ଏମଏମଡିଆର ସମ୍ୱନ୍ଧରେ ନବୀନଙ୍କ ଚିଠି ବିଜେପି ସାଂସଦଙ୍କ ମୁଖା ଖୋଲି ଦେଇଛି: ବିଜେଡି

ବିଜେପି ସାଂସଦ ମାନେ ପ୍ରମାଣିତ କରିଛନ୍ତି, ତାଙ୍କ ପାଇଁ ପାର୍ଟି ଆଗ ମାଟି ପଛ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସଭାପତି ତଥା ବିଧାନସଭାର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓଡ଼ିଶାର ବିଜେପି ସାଂସଦଙ୍କୁ ଏମଏମଡିଆର ସଂଶୋଧନ ଆକ୍ଟ ସମ୍ୱନ୍ଧରେ ଚିଠି ଲେଖିବା ପରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ନବୀନଙ୍କ ଉପଦେଶ ବିଜେପି ସାଂସଦ ମାନଙ୍କୁ ଆବଶ୍ୟକ ନାହିଁ ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ଏମଏମଡିଆର ସଂଶୋଧନ ଆକ୍ଟ ରାଜ୍ୟମାନଙ୍କୁ ନୁହେଁ ବରଂ ଖଣି ମାଲିକ ମାନଙ୍କୁ ସିଧାସଳଖ ଫାଇଦା ଦେଇଥିବା ବେଳେ କେଉଁ ମୁହଁରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏହା ରାଜ୍ୟକୁ ଫାଇଦା ଦେବ ବୋଲି କହୁଛନ୍ତି? ଓଡ଼ିଶାର ବିଜେପି ସାଂସଦମାନଙ୍କ ଚୋରି ଧରାପଡିଯିବା ପରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ଉଦେ୍ଦଶ୍ୟରେ ଏପରି କହୁଛନ୍ତି ବୋଲି ବିଜେଡି କହିଛି । 

ଆହୁରି ପଢ଼ନ୍ତୁ: ବାରବାଙ୍କ ଘାଟିରେ ଭୟଙ୍କର ଭୂସ୍ଖଳନ, ଲଗାଣ ବର୍ଷାରେ ଖସିଲା ମାଟି ଅତଡ଼ା

ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଏମଏମଡିଆର ସଂଶୋଧନ ଆକ୍ଟ ପ୍ରସଙ୍ଗରେ ବିଜେପି ସାଂସଦମାନେ ମାଟି ନୁହେଁ ତାଙ୍କ ପାର୍ଟିକୁ ଗୁରୁତ୍ୱ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୨୫ ଜୁଲାଇ ୨୦୨୪ ତାରିଖରେ ପ୍ରଦାନ କରାଯାଇଥିବା ଅର୍ଡରରେ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ନିଦେ୍ର୍ଦଶ ଦେବା ପରେ ଖଣି ଟିକସ ମାଧ୍ୟମରେ କେବଳ ବକେୟା ବାବଦକୁ ଓଡିଶାକୁ ଏକ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଓ ପ୍ରତି ବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବ ବୋଲି ସ୍ପଷ୍ଟ ହୋଇଥିଲା । କିନ୍ତୁ ଏମଏମଡିଆର ସଂଶୋଧନ ଆକ୍ଟ ପାରିତ ହେବା ପରେ ଓଡ଼ିଶାର ରାଜସ୍ୱ ବୃଦ୍ଧି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଚାର ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ନଷ୍ଟ ହୋଇଗଲା । ଏହି ଆକ୍ଟ ପାରିତ ହେବା ବେଳେ ଓଡ଼ିଶାର ବିଜେପି ସାଂସଦମାନେ ନୀରବଦ୍ରଷ୍ଟା ସାଜିଥିଲେ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରେ ଓ ବିଜେପି ସାଂସଦ ମାନଙ୍କୁ ଚିଠି ଲେଖିବା ପରେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ନବୀନଙ୍କ ଉପଦେଶର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ବାସ୍ତବରେ ନବୀନ ପଟ୍ଟନାୟକଙ୍କ ଚିଠି ବିଜେପି ସାଂସଦମାନଙ୍କ ମୁଖା ଖୋଲି ଦେଇଛି । ଲଜ୍ଜା ନଥାଇ ମୁହଁଟାଣ ସଦୃଶ୍ୟ, ନବୀନଙ୍କ ଉପଦେଶର ଆବଶ୍ୟକତା ନାହିଁ ବୋଲି କହୁଛନ୍ତି । 

ଆହୁରି ପଢ଼ନ୍ତୁ: ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରା: ଉଭୟ ଉପର ଓ ତଳ ପଡ଼ିଆରେ ହେବ ଭବ୍ୟ ଆୟୋଜନ

ଡ.ମହାନ୍ତି କହିଛନ୍ତି, ମାଟିକୁ ପଛ ଓ ପାର୍ଟିକୁ ଆଗ କରିଥିବା ବିଜେପି ସାଂସଦ ମାନଙ୍କ ପାଇଁ ଏବେ ମୁହଁ ଲୁଚାଇବାର ବେଳ ଆସିଛି । ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାରା ଦେଇଥିଲା ବିଜେପି, ଯେଉଁଥିରେ ପ୍ରଭାବିତ ହୋଇ ରାଜ୍ୟବାସୀ ବିଜେପିର ୨୦ ସାଂସଦଙ୍କୁ ଜିତାଇଥିଲେ । କିନ୍ତୁ, ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ ବଢିବା ପରିବର୍ତ୍ତେ କମିଲା । ଓଡ଼ିଶାର ସ୍ୱାର୍ଥ ପାଇଁ ସଂସଦରେ ବିଜେପି ସାଂସଦ ମାନେ ମୁହଁ ଖୋଲିବା ଓଡିଶାବାସୀଙ୍କୁ ଦୃଶ୍ୟମାନ ହୋଇପାରି ନାହିଁ । ଏମଏମଡିଆର ସଂଶୋଧନ ବିଲ ପାରିତ ହେବା ସମୟରେ ବିଜେପି ସାଂସଦ ମାନେ ପଦୁଟିଏ ମଧ୍ୟ ମୁହଁ ଖୋଲି ନଥିଲେ । ଏବେ ଓଡ଼ିଶାର କ୍ଷତି ହେବ ନାହିଁ ବୋଲି କହି ରାଜ୍ୟବାସୀଙ୍କୁ ଭୁଅାଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି । ଏହି ଆକ୍ଟ ପାରିତ ହେବା ପରେ ରାଜ୍ୟମାନଙ୍କର ନୁହେଁ ବରଂ ଖଣି ମାଲିକମାନଙ୍କର ସିଧାସଳଖ ଫାଇଦା ହେଲା । କିନ୍ତୁ, ବିଜେପି ସାଂସଦ ଓଡିଶାକୁ ଲାଭ ମିଳିବ ବୋଲି କହୁଛନ୍ତି, ଯାହା କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦିଷ୍ଟ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଖାଦ୍ୟ ସୁରକ୍ଷା ବିଭାଗର ମାରାଥନ ଚଢ଼ାଉ: ୩୬୦୫ କେଜି ନିମ୍ନମାନର ଖାଦ୍ୟ ନଷ୍ଟ, ୨.୮୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର