ବନ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା: ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧.୨୦ ଲକ୍ଷ ଟଙ୍କାର କ୍ଷତିପୂରଣ

Madhusudan Das Picture
Published On

ଭୁବନେଶ୍ୱର: ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ହୋଇଥିବା ପରିବାରଗୁଡ଼ିକ ପାଇଁ ଓଡ଼ିଶା ସରକାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯେଉଁ ପରିବାରଗୁଡ଼ିକର ଘର ବନ୍ୟାରେ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି, ସେମାନଙ୍କୁ କ୍ଷତିପୂରଣ ବାବଦରେ ୧.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ସୂଚନା ଦେଇ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ବନ୍ୟା ଜଳ କମିଯାଇଛି, ସେଠାରେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତିର ବିସ୍ତୃତ ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଘର ପାଇଁ ପ୍ରତ୍ୟେକ ପରିବାରକୁ ୧.୨୦ ଲକ୍ଷ ଟଙ୍କା ଦିଆଯିବାକୁ ଥିବା ବେଳେ, ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ ୪,୦୦୦ ଟଙ୍କା ଏବଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି ବୋଲି କହିଚ୍ଛନ୍ତି ରାଜସ୍ୱ ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ବିଜେପିକୁ ଘାରିଛି ଛାତ୍ର ସଂସଦ ନିର୍ବାଚନ ପରାଜୟ ଭୟ, ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବାକୁ ଲାଗିଛି ସରକାରୀ କଳ ଓ ବଳ: ବିଜେଡି

ବନ୍ୟାରେ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ମଧ୍ୟ ସରକାର ସହାୟତା ଯୋଗାଇଦେବେ। କ୍ଷତିଗ୍ରସ୍ତ ଚାଷୀମାନେ ହେକ୍ଟର ପିଛା ୮,୫୦୦ ଟଙ୍କା ପାଇବେ। ସରକାରୀ ରିପୋର୍ଟ ଅନୁଯାୟୀ, ଏହି ବନ୍ୟା ଯୋଗୁଁ ରାଜ୍ୟର ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍ ଏବଂ ୧,୪୫୮ଟି ଗ୍ରାମ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ସମୁଦାୟ ୮,୬୩,୯୦୯ ଜଣ ଲୋକ ଏହା ଦ୍ୱାରା ଦୁର୍ଦ୍ଦଶା ଭୋଗୁଛନ୍ତି।

ଆହୁରି ପଢ଼ନ୍ତୁ: ଡାକ ବିଭାଗରେ ବଡ଼ ଧରଣର ପ୍ରଶାସନିକ ପୁନର୍ଗଠନ: ନୂଆ ନବରଙ୍ଗପୁର ଡିଭିଜନ ଗଠିତ, ସମ୍ବଲପୁର ଅଧୀନକୁ ଗଲା ମୟୂରଭଞ୍ଜ ଓ ରାଇରଙ୍ଗପୁର

ସେହିପରି ବନ୍ୟାରେ ୨ ଲକ୍ଷ ୬୭ ହଜାର ୩୦୧ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ପ୍ରଦାନ କରିଛନ୍ତି ବୀପର୍ଯ୍ୟୟ ପିରଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର