ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅର୍ଣ୍ଣବ: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

Madhusudan Das Picture
Published On

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ଅର୍ଣ୍ଣବ । ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା । ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଅତି ଭୀଷଣ ଘୂର୍ଣ୍ଣିବଳୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଉପକୂଳ ଆଡ଼କୁ ବାତ୍ୟା ମାଡ଼ି ଆସୁଥିବାରୁ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଏବଂ ତୀବ୍ର ବେଗରେ ପବନ ବହୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରର ଲିଙ୍ଗରାଜ, ପଟିଆ, ତମାଣ୍ଡୋ, ନନ୍ଦନକାନନ ଏବଂ ପାହାଳ ଆଦି ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷା ହେଉଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି, ଯାହା ଫଳରେ ପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଯଦିଓ ଓଡ଼ିଶାରେ ବାତ୍ୟା ସିଧାସଳଖ ସ୍ଥଳଭାଗ ଛୁଇଁବ ନାହିଁ, ତଥାପି ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କ୍ରମାଗତ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଭୂସ୍ଖଳନ ହେବାର ଆଶଙ୍କା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ରୁଷିକୁଲ୍ୟା ସମେତ ଦକ୍ଷିଣ ଓଡ଼ିଶାର ଅନ୍ୟ ଛୋଟ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ରହିଛି। ଗଞ୍ଜାମରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାର ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ: ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚିଲିକା ଏବଂ ଅନ୍ୟାନ୍ୟ ଜଳାଶୟଗୁଡ଼ିକରେ ତିନି ଦିନ ପାଇଁ ପର୍ଯ୍ୟଟକ ଡଙ୍ଗା ଚଳାଚଳକୁ ବାତିଲ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଜଳାଶୟଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର