ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ରାଜ୍ୟ ବିଜେପି ସରକାର ପୋଲିସ ପ୍ରଶାସନଙ୍କୁ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଗତ କାଲି ଜାମିନରେ ଖଲାସ ହୋଇଥିବା ବେଳେ ଆଜି ତାଙ୍କ ଗିରଫ ରାଜନୈତିକ ଚାପରେ ହୋଇଥିଲା ବୋଲି ବିଜେଡି ଦାବି କରିଛି । ରାଜନୈତିକ ଫାଇଦା ପାଇଁ ବିଜେଡି ନେତାଙ୍କୁ ରାଜ୍ୟ ବିଜେପି ସରକାରଙ୍କ ଚାପରେ ଏହି ଗିରଫ କରାଯାଇଥିଲା ବୋଲି ବିଜେଡି ଅଭିଯୋଗ କରିଛି । 

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଖୋଲିଲା ଚାଉଳ ATM: ହିତାଧିକାରୀଙ୍କ ପାଇଁ ସହଜ ହେଲା ରାସନ ସାମଗ୍ରୀ ସଂଗ୍ରହ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ, ବିକ୍ରମ ପଣ୍ଡାଙ୍କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିବା ବେଳେ ତାଙ୍କ ଗିରଫ ଅବୈଧ ଥିଲା ବୋଲି ବିଚାରପତି ଉଲ୍ଲେଖ କରିଛନ୍ତି । ପୋଲିସ ଅଧିକାରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ସମୟରେ ପୋଲିସ ଅଧିକାରୀ ତାଙ୍କୁ, ତାଙ୍କ ଗିରଫର କାରଣ ଜଣାଇ ନଥିଲେ । ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ସିଧାସଳଖ ସମ୍ପୃକ୍ତିର କୌଣସି ପ୍ରମାଣ ନଥାଇ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା ବୋଲି ବିଚାରରେ କୁହାଯାଇଛି । କେବଳ ଜଣେ କୋ-ଆକ୍ୟୁଜଡ଼ର ଷ୍ଟେଟମେଣ୍ଟ ଉପରେ ବିକ୍ରମଙ୍କୁ ଗିରଫ କରାଯାଇଥିଲା । ଏହିସବୁ କାରଣରୁ, ବିକ୍ରମଙ୍କ ଗିରଫକୁ ବେଆଇନ ବୋଲି ବିଚାରପତି କହିଛନ୍ତି ।  ଏହାଛଡା କୋର୍ଟ ଏହି ଅର୍ଡରର କପି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପୋଲିସ ଡିଜିଙ୍କ ନିକଟକୁ ପଠାଇ ରାଜ୍ୟର ପ୍ରତି ପୋଲିସ ଷ୍ଟେସନରେ ଏହିଭଳି ନିୟମ ଉଲଂଘନ କରି ଗିରଫ ଯେପରି ନହୁଏ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବେ ବୋଲି କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: ରାୟଗଡ଼ା ଏବଂ କଳାହାଣ୍ଡିରେ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଉଛି ବେଦାନ୍ତ ଆଲୁମିନିୟମ

ଡ ମହାନ୍ତି କହିଥିଲେ, ଏହି ଅବୈଧ ଗିରଫ କାରଣରୁ ବିକ୍ରମ ପଣ୍ଡାଙ୍କ ପରି ଜଣେ ଲୋକପ୍ରିୟ ରାଜନେତାଙ୍କୁ ଦଶ ମାସ ଦଶ ଦିନ ଜେଲରେ ରହିବାକୁ ହେଲା । ଏହି ଭୁଲ ପାଇଁ ବିକ୍ରମଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀ ଓ ଗଞ୍ଜାମ ଏସପି କ୍ଷମା ପ୍ରାର୍ଥନା କରିବେ କି? କୋର୍ଟ ଦେଇଥିବା ଅର୍ଡରରୁ ସ୍ପଷ୍ଟ ହୋଇଛି ଯେ ପୋଲିସ ତାର କ୍ଷମତାର ଅପବ୍ୟବହାର କରି ଏହି ଗିରଫ କରିଥିଲା । ଏହି ଗିରଫ କେବଳ ରାଜ୍ୟ ବିଜେପି ସରକାରଙ୍କ ଚାପରେ ହୋଇଥିଲା ବୋଲି ବୁଝିବାକୁ ଆଉ ବାକି ନାହିଁ । ରାଜ୍ୟରେ ପୋଲିସ ପ୍ରଶାସନକୁ ନିଜ ଫାଇଦା ପାଇଁ ରାଜ୍ୟ ବିଜେପି ସରକାର ବ୍ୟବହାର କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି  ବିପର୍ଯ୍ୟସ୍ତ ହୋଇ ପଡିଛି, ସେଥିପ୍ରତି ସରକାରଙ୍କ ନିଘା ନାହିଁ । କେବଳ ନିଜର ରାଜନୈତିକ ଫାଇଦା ହାସଲ ପାଇଁ ପୋଲିସକୁ ବ୍ୟବହାର କରାଯାଉଛି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର