେ ନିଜର ମୁଣ୍ଡ ଖର୍ଚ୍ଚ କରି ୟୁଟ୍ୟୁବ ରୁ କିପରି ଫେକ ବିଦ୍ୟୁତ ବିଲ ତିଆରି କରାଯିବ ତାହା ଶିଖିଥିଲେ। ଏବଂ ସେହି କୌଶଳ ସେ ପ୍ରୟୋଗ କରି ଫେକ ବିଦ୍ୟୁତ ବିଲ ବନେଇବାରେ ସକ୍ଷମ ହୋଇଥିଲେ। ତେବେ ନବଙ୍କ ଡ୍ୟୁଟି କୋରୁକୋଣ୍ଡା ବ୍ଲକ ର ସୋମନାଥପୁର ପଞ୍ଚାୟତ ଏବଂ ଚିତାପାରି-୩ ପଞ୍ଚାୟତ ର କିଛି ଗ୍ରାମ ରହିଥିବା ବେଳେ ସେ ଆଜକୁ ଦୀର୍ଘ ୩ ମାସ ଧରି ଏପରି ଗ୍ରାହକଙ୍କଠାରୁ ଲୁଟୁଥିବା ଘଟଣା ପଦାରେ ପଡିଛି। ତେବେ ନିଜ ନିଜର ବିଦ୍ୟୁତ ବିଲ କାର୍ୟ୍ୟାଳୟରେ ପୈଠ ନ କରିବାରୁ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ନିକଟକୁ ବିଦ୍ୟୁତ ବିଲ ବକେୟା ରହିଥିବା ନେଇ ନୋଟିସ ଜାରି କରାଯାଇଥିଲା। ପରେ ଏନେଇ କିଛି ଗ୍ରାମବାସୀ ସାଇ କମ୍ପ୍ୟୁଟର କମ୍ପାନୀର ସୁପରଭାଇଜର ପ୍ରଭାତ ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପରେ କିଛି ଉପାୟ ନ ପାଇ ସୁପରଭାଇଜର ସଙ୍ଗେ ସଙ୍ଗେ ଓରକେଲ ଥାନାରେ ଉକ୍ତ ଯୁବକ ବିରୁଦ୍ଧରେ ଏତଲା ଦେଇଥିଲେ। ଥାନାରେ ଏତଲା ଦେବା ପରେ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ୱରେ ଓରକେଲ ପୋଲିସର ଏକ ଟିମ ନବକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ନବ କିଶୋର ବିଶ୍ୱାସ ଠାରୁ ଓରକେଲ ପୋଲିସ ଏକ ବିଲିଂ ମେସିନ, ୨ ଗୋଟି ମୋବାଇଲ ଏବଂ ୪୦ ହଜାର ନଗଦ ଟଙ୍କା ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏବଂ ଥାନାଧିକାରୀ ଜହ୍ନ୍ କୁଜୁର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର