ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ଗଞ୍ଜେଇ ଚାଲାଣର ଅଭିନବ ପ୍ରୟାସ: କ୍ଷୀର ପାତ୍ରରେ ଚାଲାଣ ବେଳେ ୩ ଗିରଫ, ୪୪ କେଜି ଜବତ

Madhusudan Das Picture
Published On

ବଲାଙ୍ଗିର: ଗଞ୍ଜେଇ ଚାଲାଣର ଅଭିନବ ପ୍ରୟାସ । କ୍ଷୀର ପାତ୍ରରେ ହେଉଥିଲା ଗଞ୍ଜେଇ ଚାଲାଣ । ବଲାଙ୍ଗିର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଏହାକୁ ପଣ୍ଡ କରିଛି ତୁଷୁରା ଅବକାରୀ ବିଭାଗ। କ୍ଷୀର ପାତ୍ର (ମିଲ୍କ ଜାର୍) ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୪ କେଜି ଗଞ୍ଜେଇକୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପାଇଁ ରେଡ୍ ଆଲର୍ଟ: ଘନୀଭୂତ ହେଉଛି ଲଘୁଚାପ, ଆଜି ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଗଞ୍ଜେଇ ମାଫିଆମାନେ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବା ପାଇଁ କ୍ଷୀର ପାତ୍ରର ବ୍ୟବହାର କରିଥିଲେ। ମିଳିଥିବା ଗୁପ୍ତ ସୂଚନା ଆଧାରରେ ତୁଷୁରା ଅବକାରୀ ବିଭାଗ ଦେଓଗାଁ ଥାନା ଅନ୍ତର୍ଗତ କୁକୁରଖାଇ ଛକ ନିକଟରେ ଛକି ରହିଥିଲା। କୁକୁରଖାଇ-ତୁଷୁରା ରାସ୍ତାରେ ଯାଉଥିବା ଦୁଇଟି ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଅଘଟଣ: ଘରୋଇ ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଲେ ଛତିଶଗଡ଼ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମହାନ ଏବଂ ରାଜୁ ବଂଶଲ। ଅବକାରୀ ବିଭାଗର କହିବା ଅନୁଯାୟୀ, ସେମାନେ ବୌଦ୍ଧ ଜିଲ୍ଲାର ଦେଉଳି ଅଞ୍ଚଳରୁ ବଲାଙ୍ଗିର ଅଭିମୁଖେ ଏହି ଗଞ୍ଜେଇ ଚାଲାଣ କରୁଥିଲେ। ଅବକାରୀ ଅଧିକାରୀମାନେ ଗଞ୍ଜେଇ ସମେତ ଦୁଇଟି ମୋଟରସାଇକେଲ ଏବଂ ବିଭିନ୍ନ ରାଜ୍ୟର ଏକାଧିକ ନମ୍ବର ପ୍ଲେଟ୍ ଜବତ କରିଛନ୍ତି। ତୁଷୁରା ଏବଂ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପାଇଁ ଚିନ୍ତା ବଢ଼ିଛି। 

ଆହୁରି ପଢ଼ନ୍ତୁ: କରଞ୍ଜିଆରେ ଦନ୍ତାହାତୀ ଆତଙ୍କ: ଘର ଭାଙ୍ଗିଲା, ୫ବର୍ଷର ଶିଶୁକୁ କଚାଡି ମାରିଲା

08 Aug 2026 By Madhusudan Das

ଗଞ୍ଜେଇ ଚାଲାଣର ଅଭିନବ ପ୍ରୟାସ: କ୍ଷୀର ପାତ୍ରରେ ଚାଲାଣ ବେଳେ ୩ ଗିରଫ, ୪୪ କେଜି ଜବତ

ବଲାଙ୍ଗିର: ଗଞ୍ଜେଇ ଚାଲାଣର ଅଭିନବ ପ୍ରୟାସ । କ୍ଷୀର ପାତ୍ରରେ ହେଉଥିଲା ଗଞ୍ଜେଇ ଚାଲାଣ । ବଲାଙ୍ଗିର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଏହାକୁ ପଣ୍ଡ କରିଛି ତୁଷୁରା ଅବକାରୀ ବିଭାଗ। କ୍ଷୀର ପାତ୍ର (ମିଲ୍କ ଜାର୍) ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୪ କେଜି ଗଞ୍ଜେଇକୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଗଞ୍ଜେଇ ମାଫିଆମାନେ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବା ପାଇଁ କ୍ଷୀର ପାତ୍ରର ବ୍ୟବହାର କରିଥିଲେ। ମିଳିଥିବା ଗୁପ୍ତ ସୂଚନା ଆଧାରରେ ତୁଷୁରା ଅବକାରୀ ବିଭାଗ ଦେଓଗାଁ ଥାନା ଅନ୍ତର୍ଗତ କୁକୁରଖାଇ ଛକ ନିକଟରେ ଛକି ରହିଥିଲା। କୁକୁରଖାଇ-ତୁଷୁରା ରାସ୍ତାରେ ଯାଉଥିବା ଦୁଇଟି ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଥିଲା।

ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଲେ ଛତିଶଗଡ଼ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମହାନ ଏବଂ ରାଜୁ ବଂଶଲ। ଅବକାରୀ ବିଭାଗର କହିବା ଅନୁଯାୟୀ, ସେମାନେ ବୌଦ୍ଧ ଜିଲ୍ଲାର ଦେଉଳି ଅଞ୍ଚଳରୁ ବଲାଙ୍ଗିର ଅଭିମୁଖେ ଏହି ଗଞ୍ଜେଇ ଚାଲାଣ କରୁଥିଲେ। ଅବକାରୀ ଅଧିକାରୀମାନେ ଗଞ୍ଜେଇ ସମେତ ଦୁଇଟି ମୋଟରସାଇକେଲ ଏବଂ ବିଭିନ୍ନ ରାଜ୍ୟର ଏକାଧିକ ନମ୍ବର ପ୍ଲେଟ୍ ଜବତ କରିଛନ୍ତି। ତୁଷୁରା ଏବଂ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପାଇଁ ଚିନ୍ତା ବଢ଼ିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର