ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଅଘଟଣ: ୬୦୦ ମିଟର ଖାଲକୁ ଖସି ପଡିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Madhusudan Das Picture
Published On

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଜଳପ୍ରପାତରେ ଗାଧୋଉଥିବା ସମୟରେ ପାଖାପାଖି ୬୦୦ ମିଟର ଗଭୀର ଖାଲକୁ ଖସିପଡ଼ି ଅଚେତ ହୋଇଯାଇଥିବା ଦୁଇଜଣ କଲେଜ ଛାତ୍ରଙ୍କୁ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀ ବିଳମ୍ବିତ ରାତିରେ ସଫଳତାର ସହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଦୁଇ ଜଣ ଛାତ୍ର ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜର ଦେବାଶିଷ ପ୍ରଧାନ (କୋମନା) ଏବଂ କାହ୍ନା ଦଣ୍ଡସେନା (ତିମନପୁର) ।

ଆହୁରି ପଢ଼ନ୍ତୁ: ଗାଁକୁ ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ, ଟ୍ରାକ୍ଟରରେ ହସ୍ପିଟାଲ ଯିବା ବେଳେ ସନ୍ତାନ ପ୍ରସବ କଲେ ମହିଳା

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜର ଚାରିଜଣ ସାଙ୍ଗ ବଲାଙ୍ଗୀର ଜିଲ୍ଲା ଝୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଛତ୍ରଙ୍ଗା ଗ୍ରାମ ନିକଟସ୍ଥ ଛତ୍ରଦଣ୍ଡୀ ଜଙ୍ଗଲ ପାଦଦେଶରେ ଥିବା ଗୁମ୍ଫା ଡ୍ୟାମ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଜଳପ୍ରପାତରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଓ କାହ୍ନା ପ୍ରାୟ ୬୦୦ ମିଟର ତଳକୁ ଖସିପଡ଼ି ଗୁରୁତର ହୋଇ ଅଚେତ ହୋଇଯାଇଥିଲେ । ସେମାନଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ସାଙ୍ଗ ତୁରନ୍ତ ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଶାସ୍ତ୍ରୀ ନଗର ସଡକ ଦୁର୍ଘଟଣା ମୃତ୍ୟୁ; ରାସ୍ ଡ୍ରାଇଭିଂ ଓ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ଡ୍ରାଇଭର ଗିରଫ

ଖବର ପାଇ ଅଗ୍ନିଶମ ବାହିନୀର ଓଆଇସି ରଞ୍ଜିତ କେରକେଟାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତିର ଅନ୍ଧକାର ମଧ୍ୟରେ ଷ୍ଟ୍ରେଚର୍ ଧରି ପ୍ରାୟ ୩ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କରି ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଦିଲେଶ୍ୱର ସେଠିଆ, ଅଶୋକ କୁମାର ନାୟକ, ଦୁଷ୍ମନ୍ତ ମାଝୀ, ବୃଷଭ ସାହୁ ଏବଂ ରାଜକୁମାର ମାଝୀ ସାମିଲ ହୋଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନ ପରେ ଉଭୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ଓ ବୃଦ୍ଧାଙ୍କ ମୃତ୍ୟୁ

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଳପ୍ରପାତକୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଅନେକ ସମୟରେ ପର୍ଯ୍ୟଟକମାନେ ଧାରରେ ଠିଆ ହୋଇ ସେଲଫି ଏବଂ ଭିଡିଓ ଉତ୍ତୋଳନ କରିଥାନ୍ତି, ଯାହା ଦ୍ୱାରା ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ଜଳପ୍ରପାତ ନିକଟରେ ସୁରକ୍ଷା ବାରିକେଡ୍ ଏବଂ ସଚେତନତା ସୂଚନା ଫଳକ ଲଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ହୋଇଛି ।

15 Jul 2026 By Madhusudan Das

ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଅଘଟଣ: ୬୦୦ ମିଟର ଖାଲକୁ ଖସି ପଡିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଜଳପ୍ରପାତରେ ଗାଧୋଉଥିବା ସମୟରେ ପାଖାପାଖି ୬୦୦ ମିଟର ଗଭୀର ଖାଲକୁ ଖସିପଡ଼ି ଅଚେତ ହୋଇଯାଇଥିବା ଦୁଇଜଣ କଲେଜ ଛାତ୍ରଙ୍କୁ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀ ବିଳମ୍ବିତ ରାତିରେ ସଫଳତାର ସହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଦୁଇ ଜଣ ଛାତ୍ର ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜର ଦେବାଶିଷ ପ୍ରଧାନ (କୋମନା) ଏବଂ କାହ୍ନା ଦଣ୍ଡସେନା (ତିମନପୁର) ।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜର ଚାରିଜଣ ସାଙ୍ଗ ବଲାଙ୍ଗୀର ଜିଲ୍ଲା ଝୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଛତ୍ରଙ୍ଗା ଗ୍ରାମ ନିକଟସ୍ଥ ଛତ୍ରଦଣ୍ଡୀ ଜଙ୍ଗଲ ପାଦଦେଶରେ ଥିବା ଗୁମ୍ଫା ଡ୍ୟାମ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଜଳପ୍ରପାତରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଓ କାହ୍ନା ପ୍ରାୟ ୬୦୦ ମିଟର ତଳକୁ ଖସିପଡ଼ି ଗୁରୁତର ହୋଇ ଅଚେତ ହୋଇଯାଇଥିଲେ । ସେମାନଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ସାଙ୍ଗ ତୁରନ୍ତ ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀର ଓଆଇସି ରଞ୍ଜିତ କେରକେଟାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତିର ଅନ୍ଧକାର ମଧ୍ୟରେ ଷ୍ଟ୍ରେଚର୍ ଧରି ପ୍ରାୟ ୩ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କରି ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଦିଲେଶ୍ୱର ସେଠିଆ, ଅଶୋକ କୁମାର ନାୟକ, ଦୁଷ୍ମନ୍ତ ମାଝୀ, ବୃଷଭ ସାହୁ ଏବଂ ରାଜକୁମାର ମାଝୀ ସାମିଲ ହୋଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନ ପରେ ଉଭୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଳପ୍ରପାତକୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଅନେକ ସମୟରେ ପର୍ଯ୍ୟଟକମାନେ ଧାରରେ ଠିଆ ହୋଇ ସେଲଫି ଏବଂ ଭିଡିଓ ଉତ୍ତୋଳନ କରିଥାନ୍ତି, ଯାହା ଦ୍ୱାରା ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ଜଳପ୍ରପାତ ନିକଟରେ ସୁରକ୍ଷା ବାରିକେଡ୍ ଏବଂ ସଚେତନତା ସୂଚନା ଫଳକ ଲଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର