ବିଧାନସଭା ପରିସରରେ ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ, ବ୍ୟାରିକେଡକୁ ଧକ୍କା ଦେଇ ପଶିଲା କାର୍

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭା ପରିସରରେ ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ। ଓଡ଼ିଶା ବିଧାନସଭା ସମ୍ମୁଖରେ ସୁରକ୍ଷା ତ୍ରୁଟି । ବିଧାନସଭା ପରିସରରେ ଥିବା ବ୍ୟାରିକେଡକୁ ଧକ୍କା ଦେଲା ମଦ୍ୟପ କାର୍ ଚାଳକ । ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ଥିବା ବ୍ୟାରିକେଡରେ କାରକୁ ପିଟିଦେଲା । ଧକ୍କା ଏତେ ଜୋରଦାର ଥିଲା ଯେ ବ୍ୟାରିକେଡଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ତେବେ ଠିକ୍ ସମୟରେ ବାରିକେଡ୍ ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି ବୋଲି ସୂଚନା ମିଳିଛି। କାର୍‌ରେ ଥିବା ବ୍ୟକ୍ତିମାନେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଏହି ଘଟଣା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସ୍ପେଶାଲ୍ ଟାକ୍ଟିକାଲ୍ ଗ୍ରୁପ୍ (STG) କମାଣ୍ଡୋମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଧାନସଭା ଭଳି ଏକ ଅତି ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ସୁରକ୍ଷାକର୍ମୀମାନେ ତୁରନ୍ତ ଉକ୍ତ ଅଞ୍ଚଳକୁ ସିଲ୍ କରିଦେଇଥିଲେ। ଏହା ସହ କାର୍ ଏବଂ ଏହାର ଆଖପାଖ ଅଞ୍ଚଳର ଟିକନିକ୍ ଯାଞ୍ଚ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ରାଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ବାହାରେ ଏଭଳି ସୁରକ୍ଷା ତ୍ରୁଟିକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। କଡ଼ା ସୁରକ୍ଷା ବଳୟକୁ ଭେଦ କରି ଏକ ଗାଡ଼ି କିପରି ଏତେ ପାଖକୁ ଆସିପାରିଲା, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର