ଘରୋଇ ଡାକ୍ତରଖାନା ପରିସରରୁ ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହଇରାଣ ନେଇ ପରିବାରର ଅଭିଯୋଗ

Madhusudan Das Picture
Published On

ଭଦ୍ରକ: ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଧୀନସ୍ଥ ସାଇବର ଥାନା ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନା ପରିସରରୁ ଜଣେ ମହିଳା କର୍ମଚାରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ସେଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ମୃତକଙ୍କ ନାମ ସୀମା ସାହୁ ଏବଂ ତାଙ୍କ ଘର ଚାନ୍ଦବାଲି ଥାନା ମୋଟୋ ଫାଣ୍ଡି ଅନ୍ତର୍ଗତ କରଣ୍ଡିମାଳ ଗ୍ରାମରେ ବୋଲି ଜଣାପଡିଛି। ସେ ଗତ ସେପ୍ଟେମ୍ବର ୯ ତାରିଖରୁ ଉକ୍ତ ଡାକ୍ତରଖାନାରେ କାମ କରୁଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ ସୀମା ନିଜ ମା'ଙ୍କ ସହ ଫୋନରେ କଥା ହୋଇଥିଲେ। କାର୍ଯ୍ୟାଳୟର କିଛି କର୍ମଚାରୀ ତାଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ସହ ଖରାପ ବ୍ୟବହାର କରୁଥିବା ନେଇ ସେ ଗୁରୁତର ଅଭିଯୋଗ କରିଥିଲେ। କିନ୍ତୁ ଆଜି ହଠାତ୍ ପରିବାର ଲୋକଙ୍କୁ ତାଙ୍କର ମୃତ୍ୟୁ ଖବର ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ଯୁବ ଛାତ୍ର ସଂଗଠନର ଗର୍ଜନ

ଅନ୍ୟପକ୍ଷରେ, ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ ସୀମାଙ୍କ ପକ୍ଷରୁ ପୂର୍ବରୁ କୌଣସି ଆନୁଷ୍ଠାନିକ ଅଭିଯୋଗ କରାଯାଇ ନଥିଲା। ଏପରିକି ଗତକାଲି ଡିଉଟି ସରିବା ପରେ ତାଙ୍କୁ କ୍ୟାମ୍ପସ ଭିତରେ ବୁଲୁଥିବାର ଦେଖିବାକୁ ମିଳିଥିଲା ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୁରୁଣା ବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସୁପ୍ରିମକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ପ୍ରଶ୍ନ- ସିବିଆଇ ଏତଲା ବାବଦରେ ଅବଗତ ଥିଲେ କି?

ଏହି ଅଭାବନୀୟ ଘଟଣାକୁ ନେଇ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ସୀମାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଖୋଳତାଡ଼ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର