ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ବିଜେଡିର ତୀବ୍ର ବିରୋଧ, ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଲେ ସାଂସଦ ମାନସ ମଙ୍ଗରାଜ

Madhusudan Das Picture
Published On

ନୂଆଦିଲ୍ଲୀ: ଏମ୍‌ଏମ୍‌ଡ଼ିଆର୍‌ ସଂଶୋଧନ ବିଲ୍‌କୁ ରାଜ୍ୟସଭାରେ ତୀବ୍ର ବିରୋଧ କରିଛି ବିଜେଡି । ଆଲୋଚନା ସମୟରେ ସାଂସଦ ମାନସ ମଙ୍ଗରାଜ ବିଲ୍‌କୁ ବିରୋଧ କରିବା ସହ ଏହା ଓଡ଼ିଶା ଓ ଅନ୍ୟ ଖଣିଜ ସମ୍ପଦପୂର୍ଣ୍ଣ ରାଜ୍ୟଗୁଡ଼ିକର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରିଛନ୍ତି। ଏହା ସହ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ମଧ୍ୟ ସେ ଦାବି କରିଛନ୍ତି । ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ୤ ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ୍‌ ସମେତ ବିଭିନ୍ନ ଖଣିଜ ସମ୍ପଦ ଦେଶର ଶିଳ୍ପ ବିକାଶରେ ବଡ଼ ଅବଦାନ ରଖୁଛି। କିନ୍ତୁ ଖଣି ଅଞ୍ଚଳର ଲୋକମାନେ ଦୀର୍ଘଦିନ ଧରି ପରିବେଶୀୟ ଓ ସାମାଜିକ କ୍ଷତିର ବହୁମୂଲ୍ୟ ଦେଇ ଆସୁଛନ୍ତି । 

ଆହୁରି ପଢ଼ନ୍ତୁ: ବିଡିଓ ପରିଚୟ ଦେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ବିଲ୍‌ରେ ଧାରା-୯ (ଡ଼ି)ର ବ୍ୟବସ୍ଥା ଅନୁସାରେ ଖଣିଜ ଅଧିକାର ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା କର, ସେସ୍‌ କିମ୍ବା ଅନ୍ୟାନ୍ୟ ଲେଭି ଲଗାଇବାର କ୍ଷମତା ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣ ବଢ଼ିପାରେ। ଏହା ଫଳରେ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାୟତ୍ତତା ଓ ରାଜସ୍ୱ ସଂଗ୍ରହର କ୍ଷମତା ସୀମିତ ହେବ। ଓଡ଼ିଶା ପରି ଖଣିଜ ସମୃଦ୍ଧ ରାଜ୍ୟ ପାଇଁ ଖଣିଜ ରାଜସ୍ୱ କେବଳ ସରକାରୀ ଆୟର ଏକ ସ୍ରୋତ ନୁହେଁ। ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପୁନର୍ବାସ, ଜୀବିକା ଓ ପରିବେଶ ପୁନରୁଦ୍ଧାର ଭଳି କାର୍ଯ୍ୟରେ ଏହି ରାଜସ୍ୱର ଗୁରୁତ୍ୱ ରହିଛି। ତେଣୁ ଏହି ଆର୍ଥିକ କ୍ଷେତ୍ରକୁ ସଂକୁଚିତ କରାଗଲେ ଏହାର ସିଧାସଳଖ ପ୍ରଭାବ ରାଜ୍ୟର ବିକାଶ ଓ ଖଣି ଅଞ୍ଚଳର ଲୋକଙ୍କ ଉପରେ ପଡ଼ିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । ସେ ପୁଣି କହିଛନ୍ତି ଯେ ବିଲ୍‌ଟି ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ଦୁର୍ବଳ କରିବାର ଆଶଙ୍କା ରହିଛି । ଖଣିଜ ସମ୍ପଦ ସମ୍ପର୍କିତ ରାଜ୍ୟଗୁଡ଼ିକର ଆର୍ଥିକ ଓ ସାମାଜିକ ପରିସ୍ଥିତି ଭିନ୍ନ। ଓଡ଼ିଶାର ଖଣି ଅଞ୍ଚଳରେ ଆଦିବାସୀ ସମୁଦାୟ, ସ୍ଥାନୀୟ ଜନସାଧାରଣ ଓ ପରିବେଶୀୟ ସମସ୍ୟା ସହ ଜଡ଼ିତ ଅନେକ ସ୍ୱତନ୍ତ୍ର ପ୍ରସଙ୍ଗ ରହିଛି। ଏପରି ସ୍ଥିତିରେ ଗୋଟିଏ ସମାନ କେନ୍ଦ୍ରୀୟ ନୀତି ଦ୍ୱାରା ସବୁ ରାଜ୍ୟର ସମସ୍ୟା ସମାଧାନ କରିବା ବାସ୍ତବସମ୍ମତ ନୁହେଁ । ନିବେଶ ବୃଦ୍ଧି  ଓ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେସନ ନାମରେ ଖଣି କ୍ଷେତ୍ରର ସଂସ୍କାରକୁ ଆମେ ବିରୋଧ କରୁନାହୁଁ । ମାତ୍ର କୌଣସି ମୂଲ୍ୟରେ ରାଜ୍ୟର ନ୍ୟାୟସଙ୍ଗତ ରାଜସ୍ୱ ଅଧିକାର କିମ୍ବା ଖଣି ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ସହ ସାଲିସ କରାଯାଇ ପାରିବ ନାହିଁ।

ଆହୁରି ପଢ଼ନ୍ତୁ: ଶଙ୍ଖ ଭବନରେ ତ୍ରିରଙ୍ଗା ଉଡ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ବଜାୟ ରଖିବାକୁ ଆହ୍ବାନ

 ଖଣି ଉତ୍ତୋଳନ ଓ ଶିଳ୍ପ ବିକାଶକୁ ଓଡ଼ିଶା ସମର୍ଥନ କରିଆସିଛି; କିନ୍ତୁ ଖଣିଜ ସମ୍ପଦରୁ ଖଣିଜ ସମୃଦ୍ଧ ରାଜ୍ୟ ଓ ସ୍ଥାନୀୟ ଲୋକଙ୍କୁ ନ୍ୟାୟସଙ୍ଗତ ଏବଂ ଦୀର୍ଘସ୍ଥାୟୀ ଲାଭ ମିଳିବା ଆବଶ୍ୟକ। ତେଣୁ ବିଲ୍‌ଟିକୁ ତରବରିଆ ଭାବେ ପାସ୍‌ ନ କରି ରାଜ୍ୟଗୁଡ଼ିକ ସହ ବ୍ୟାପକ ପରାମର୍ଶ ଓ ସାମ୍ବିଧାନିକ ଯାଞ୍ଚ ପାଇଁ ସିଲେକ୍ଟ କମିଟିକୁ ପଠାଯିବା ଉଚିତ୍‌ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । 

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଆନ୍ତଃ-ଜିଲ୍ଲା ଡକାୟତ ଦଳ ଠାବ, ବିପୁଳ ସୁନାଗହଣା ଜବତ ସହ ୧୨ ଗିରଫ

13 Aug 2026 By Madhusudan Das

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ବିଜେଡିର ତୀବ୍ର ବିରୋଧ, ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଏମ୍‌ଏମ୍‌ଡ଼ିଆର୍‌ ସଂଶୋଧନ ବିଲ୍‌କୁ ରାଜ୍ୟସଭାରେ ତୀବ୍ର ବିରୋଧ କରିଛି ବିଜେଡି । ଆଲୋଚନା ସମୟରେ ସାଂସଦ ମାନସ ମଙ୍ଗରାଜ ବିଲ୍‌କୁ ବିରୋଧ କରିବା ସହ ଏହା ଓଡ଼ିଶା ଓ ଅନ୍ୟ ଖଣିଜ ସମ୍ପଦପୂର୍ଣ୍ଣ ରାଜ୍ୟଗୁଡ଼ିକର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରିଛନ୍ତି। ଏହା ସହ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ମଧ୍ୟ ସେ ଦାବି କରିଛନ୍ତି । ଆଲୋଚନାରେ ଭାଗ ନେଇ ସେ କହିଛନ୍ତି ଯେ ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ୤ ଲୁହାପଥର, ବକ୍ସାଇଟ୍‌, ମାଙ୍ଗାନିଜ୍‌ ସମେତ ବିଭିନ୍ନ ଖଣିଜ ସମ୍ପଦ ଦେଶର ଶିଳ୍ପ ବିକାଶରେ ବଡ଼ ଅବଦାନ ରଖୁଛି। କିନ୍ତୁ ଖଣି ଅଞ୍ଚଳର ଲୋକମାନେ ଦୀର୍ଘଦିନ ଧରି ପରିବେଶୀୟ ଓ ସାମାଜିକ କ୍ଷତିର ବହୁମୂଲ୍ୟ ଦେଇ ଆସୁଛନ୍ତି । 

ବିଲ୍‌ରେ ଧାରା-୯ (ଡ଼ି)ର ବ୍ୟବସ୍ଥା ଅନୁସାରେ ଖଣିଜ ଅଧିକାର ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା କର, ସେସ୍‌ କିମ୍ବା ଅନ୍ୟାନ୍ୟ ଲେଭି ଲଗାଇବାର କ୍ଷମତା ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣ ବଢ଼ିପାରେ। ଏହା ଫଳରେ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକର ଆର୍ଥିକ ସ୍ୱାୟତ୍ତତା ଓ ରାଜସ୍ୱ ସଂଗ୍ରହର କ୍ଷମତା ସୀମିତ ହେବ। ଓଡ଼ିଶା ପରି ଖଣିଜ ସମୃଦ୍ଧ ରାଜ୍ୟ ପାଇଁ ଖଣିଜ ରାଜସ୍ୱ କେବଳ ସରକାରୀ ଆୟର ଏକ ସ୍ରୋତ ନୁହେଁ। ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ପୁନର୍ବାସ, ଜୀବିକା ଓ ପରିବେଶ ପୁନରୁଦ୍ଧାର ଭଳି କାର୍ଯ୍ୟରେ ଏହି ରାଜସ୍ୱର ଗୁରୁତ୍ୱ ରହିଛି। ତେଣୁ ଏହି ଆର୍ଥିକ କ୍ଷେତ୍ରକୁ ସଂକୁଚିତ କରାଗଲେ ଏହାର ସିଧାସଳଖ ପ୍ରଭାବ ରାଜ୍ୟର ବିକାଶ ଓ ଖଣି ଅଞ୍ଚଳର ଲୋକଙ୍କ ଉପରେ ପଡ଼ିବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । ସେ ପୁଣି କହିଛନ୍ତି ଯେ ବିଲ୍‌ଟି ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ଦୁର୍ବଳ କରିବାର ଆଶଙ୍କା ରହିଛି । ଖଣିଜ ସମ୍ପଦ ସମ୍ପର୍କିତ ରାଜ୍ୟଗୁଡ଼ିକର ଆର୍ଥିକ ଓ ସାମାଜିକ ପରିସ୍ଥିତି ଭିନ୍ନ। ଓଡ଼ିଶାର ଖଣି ଅଞ୍ଚଳରେ ଆଦିବାସୀ ସମୁଦାୟ, ସ୍ଥାନୀୟ ଜନସାଧାରଣ ଓ ପରିବେଶୀୟ ସମସ୍ୟା ସହ ଜଡ଼ିତ ଅନେକ ସ୍ୱତନ୍ତ୍ର ପ୍ରସଙ୍ଗ ରହିଛି। ଏପରି ସ୍ଥିତିରେ ଗୋଟିଏ ସମାନ କେନ୍ଦ୍ରୀୟ ନୀତି ଦ୍ୱାରା ସବୁ ରାଜ୍ୟର ସମସ୍ୟା ସମାଧାନ କରିବା ବାସ୍ତବସମ୍ମତ ନୁହେଁ । ନିବେଶ ବୃଦ୍ଧି  ଓ ଇଜ୍‌ ଅଫ୍‌ ଡ଼ୁଇଂ ବିଜିନେସନ ନାମରେ ଖଣି କ୍ଷେତ୍ରର ସଂସ୍କାରକୁ ଆମେ ବିରୋଧ କରୁନାହୁଁ । ମାତ୍ର କୌଣସି ମୂଲ୍ୟରେ ରାଜ୍ୟର ନ୍ୟାୟସଙ୍ଗତ ରାଜସ୍ୱ ଅଧିକାର କିମ୍ବା ଖଣି ପ୍ରଭାବିତ ଲୋକଙ୍କ ସ୍ୱାର୍ଥ ସହ ସାଲିସ କରାଯାଇ ପାରିବ ନାହିଁ।

 ଖଣି ଉତ୍ତୋଳନ ଓ ଶିଳ୍ପ ବିକାଶକୁ ଓଡ଼ିଶା ସମର୍ଥନ କରିଆସିଛି; କିନ୍ତୁ ଖଣିଜ ସମ୍ପଦରୁ ଖଣିଜ ସମୃଦ୍ଧ ରାଜ୍ୟ ଓ ସ୍ଥାନୀୟ ଲୋକଙ୍କୁ ନ୍ୟାୟସଙ୍ଗତ ଏବଂ ଦୀର୍ଘସ୍ଥାୟୀ ଲାଭ ମିଳିବା ଆବଶ୍ୟକ। ତେଣୁ ବିଲ୍‌ଟିକୁ ତରବରିଆ ଭାବେ ପାସ୍‌ ନ କରି ରାଜ୍ୟଗୁଡ଼ିକ ସହ ବ୍ୟାପକ ପରାମର୍ଶ ଓ ସାମ୍ବିଧାନିକ ଯାଞ୍ଚ ପାଇଁ ସିଲେକ୍ଟ କମିଟିକୁ ପଠାଯିବା ଉଚିତ୍‌ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର