ପୁରୀ ଜଗନ୍ନାଥବଲ୍ଲଭ ପରିସରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

Madhusudan Das Picture
Published On

ପୁରୀ: ପଥରରେ ଛେଚି ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା । ପୁରୀ ଟାଉନ୍ ଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପରିସରରେ ଥିବା ଏକ ପୋଖରୀ ନିକଟରେ ଏପରି ଏକ  ଅଭାବନୀୟ ଘଟଣା ଘଟିଯାଇଛି। କେହି ଦୁର୍ବୃତ୍ତ ଜଣେ ଅଜ୍ଞାତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ କିମ୍ବା ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ପୁରୀ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଶୋଇଥିବା ବେଳେ ସାପ କାମୁଡ଼ାରେ କକା ଓ ପୁତୁରାଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ରିପୋର୍ଟ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲେ। ବୁଧବାର ସକାଳେ ପୋଖରୀ ନିକଟରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ମାନସିକ ବିକାରଗ୍ରସ୍ତ ଥିବା ସନ୍ଦେହ କରାଯାଉଛି। ଏହା ସହିତ ସେହି ଅଞ୍ଚଳରେ ଅନ୍ୟ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ମଧ୍ୟ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଉକ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ଓ ଧସ୍ତାଧସ୍ତି ହୋଇଥାଇପାରେ। ଏହି ସମୟରେ ଉତ୍ତେଜିତ ହୋଇ ଜଣେ ଅନ୍ୟ ଜଣଙ୍କ ଉପରକୁ ପଥରରେ ଆକ୍ରମଣ କରିଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି ଏବଂ ଆଖପାଖ ଲୋକଙ୍କୁ ପଚରାଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ: ଲୁଣା ନଦୀକୁ ଡେଇଁ ୨୨ ବର୍ଷୀୟ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର