ପାରାଦୀପ ଉପକୂଳରୁ ଚୀନ୍ ଯାଉଥିବା ପାନାମା ଜାହାଜ 'ଏମ୍‌ଭି ଓସେନ୍ ୱିନର' ବୁଡ଼ିଲା: ୨ ଜଣ ଉଦ୍ଧାର, ୨୨ ନିଖୋଜ

Suryakanta Picture
Published On

ଓଡ଼ିଶାର ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚୀନ୍ ଅଭିମୁଖେ ଯାଉଥିବା ପାନାମା ପତାକାବାହୀ ମାଲବାହୀ ଜାହାଜ ଏମ୍‌ଭି ଓସେନ୍ ୱିନର (MV Ocean Winner) ବଙ୍ଗୋପସାଗରରେ ବୁଡ଼ିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜାହାଜଟି ପାରାଦୀପ ଉପକୂଳରୁ ପ୍ରାୟ ୨୯୦ ନଟିକାଲ୍ ମାଇଲ୍ (ପୋର୍ଟ ବ୍ଲେୟାର ଠାରୁ ପ୍ରାୟ ୩୯୬ କିମି) ଦୂରରେ ଥିବା ବେଳେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହି ଜାହାଜରେ ପ୍ରାୟ ୭୨,୦୦୦ ଟନ୍ ଲୁହାପଥର ବୋଝେଇ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ନିଖୋଜ କ୍ରୁ ସଦସ୍ୟଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି

ଏହି ଜାହାଜରେ ସମୁଦାୟ ୨୪ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ୨୦ ଜଣ ଚୀନ୍ ନାଗରିକ, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶର ନାଗରିକ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇବା ପରେ ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ (Indian Coast Guard) ପକ୍ଷରୁ ତୁରନ୍ତ ସର୍ଚ୍ଚ ଏବଂ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରାଯାଇଛି। ଅନ୍ୟ ଏକ ବାଣିଜ୍ୟିକ ଜାହାଜ ସାହାଯ୍ୟରେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨୨ ଜଣ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ସଦସ୍ୟମାନଙ୍କୁ ଖୋଜିବା ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ତିନୋଟି ପାଟ୍ରୋଲିଂ ଜାହାଜ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

କେନ୍ଦ୍ରମନ୍ତ୍ରୀ ପ୍ରକାଶ କଲେ ଉଦ୍ବେଗ

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସୋସିଆଲ୍ ମିଡିଆ ଏକ୍ସ (X) ରେ ସେ ସୂଚନା ଦେଇ କହିଛନ୍ତି ଯେ, "ଏମ୍‌ଭି ଓସେନ୍ ୱିନର ଜାହାଜ ଦୁର୍ଘଟଣାଗ୍ରସ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ସମସ୍ତ ଏଜେନ୍ସି ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ଏବଂ ଅନ୍ୟ କ୍ରୁ ସଦସ୍ୟମାନଙ୍କ ସୁରକ୍ଷା ପାଇଁ ମୁଁ ପ୍ରାର୍ଥନା କରୁଛି।"

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର