ବିଶ୍ୱାସ ଭାଙ୍ଗିଛି ଶିକ୍ଷା ବିଭାଗ, ତୁରନ୍ତ ଇସ୍ତଫା ଦିଅନ୍ତୁ ଗଣଶିକ୍ଷାମନ୍ତ୍ରୀ: ନବୀନ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ସ୍କୁଲ ପାଠ୍ୟପୁସ୍ତକରେ ୧୭୬୭ ମୁଦ୍ରଣ ଜନିଟ ତ୍ରୁଟି ନେଇ ବିଜେଡି ପକ୍ଷରୁ ଲଗାତାର ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇ ଆସୁଛି। ଏହିକ୍ରମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି ଟିପ୍ପଣୀ ଦେବା ପରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫାକୁ ନେଇ ଦାବି ତୀବ୍ରତର ହୋଇଛି। 

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି, ଶିକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସ ଭାଙ୍ଗି ଦେଇଛି। ତେଣୁ ପୂର୍ବତନ କେନ୍ଦ୍ର  ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ପରି  ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା  ଦେଇ ଦେବା ଉଚିତ।  ରାଜ୍ୟର ଏହି ସ୍ପର୍ଶକାତର ପ୍ରସଙ୍ଗରେ ସରକାର ଅତ୍ୟନ୍ତ ହାଲୁକା ତଥା ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇ ଆସୁଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କରି ଅଭିଭାବକ, ସାମାଜିକ ସଂଗଠନ ତଥା ରାଜନୈତିକ ଦଳ ଯାଏଁ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂତନ ପୁସ୍ତକ ପ୍ରଦାନ ସହ ଘଟଣାରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛନ୍ତି। ଯୁବ ଓ ଛାତ୍ର ବିଜେଡି ରାଜ୍ୟବ୍ୟାପୀ ଏନେଇ ଆନ୍ଦୋଳନ ଜାରି ରଖିଥିବା ବେଳେ କଂଗ୍ରେସ, ବିଭିନ୍ନ ସାମାଜିକ ସଂଗଠନ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାସତ୍ତେ୍ୱ ସରକାର ନିଦାବିଷ୍ଣୁ ସାଜି ଗଣଶିକ୍ଷା ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିବା ବେଳେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦଶକ ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି। ସେହିପରି ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରି ଦେଇ ସରକାର ଚୁପ୍‌ ହୋଇ ବସିଛନ୍ତି। ଏହା ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ବିଜେଡି କ୍ଷୋଭ ପ୍ରକାଶ କରି ଆସୁଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

27 Jul 2026 By Madhusudan Das

ବିଶ୍ୱାସ ଭାଙ୍ଗିଛି ଶିକ୍ଷା ବିଭାଗ, ତୁରନ୍ତ ଇସ୍ତଫା ଦିଅନ୍ତୁ ଗଣଶିକ୍ଷାମନ୍ତ୍ରୀ: ନବୀନ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ସ୍କୁଲ ପାଠ୍ୟପୁସ୍ତକରେ ୧୭୬୭ ମୁଦ୍ରଣ ଜନିଟ ତ୍ରୁଟି ନେଇ ବିଜେଡି ପକ୍ଷରୁ ଲଗାତାର ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇ ଆସୁଛି। ଏହିକ୍ରମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି ଟିପ୍ପଣୀ ଦେବା ପରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫାକୁ ନେଇ ଦାବି ତୀବ୍ରତର ହୋଇଛି। 

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି, ଶିକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସ ଭାଙ୍ଗି ଦେଇଛି। ତେଣୁ ପୂର୍ବତନ କେନ୍ଦ୍ର  ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ପରି  ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା  ଦେଇ ଦେବା ଉଚିତ।  ରାଜ୍ୟର ଏହି ସ୍ପର୍ଶକାତର ପ୍ରସଙ୍ଗରେ ସରକାର ଅତ୍ୟନ୍ତ ହାଲୁକା ତଥା ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇ ଆସୁଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କରି ଅଭିଭାବକ, ସାମାଜିକ ସଂଗଠନ ତଥା ରାଜନୈତିକ ଦଳ ଯାଏଁ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂତନ ପୁସ୍ତକ ପ୍ରଦାନ ସହ ଘଟଣାରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛନ୍ତି। ଯୁବ ଓ ଛାତ୍ର ବିଜେଡି ରାଜ୍ୟବ୍ୟାପୀ ଏନେଇ ଆନ୍ଦୋଳନ ଜାରି ରଖିଥିବା ବେଳେ କଂଗ୍ରେସ, ବିଭିନ୍ନ ସାମାଜିକ ସଂଗଠନ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାସତ୍ତେ୍ୱ ସରକାର ନିଦାବିଷ୍ଣୁ ସାଜି ଗଣଶିକ୍ଷା ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିବା ବେଳେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦଶକ ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି। ସେହିପରି ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରି ଦେଇ ସରକାର ଚୁପ୍‌ ହୋଇ ବସିଛନ୍ତି। ଏହା ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ବିଜେଡି କ୍ଷୋଭ ପ୍ରକାଶ କରି ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର