ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବରଗଡ଼ର ପିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

Madhusudan Das Picture
Published On

ବରଗଡ଼: ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ବରଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରିଛି। ଗିରଫ ଅଧିକାରୀ ଜଣକ ହେଉଛନ୍ତି ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ କଟାଭାଲ୍ ଗ୍ରାମପଞ୍ଚାୟତର ପିଇଓ ତଥା ଗୌରେନମୁଣ୍ଡା ଗ୍ରାମପଞ୍ଚାୟତର ଭାରପ୍ରାପ୍ତ ପିଇଓ କାର୍ତ୍ତିକେଶ୍ୱର ବେହେରା ।

ଆହୁରି ପଢ଼ନ୍ତୁ: ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ୪୯୬ଟି ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କଲା ବିଡିଏ

ସୂଚନା ଅନୁଯାୟୀ, ଭିଜିଲାନ୍ସ ପକ୍ଷରୁ କାର୍ତ୍ତିକେଶ୍ୱର ବେହେରାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଥିଲା। ଏହି ଯାଞ୍ଚ ବେଳେ ତାଙ୍କ ନିକଟରୁ ଆୟ ବହିର୍ଭୂତ ଅନେକ ସମ୍ପତ୍ତି ଠାବ କରାଯାଇଛି। ସେଥିମଧ୍ୟରେ ସର୍ବମୋଟ ୧୪,୫୦୦ ବର୍ଗଫୁଟର ୨ଟି ବହୁତଳ କୋଠା, ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ, ଗୋଟିଏ ଗୋଦାମ, ୩୫ଟି ପ୍ଲଟ୍, ୨.୯୮ ଲକ୍ଷ ଟଙ୍କା ନଗଦ ଆକାରରେ ଏବଂ ଗୋଟିଏ ଟ୍ରାକ୍ଟର ସାମିଲ ରହିଛି। ତେବେ ଏହି ବିପୁଳ ସମ୍ପତ୍ତି ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ରଖିପାରିନଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଚୁଡାନ୍ତ ଭୋଟର ତାଲିକା ପ୍ରକାଶ: ମୟୂରଭଞ୍ଜ ଜିଲ୍ଲାରେ ଭୋଟର ସଂଖ୍ୟା ୧୮.୩୭ଲକ୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର