ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Madhusudan Das Picture
Published On

ଭୁବନେଶ୍ୱର: ଆଜି ଅର୍ଥାତ୍‌ ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ। ଶିକ୍ଷା ଓ ଶିକ୍ଷାନୁଷ୍ଠାନରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମିଳୁଥିବା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହକୁ ଘୁଞ୍ଚାଇ ଦିଆଯାଇଛି। ସମସ୍ତ ପ୍ରସ୍ତୁତି ସରିବା ପରେ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସରକାରୀ କାର୍ଯ୍ୟ ଥିବାରୁ ଏହାକୁ ବାତିଲ କରାଯାଇଥିବା ନେଇ ପଞ୍ଚସଖା ଶିକ୍ଷାସେତୁ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏପରି ନିଷ୍ପତ୍ତି ପରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ଗୁରୁ ଦିବସରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ ପାଇଁ ଅଡିଟୋରିଅମ୍‌ ବୁକ୍‌ କରିବା ସହ ସମସ୍ତ ପ୍ରସ୍ତୁତି ସରିଥିଲା। ପୁରସ୍କାର ପାଇବାକୁ ଥିବା ଶିକ୍ଷକଶିକ୍ଷୟତ୍ରୀଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ସେବା ପାଇଁ ସମ୍ମାନ ପାଇବାର ଦିନକ ପୂର୍ବରୁ କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କେବେ ସମ୍ମାନ ପ୍ରଦାନ କରାଯିବ, ସେନେଇ କୌଣସି ସ୍ପଷ୍ଟତା ମଧ୍ୟ ନାହିଁ। ସରକାର ଓ ଗଣଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଗୁରୁ ଦିବସରେ ଶିକ୍ଷକଙ୍କୁ ଏକପ୍ରକାର ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଶିକ୍ଷାର ମାନ ବୃଦ୍ଧି, ଶିକ୍ଷକଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ଏବଂ ଉକ୍ରୃଷ୍ଟ ଶିକ୍ଷାଦାନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପୁରସ୍କାର ତୃତୀୟ ବର୍ଷରେ ପହଞ୍ଚିଥିବାବେଳେ ମୋଟ ୧୨ଟି ବର୍ଗରେ ପୁରସ୍କାର ଦିଆଯାଉଛି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଗତ ୧ ତାରିଖରେ ପୁରସ୍କାର ପାଇବାକୁ ଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ନାମ ଘୋଷଣା ହେବା ପରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। ମାତ୍ର ୨ ଦିନ ପରେ ବିଭାଗର ନିଷ୍ପତ୍ତି ବଦଳିଯିବା ପରେ ସମସ୍ତ ଆଶା ଓ ଉତ୍ସାହ ପାଣିରେ ପଡ଼ିଛି।  ଅପରପକ୍ଷରେ ୨୦୨୩-୨୪ ଶିକ୍ଷାବର୍ଷରେ ୫ଟି ବର୍ଗର ପୁରଷ୍କାର ଘୋଷଣା ହୋଇ ନଥିଲା। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ, ପୁରାତନ ଛାତ୍ରଛାତ୍ରୀ କମିଟି, ବ୍ଲକ ଏବଂ ଗ୍ରାମପଞ୍ଚାୟତ ବର୍ଗରେ ପୁରସ୍କାର ଘୋଷଣା କରାଯାଇ ନ ଥିବା ବେଳେ ଚଳିତ ଥର ଅର୍ଥାତ୍‌ ୨୦୨୫-୨୬ ରେ ଏହାକୁ ଘୋଷଣା କରିବା ବିଭାଗର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।  

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର