OSSTET ପରୀକ୍ଷା ତାରିଖ ଘୋଷଣା କଲା ବିଏସଇ (BSE): ସେପ୍ଟେମ୍ବର ୩୦ରେ ହେବ ପରୀକ୍ଷା
କଟକ: ସେପ୍ଟେମ୍ବର ୩୦ରେ ହେବ OSSTET ପରୀକ୍ଷା । ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ତାରିଖ ଘୋଷଣା କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ବିଏସଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩୦ ତାରିଖ (ବୁଧବାର) ଦିନ OSSTET ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଗୋଟିଏ ସିଟିଂରେ କରାଯିବ। ପେପର-୧ (Paper-I) ଏବଂ ପେପର-୨ (Paper-II) ଉଭୟ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୧:୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ
ଏହି ପରୀକ୍ଷା ପାଇଁ ଆବେଦନ ପଞ୍ଜୀକରଣ କେବେଠାରୁ ଆରମ୍ଭ ହେବ, ସେ ନେଇ ଖୁବଶୀଘ୍ର ବିସ୍ତୃତ ନିର୍ଦ୍ଦେଶାବଳୀ, ଗାଇଡଲାଇନ୍ ଏବଂ ସମୟସୂଚୀ ପ୍ରକାଶ ପାଇବ ବୋଲି ବୋର୍ଡ ସୂଚନା ଦେଇଛି। ତେଣୁ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ କୁ ଯାଞ୍ଚ କରିବା ପାଇଁ ପରାମର୍ଶ ଦିଆଯାଇଛି।






