ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି କ୍ରୁଟ୍‍ର ପଦକ୍ଷେପ: ୩ ନୂଆ ରୁଟ୍‍ରେ ଗଡ଼ିବ ‘ମୋ ବସ୍‍’

The Sakala Picture
Published On

ଭୁବନେଶ୍ୱର: ପୁଣି ୩ ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ନୂତନଭାବେ ୭୧ ନମ୍ବର ରୁଟ୍‍ ଆରମ୍ଭ କରିବାକୁ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ଏହି ରୁଟ୍‍ରେ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବାକୁ ଯୋଜନା କରାଯାଇଛି। ସେହିପରି ଆଉ ଏକ ୩୫ ନମ୍ବର ରୁଟ୍‍ରେ ମାଷ୍ଟରକ୍ୟାଣ୍ଟିନରୁ ଜୟଦେବ ପୀଠ ଯାଏ ନୂଆ ବସ ସେବା ଆରମ୍ଭ ହେବ। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର […]

ଭୁବନେଶ୍ୱର: ପୁଣି ୩ ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ନୂତନଭାବେ ୭୧ ନମ୍ବର ରୁଟ୍‍ ଆରମ୍ଭ କରିବାକୁ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି। ଏହି ରୁଟ୍‍ରେ ରସୁଲଗଡ଼ରୁ ବରମୁଣ୍ଡା ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବାକୁ ଯୋଜନା କରାଯାଇଛି। ସେହିପରି ଆଉ ଏକ ୩୫ ନମ୍ବର ରୁଟ୍‍ରେ ମାଷ୍ଟରକ୍ୟାଣ୍ଟିନରୁ ଜୟଦେବ ପୀଠ ଯାଏ ନୂଆ ବସ ସେବା ଆରମ୍ଭ ହେବ। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ୍‍ ମଧ୍ୟ ଦେଇ ପଟିଆ ପର୍ଯ୍ୟନ୍ତ ପ୍ରମୁଖ ଡାକ୍ତରଖାନାଗୁଡ଼ିକ ରହୁଥିବାରୁ ଏହି ୯ ନମ୍ବର ରୁଟ୍‍ରେ ମଧ୍ୟ ବସ୍‍ ଚଳାଚଳ ଆରମ୍ଭ ହେବ। ଫଳରେ ସାଧାରଣ ଲୋକ ଅଧିକ ଉପକୃତ ହୋଇପାରିବେ ବୋଲି କ୍ରୁଟ୍‍ ପକ୍ଷରୁ କୁହାଯାଇଛି। ଏହି ୩ ଟି ନୂଆ ରୁଟ୍‍ରେ ସେପ୍ଟେମ୍ବର ୧ ତାରିଖରୁ ବସ ସେବା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

ବିଭିନ୍ନ ସମୟରେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି କ୍ରୁଟ୍‍ ପକ୍ଷରୁ ନୂତନ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ କରାଯାଇଥାଏ। ବସ୍‍ ସେବା ଦ୍ୱାରା ଲୋକଙ୍କ ଯାତାୟାତକୁ ସହଜ କରିବା ପାଇଁ ଆରମ୍ଭ ହୋଇଥିବା ଏହି ସେବା ମହାମାରୀ ସମୟରେ ମଧ୍ୟ ଯାତ୍ରୀଙ୍କ ପାଇଁ ବେଶ୍‍ ଉପଯୋଗୀ ହୋଇପାରିଥିଲା। ବର୍ତ୍ତର୍ମାନ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଣି କ୍ରୁଟ୍‍ ପକ୍ଷରୁ ଆଉ ୩ଟି ନୂଆ ରୁଟ୍‍ରେ ମୋ ବସ୍‍ ସେବା ଆରମ୍ଭ ହେବ। ସହରାଞ୍ଚଳରେ ଲୋକଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ପ୍ରତି ୩୦ ମିନିଟ୍‍ ବ୍ୟବଧାନରେ ଉପଯୁକ୍ତ ଯାତ୍ରୀଙ୍କୁ ନେଇ ବସ୍‍ ଯାତାୟାତ ହେବ। ସେଭଳି ବରମୁଣ୍ଡାଠୁ ପୁରୀ ଯିବାପାଇଁ ରୁଟ୍‍ ନମ୍ବର ୫୧ରେ ଯାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‍ ରହୁଥିବାରୁ ଆସନ୍ତା ୧ ତାରିଖରୁ ଏହି ରୁଟ୍‍ରେ ମୋ ବସ୍‍ ସେବା ବନ୍ଦ ରହିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମାଷ୍ଟର କ୍ୟାଣ୍ଟିନ୍‍ରୁ ପୁରୀ ଜାରି ରହିଥିବା ବସ ସେବା ପୂର୍ବ ପରି ଜାରିରହିବ ବୋଲି କ୍ରୁଟ୍‍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ।

30 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର