କୋଭିଡ ମୃତକଙ୍କ ପରିବାର ପାଇଁ ଦେବଦୂତ ଇଏସ୍‌ଆଇସି: ଶେଷ ଦରମାର ୯୦ ପ୍ରତିଶତ ପାଇବେ ପେନ୍‌ସନ୍‌

The Sakala Picture
Published On

ଭୁବନେଶ୍ୱର: ଏକ ଘରୋଇ ସଂସ୍ଥାରେ ସ୍ବଳ୍ପ ଦରମାରେ କାମ କରୁଥିଲେ ଭୁବନେଶ୍ବର ରଙ୍ଗମାଟିଆ ଅଞ୍ଚଳର ଜଣେ ଯୁବକ। କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଗର୍ଭବତୀ ପତ୍ନୀ; ଯିଏ ପରେ ଝିଅଟିଏ ଜନ୍ମଦେଇଛନ୍ତି ଓ ବୁଢ଼ା ବାପା ଏକଦମ ଅସହାୟ ହୋଇଯାଇଥିଲେ। ବୋହୂ ଓ ନାତୁଣୀକୁ କେମତି ଚଳାଇବେ ସେ ଚିନ୍ତାରେ ଥିବା ବେଳେ ହଠାତ୍ ଦେବଦୂତ ପରି ପହଞ୍ଚିଥିଲେ କର୍ମଚାରୀ ରାଜ୍ୟ ବୀମା ନିଗମ- ଇଏସ୍‌ଆଇସିର ଜଣେ ଅଧିକାରୀ। ସମ୍ପୃକ୍ତ ଯୁବକଙ୍କ ବିଧବା ପତ୍ନୀଙ୍କୁ ଧରାଇଦେଇଥିଲେ […]

ଭୁବନେଶ୍ୱର: ଏକ ଘରୋଇ ସଂସ୍ଥାରେ ସ୍ବଳ୍ପ ଦରମାରେ କାମ କରୁଥିଲେ ଭୁବନେଶ୍ବର ରଙ୍ଗମାଟିଆ ଅଞ୍ଚଳର ଜଣେ ଯୁବକ। କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଗର୍ଭବତୀ ପତ୍ନୀ; ଯିଏ ପରେ ଝିଅଟିଏ ଜନ୍ମଦେଇଛନ୍ତି ଓ ବୁଢ଼ା ବାପା ଏକଦମ ଅସହାୟ ହୋଇଯାଇଥିଲେ। ବୋହୂ ଓ ନାତୁଣୀକୁ କେମତି ଚଳାଇବେ ସେ ଚିନ୍ତାରେ ଥିବା ବେଳେ ହଠାତ୍ ଦେବଦୂତ ପରି ପହଞ୍ଚିଥିଲେ କର୍ମଚାରୀ ରାଜ୍ୟ ବୀମା ନିଗମ- ଇଏସ୍‌ଆଇସିର ଜଣେ ଅଧିକାରୀ। ସମ୍ପୃକ୍ତ ଯୁବକଙ୍କ ବିଧବା ପତ୍ନୀଙ୍କୁ ଧରାଇଦେଇଥିଲେ ଏକ ପେନ୍‌ସନ ଅର୍ଡର। ଯେଉଁଥିରେ ଥିଲା ତାଙ୍କ ସ୍ବାମୀଙ୍କ ଶେଷ ଦରମାର ୯୦ ପ୍ରତିଶତ ପେନ୍‌ସନ ଆକାରରେ ପାଇବାର ନିର୍ଦ୍ଦେଶନାମା। କେଇ ମାସର ଛୁଆର ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ମହିଳା ହଠାତ ଆର୍ଥିକ ଭାବେ ସୁରକ୍ଷିତ ଅନୁଭବ କରିଥିଲେ। ଆଖିରୁ କେଇଟୋପା ଖୁସିର ଲୁହ ବୋହିଆସିଥିଲା।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ସଚେତନତା ଅଭାବରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇପାରୁନାହାନ୍ତି ଅନେକ ହିତାଧିକାରୀ। କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଇଏସ୍‍ଆଇସି ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରତି ମାସ ୯୦ ପ୍ରତିଶତ ଦରମା ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ରାଜ୍ୟର ମାତ୍ର ୩୫ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ଗତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏବେ ୭ଲକ୍ଷ ୪୧ ହଜାର ଇଏସ୍‍ଆଇ ହିତାଧିକାରୀ ଅଛନ୍ତି। ଇଏସ୍‍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଏସ୍‍ଆଇ ହିତାଧିକାରୀଙ୍କ ପାଇଁ ଏହା ବହୁତ ବଡ଼ ସହାୟତା ଯୋଜନା। ଯଦି ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପାଉଥାନ୍ତି ତେବେ ତାଙ୍କ ପତି/ପତ୍ନୀ ଅବା ସନ୍ତାନଙ୍କୁ ମାସିକ ୧୮ ହଜାର ଟଙ୍କା ପେନସନ୍‍ ମିଳିବ। ବିଧବା ପତ୍ନୀଙ୍କୁ ଆଜୀବନ ଅବା ପୁନଃବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ମିଳିବ। ଯଦି ପୁଅ ଥାଏ ତାକୁ ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅ ବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ପାଇବେ। ଏପରିକି ଯଦି ସମ୍ପୃକ୍ତ କର୍ମଚାରୀ ବିବାହ କରିନଥାନ୍ତି ଆଉ ପିତା ମାତାଙ୍କ ମାସିକ ରୋଜଗାର ୯ ହଜାର ଟଙ୍କାରୁ କମ୍‍ ହୋଇଥାଏ ତା ହେଲେ ତାଙ୍କୁ ମଧ୍ୟ ପେନସନ୍‍ ମିଳିବ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

କେବଳ ପେନସନ୍‍ ନୁହେଁ କୋଭିଡ୍‍ ମହାମାରୀ ସମୟରେ ଚାକିରୀ ହରାଇଥିବା ହିତାଧିକାରୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ବ୍ୟବସ୍ଥା ଅଛି। ଅଟଳ ବୀମିତ୍‍ ବ୍ୟକ୍ତି କଲ୍ୟାଣ ଯୋଜନା (ଏବିଭିକେୱାଇ) ଅଧୀନରେ ଚାକିରୀ ହରାଇଥିବା ହିତାଧିକାରୀଙ୍କୁ ତିନି ମାସ ପର୍ଯ୍ୟନ୍ତ ମାସିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ। ତେବେ ଯଦି ସମ୍ପୃକ୍ତ ହିତାଧିକାରୀ ମାସେ କିମ୍ବା ଦୁଇମାସ ଭିତରେ ନୂଆ ନିଯୁକ୍ତି ପାଉଛନ୍ତି ତେବେ ତାଙ୍କୁ ଏହି ସହାୟତା ମିଳିବ ନାହିଁ। ୧୦ ଜଣରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନ ଇଏସ୍‍ଆଇ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଇଏସ୍‍ଆଇସି, ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ଯୋଜନା ସମ୍ପର୍କରେ ସମସ୍ତ ହିତାଧିକାରୀ ସଂସ୍ଥା, ଶ୍ରମିକ ୟୁନିଅନ୍‍ଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ଅନେକ ସମୟରେ ମୃତ ହିତାଧିକାରୀଙ୍କ ପରିବାର ଲୋକଙ୍କୁ ଫୋନ୍‍ କରି ସୂଚନା ଦିଆଯିବା ସହ ଆମେ ତାଙ୍କ ଘରକୁ ଯାଇ ପେନସନ୍‍ ଅର୍ଡର ଦେଉଛୁ। ଆମର ଶାଖା ଅଧିକାରୀମାନଙ୍କୁ ଯୋଜନାର ପରିସର ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ପେନସନ୍‍ ଯୋଜନା ଅବଧି ବୃଦ୍ଧି କରାଯାଇପାରେ।

31 Aug 2021 By The Sakala

କୋଭିଡ ମୃତକଙ୍କ ପରିବାର ପାଇଁ ଦେବଦୂତ ଇଏସ୍‌ଆଇସି: ଶେଷ ଦରମାର ୯୦ ପ୍ରତିଶତ ପାଇବେ ପେନ୍‌ସନ୍‌

ଭୁବନେଶ୍ୱର: ଏକ ଘରୋଇ ସଂସ୍ଥାରେ ସ୍ବଳ୍ପ ଦରମାରେ କାମ କରୁଥିଲେ ଭୁବନେଶ୍ବର ରଙ୍ଗମାଟିଆ ଅଞ୍ଚଳର ଜଣେ ଯୁବକ। କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଗର୍ଭବତୀ ପତ୍ନୀ; ଯିଏ ପରେ ଝିଅଟିଏ ଜନ୍ମଦେଇଛନ୍ତି ଓ ବୁଢ଼ା ବାପା ଏକଦମ ଅସହାୟ ହୋଇଯାଇଥିଲେ। ବୋହୂ ଓ ନାତୁଣୀକୁ କେମତି ଚଳାଇବେ ସେ ଚିନ୍ତାରେ ଥିବା ବେଳେ ହଠାତ୍ ଦେବଦୂତ ପରି ପହଞ୍ଚିଥିଲେ କର୍ମଚାରୀ ରାଜ୍ୟ ବୀମା ନିଗମ- ଇଏସ୍‌ଆଇସିର ଜଣେ ଅଧିକାରୀ। ସମ୍ପୃକ୍ତ ଯୁବକଙ୍କ ବିଧବା ପତ୍ନୀଙ୍କୁ ଧରାଇଦେଇଥିଲେ ଏକ ପେନ୍‌ସନ ଅର୍ଡର। ଯେଉଁଥିରେ ଥିଲା ତାଙ୍କ ସ୍ବାମୀଙ୍କ ଶେଷ ଦରମାର ୯୦ ପ୍ରତିଶତ ପେନ୍‌ସନ ଆକାରରେ ପାଇବାର ନିର୍ଦ୍ଦେଶନାମା। କେଇ ମାସର ଛୁଆର ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ମହିଳା ହଠାତ ଆର୍ଥିକ ଭାବେ ସୁରକ୍ଷିତ ଅନୁଭବ କରିଥିଲେ। ଆଖିରୁ କେଇଟୋପା ଖୁସିର ଲୁହ ବୋହିଆସିଥିଲା।

ସଚେତନତା ଅଭାବରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‍ଆଇସି) କୋଭିଡ୍‍ ସହାୟତା ଯୋଜନାର ଲାଭ ଉଠାଇପାରୁନାହାନ୍ତି ଅନେକ ହିତାଧିକାରୀ। କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ଇଏସ୍‍ଆଇସି ହିତାଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରତି ମାସ ୯୦ ପ୍ରତିଶତ ଦରମା ପ୍ରଦାନ କରିବା ବ୍ୟବସ୍ଥା ରହିଛି। ତେବେ ରାଜ୍ୟର ମାତ୍ର ୩୫ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି।

ଗତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ୨୦୨୨ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏବେ ୭ଲକ୍ଷ ୪୧ ହଜାର ଇଏସ୍‍ଆଇ ହିତାଧିକାରୀ ଅଛନ୍ତି। ଇଏସ୍‍ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇଏସ୍‍ଆଇ ହିତାଧିକାରୀଙ୍କ ପାଇଁ ଏହା ବହୁତ ବଡ଼ ସହାୟତା ଯୋଜନା। ଯଦି ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ପାଉଥାନ୍ତି ତେବେ ତାଙ୍କ ପତି/ପତ୍ନୀ ଅବା ସନ୍ତାନଙ୍କୁ ମାସିକ ୧୮ ହଜାର ଟଙ୍କା ପେନସନ୍‍ ମିଳିବ। ବିଧବା ପତ୍ନୀଙ୍କୁ ଆଜୀବନ ଅବା ପୁନଃବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ମିଳିବ। ଯଦି ପୁଅ ଥାଏ ତାକୁ ୨୫ ବର୍ଷ ପର୍ଯ୍ୟନ୍ତ ଓ ଝିଅ ବିବାହ କରିବା ପର୍ଯ୍ୟନ୍ତ ପେନସନ୍‍ ପାଇବେ। ଏପରିକି ଯଦି ସମ୍ପୃକ୍ତ କର୍ମଚାରୀ ବିବାହ କରିନଥାନ୍ତି ଆଉ ପିତା ମାତାଙ୍କ ମାସିକ ରୋଜଗାର ୯ ହଜାର ଟଙ୍କାରୁ କମ୍‍ ହୋଇଥାଏ ତା ହେଲେ ତାଙ୍କୁ ମଧ୍ୟ ପେନସନ୍‍ ମିଳିବ।

କେବଳ ପେନସନ୍‍ ନୁହେଁ କୋଭିଡ୍‍ ମହାମାରୀ ସମୟରେ ଚାକିରୀ ହରାଇଥିବା ହିତାଧିକାରୀଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ବ୍ୟବସ୍ଥା ଅଛି। ଅଟଳ ବୀମିତ୍‍ ବ୍ୟକ୍ତି କଲ୍ୟାଣ ଯୋଜନା (ଏବିଭିକେୱାଇ) ଅଧୀନରେ ଚାକିରୀ ହରାଇଥିବା ହିତାଧିକାରୀଙ୍କୁ ତିନି ମାସ ପର୍ଯ୍ୟନ୍ତ ମାସିକ ୫୦ ପ୍ରତିଶତ ଦରମା ପ୍ରଦାନ କରାଯିବ। ତେବେ ଯଦି ସମ୍ପୃକ୍ତ ହିତାଧିକାରୀ ମାସେ କିମ୍ବା ଦୁଇମାସ ଭିତରେ ନୂଆ ନିଯୁକ୍ତି ପାଉଛନ୍ତି ତେବେ ତାଙ୍କୁ ଏହି ସହାୟତା ମିଳିବ ନାହିଁ। ୧୦ ଜଣରୁ ଅଧିକ କର୍ମଚାରୀ ଥିବା ଅନୁଷ୍ଠାନ ଇଏସ୍‍ଆଇ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଇଏସ୍‍ଆଇସି, ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା କହିଛନ୍ତି, ଯୋଜନା ସମ୍ପର୍କରେ ସମସ୍ତ ହିତାଧିକାରୀ ସଂସ୍ଥା, ଶ୍ରମିକ ୟୁନିଅନ୍‍ଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ଅନେକ ସମୟରେ ମୃତ ହିତାଧିକାରୀଙ୍କ ପରିବାର ଲୋକଙ୍କୁ ଫୋନ୍‍ କରି ସୂଚନା ଦିଆଯିବା ସହ ଆମେ ତାଙ୍କ ଘରକୁ ଯାଇ ପେନସନ୍‍ ଅର୍ଡର ଦେଉଛୁ। ଆମର ଶାଖା ଅଧିକାରୀମାନଙ୍କୁ ଯୋଜନାର ପରିସର ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ପେନସନ୍‍ ଯୋଜନା ଅବଧି ବୃଦ୍ଧି କରାଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର