ରଥଯାତ୍ରା ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ: ଶ୍ରୀମନ୍ଦିର ଆପ୍‌ ନାଁରେ ଭାଇରାଲ୍‌ ହେଉଛି ମିଥ୍ୟା ପୂଜା, ସେବା ବିଜ୍ଞାପନ

Madhusudan Das Picture
Published On

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଭକ୍ତଙ୍କ ଭାବାବେଗକୁ ନେଇ ଠକେଇ କରିବା ପାଇଁ କିଛି ଫ୍ରଡ୍‌ ଆପ୍‌ ସକ୍ରିୟ ହୋଇଛନ୍ତି। “ଶ୍ରୀମନ୍ଦିର’ ନାମକ ଏକ ଆପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏହି ଆପ୍‌ରେ ଦାବି କରାଯାଇଛି ଯେ ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ପାଇଁ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନେଇପାରିବେ। ବିଜ୍ଞାପନରେ କୁହାଯାଇଛି, ଶ୍ରୀଗୁଣ୍ଡିଚାର ପ୍ରଥମ ଦିନରେ ୧୦୧ କିଲୋର ଖେଚୁଡ଼ି ବଣ୍ଟନ ହେବ ଏବଂ ଏହି ସେବାରେ ଯେ କେହି ବି ୧୨୧ ଟଙ୍କା ଦାନ କରି ସାମିଲ୍‌ ହୋଇପାରିବେ। ଏହାସହ ଶ୍ରୀମନ୍ଦିର ଆପ୍‌ ନାଁରେ ବିଭିନ୍ନ ପୂଜା ଓ ସେବାର ବିଜ୍ଞାପନ ମଧ୍ୟ ଦିଆଯାଇଛି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଭକ୍ତ ପ୍ରକୃତ ସେବା ଭାବି ଏଥିରେ ଟଙ୍କା ଦେବାକୁ ମଧ୍ୟ ଆଗ୍ରହ ଦେଖାଉଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ
କରୁଛି: ବିଜେଡି: ବିଜେଡି

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଏହା ଏକ ଫ୍ରଡ୍‌ ହୋଇପାରେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି କୌଣସି ଆପ୍‌ ମାଧ୍ୟମରେ ଖେଚୁଡ଼ି ବଣ୍ଟନ ସେବା ପାଇଁ ୧୨୧ ଟଙ୍କାର ବିଜ୍ଞାପନ ଦିଆଯାଇନାହିଁ। ଭକ୍ତମାନଙ୍କୁ ଏଭଳି ମିଥ୍ୟା ଆପ୍‌ ଓ ଲିଙ୍କ୍‌ରେ ଟଙ୍କା ନ ଦେବା ପାଇଁ ସେ ଅପିଲ୍‌ କରିଛନ୍ତି। ରଥଯାତ୍ରା ପାଖେଇ ଆସୁଥିବା ସମୟରେ ଏଭଳି ଶହଶହ ମିଥ୍ୟା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ଅନେକ ଫ୍ରଡ୍‌ ସଂସ୍ଥା ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଖେଳି ଠକେଇ କରି ଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପୂଜା, ସେବା ଓ ଦାନ ପାଇଁ କେବଳ ଶ୍ରୀମନ୍ଦିରର ଅଫିସିଆଲ ୱେବ୍‌ସାଇଟ୍‌ ଓ କାଉଣ୍ଟର ମାଧ୍ୟମରେ ହିଁ କାର୍ଯ୍ୟ କରନ୍ତୁ। ଅନ୍ୟ କୌଣସି ତୃତୀୟ ଆପ୍‌, ୱେବ୍‌ସାଇଟ୍‌ ବା ସୋସିଆଲ ମିଡିଆ ଲିଙ୍କ୍‌ରେ ଟଙ୍କା ଦେବା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଯାଞ୍ଚ କରନ୍ତୁ। 

ଆହୁରି ପଢ଼ନ୍ତୁ: ରୋଗୀଙ୍କ ଜୀବନ ସହିତ ସାଙ୍ଘାତିକ ଖେଳ: ମେଡିକାଲରେ ମିଳୁଛି ପୋକରା ଔଷଧ !

ପ୍ରଶାସନ ଏ ବିଷୟରେ ସାଇବର ସେଲକୁ ମଧ୍ୟ ଅବଗତ କରାଇଛି। ଏଭଳି ଫ୍ରଡ୍‌ ଆପ୍‌ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ରଥଯାତ୍ରା ଭଳି ବଡ଼ ପର୍ବରେ ଭକ୍ତଙ୍କ ସେବା ମନୋଭାବକୁ ନେଇ ଠକେଇ କରୁଥିବା ଏଭଳି ଲୋକଙ୍କ ପ୍ରତି ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ, ଆଜି ସନ୍ଧ୍ୟାରେ ବିଜେଡି ସଂସଦୀୟ ଦଳ ବୈଠକ

13 Jul 2026 By Madhusudan Das

ରଥଯାତ୍ରା ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ: ଶ୍ରୀମନ୍ଦିର ଆପ୍‌ ନାଁରେ ଭାଇରାଲ୍‌ ହେଉଛି ମିଥ୍ୟା ପୂଜା, ସେବା ବିଜ୍ଞାପନ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଭକ୍ତଙ୍କ ଭାବାବେଗକୁ ନେଇ ଠକେଇ କରିବା ପାଇଁ କିଛି ଫ୍ରଡ୍‌ ଆପ୍‌ ସକ୍ରିୟ ହୋଇଛନ୍ତି। “ଶ୍ରୀମନ୍ଦିର’ ନାମକ ଏକ ଆପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏହି ଆପ୍‌ରେ ଦାବି କରାଯାଇଛି ଯେ ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ପାଇଁ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନେଇପାରିବେ। ବିଜ୍ଞାପନରେ କୁହାଯାଇଛି, ଶ୍ରୀଗୁଣ୍ଡିଚାର ପ୍ରଥମ ଦିନରେ ୧୦୧ କିଲୋର ଖେଚୁଡ଼ି ବଣ୍ଟନ ହେବ ଏବଂ ଏହି ସେବାରେ ଯେ କେହି ବି ୧୨୧ ଟଙ୍କା ଦାନ କରି ସାମିଲ୍‌ ହୋଇପାରିବେ। ଏହାସହ ଶ୍ରୀମନ୍ଦିର ଆପ୍‌ ନାଁରେ ବିଭିନ୍ନ ପୂଜା ଓ ସେବାର ବିଜ୍ଞାପନ ମଧ୍ୟ ଦିଆଯାଇଛି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଭକ୍ତ ପ୍ରକୃତ ସେବା ଭାବି ଏଥିରେ ଟଙ୍କା ଦେବାକୁ ମଧ୍ୟ ଆଗ୍ରହ ଦେଖାଉଛନ୍ତି।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଏହା ଏକ ଫ୍ରଡ୍‌ ହୋଇପାରେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏପରି କୌଣସି ଆପ୍‌ ମାଧ୍ୟମରେ ଖେଚୁଡ଼ି ବଣ୍ଟନ ସେବା ପାଇଁ ୧୨୧ ଟଙ୍କାର ବିଜ୍ଞାପନ ଦିଆଯାଇନାହିଁ। ଭକ୍ତମାନଙ୍କୁ ଏଭଳି ମିଥ୍ୟା ଆପ୍‌ ଓ ଲିଙ୍କ୍‌ରେ ଟଙ୍କା ନ ଦେବା ପାଇଁ ସେ ଅପିଲ୍‌ କରିଛନ୍ତି। ରଥଯାତ୍ରା ପାଖେଇ ଆସୁଥିବା ସମୟରେ ଏଭଳି ଶହଶହ ମିଥ୍ୟା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ଅନେକ ଫ୍ରଡ୍‌ ସଂସ୍ଥା ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଖେଳି ଠକେଇ କରି ଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପୂଜା, ସେବା ଓ ଦାନ ପାଇଁ କେବଳ ଶ୍ରୀମନ୍ଦିରର ଅଫିସିଆଲ ୱେବ୍‌ସାଇଟ୍‌ ଓ କାଉଣ୍ଟର ମାଧ୍ୟମରେ ହିଁ କାର୍ଯ୍ୟ କରନ୍ତୁ। ଅନ୍ୟ କୌଣସି ତୃତୀୟ ଆପ୍‌, ୱେବ୍‌ସାଇଟ୍‌ ବା ସୋସିଆଲ ମିଡିଆ ଲିଙ୍କ୍‌ରେ ଟଙ୍କା ଦେବା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଯାଞ୍ଚ କରନ୍ତୁ। 

ପ୍ରଶାସନ ଏ ବିଷୟରେ ସାଇବର ସେଲକୁ ମଧ୍ୟ ଅବଗତ କରାଇଛି। ଏଭଳି ଫ୍ରଡ୍‌ ଆପ୍‌ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ରଥଯାତ୍ରା ଭଳି ବଡ଼ ପର୍ବରେ ଭକ୍ତଙ୍କ ସେବା ମନୋଭାବକୁ ନେଇ ଠକେଇ କରୁଥିବା ଏଭଳି ଲୋକଙ୍କ ପ୍ରତି ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର