ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Madhusudan Das Picture
Published On

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ତୀବ୍ର ଉତ୍ତେଜନା । ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆସନ୍ତାକାଲି ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ଘଟିଛି । 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବ୍ୟାସନଗର କଲେଜରେ ବୋମାମାଡ଼: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଓ ହଷ୍ଟେଲକୁ ଟାର୍ଗେଟ, ଛାତ୍ରଛାତ୍ରୀ ଭୟଭୀତ

ମିଳିଥିବା ସୂଚନା ଅନୁଯାୟୀ, କ୍ୟାମ୍ପସରେ ଆୟୋଜିତ 'ହ୍ୱାଇ ଆଇ ଷ୍ଟାଣ୍ଡ ଫର୍' (Why I Stand For) ବୈଠକରେ ଅଣ-ଛାତ୍ରଙ୍କ ଉପସ୍ଥିତିକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା ଏବଂ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସଂଘର୍ଷରେ ଅନେକ ଚୌକି ଭଙ୍ଗାରୁଜା ହୋଇଥିବା ବେଳେ ନିର୍ଦ୍ଧାରିତ ସମୟରେ ବୈଠକ ଅନୁଷ୍ଠିତ ହୋଇପାରିନଥିଲା।

ଆହୁରି ପଢ଼ନ୍ତୁ: ବ୍ଲୋସମ୍ସ ସ୍କୁଲରେ ‘ଏଡୁଫେଷ୍ଟ ୨୦୨୬’ ଅନୁଷ୍ଠିତ: ବିଦ୍ୟାର୍ଥୀଙ୍କ ଜ୍ଞାନ, ସୃଜନଶୀଳତା, ପ୍ରତିଭା ଓ ଦକ୍ଷତାର ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଭୁବନେଶ୍ୱର ଡିସିପି (DCP) ମଧ୍ୟ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ମିଶି ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ପ୍ରୟାସ କରିଥିଲେ। ବର୍ତ୍ତମାନ କ୍ୟାମ୍ପସରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଏହି ଘଟଣା ନେଇ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ: ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଉମାକାନ୍ତ ସାମନ୍ତରାୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର