ବନ୍ୟା ପ୍ରଭାବିତ ୭ ଜିଲ୍ଲାରେ ୯୬ ସର୍ପାଘାତ ମାମଲା: କୌଣସି ମୃତ୍ୟୁ ହୋଇନଥିବା ନେଇ ଜନସ୍ୱାସ୍ଥ୍ୟ ବିଭାଗର ସୂଚନା

Madhusudan Das Picture
Published On

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ ୯୬ଟି ସର୍ପାଘାତ ବା ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି। ତେବେ ସୁଖଦ କଥା ହେଉଛି ଏଥିରେ କାହାରି ମୃତ୍ୟୁ ହୋଇନଥିବା ଜନସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବସନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଡକ୍ଟର ପ୍ରଧାନ କହିଛନ୍ତି ଯେ ବନ୍ୟା ଜଳ କମିଯାଇଥିଲେ ମଧ୍ୟ ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର, ପୁରୀ ଏବଂ କଟକ ଭଳି ୭ଟି ଜିଲ୍ଲାରେ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ମଧ୍ୟ ଲାଗିରହିଛି। ଏହି ପରିସ୍ଥିତିର ସଫଳ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ବନ୍ୟା ପ୍ରଭାବିତ ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ ଏବଂ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ସହମତିରେ ଏହି ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ (ORS), ଆଣ୍ଟି-ସ୍ନେକ୍ ଭେନମ୍ (ASV) ଏବଂ ଅନ୍ୟାନ୍ୟ ଜରୁରୀ ଔଷଧ ମହଜୁଦ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସର୍ପାଘାତ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ୧୯୫ଟି ଝାଡ଼ାବାନ୍ତି ବା ଡାଇରିଆ ମାମଲା ରିପୋର୍ଟ ହୋଇଛି ଏବଂ ରୋଗୀମାନଙ୍କୁ ଡିହାଇଡ୍ରେସନ୍‌ରୁ ରକ୍ଷା କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ତୁରନ୍ତ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୧,୩୩୪ ଜଣ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଏଥିସହ ବନ୍ୟା ଘେରରେ ଥିବା ୪୮୧ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩୨ ଜଣଙ୍କର ସଫଳ ପ୍ରସବ କରାଯାଇଛି। କୌଣସି ମା' କିମ୍ବା ନବଜାତ ଶିଶୁର ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଘୁଚାପ ଜନିତ ଲଗାଣ ବର୍ଷା: ଜାତୀୟ ରାଜପଥରେ ଉଛୁଳୁଛି ପାଣି, ଯୋଗାଯୋଗ ବିଚ୍ଛିନ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର