ରାକ୍ଷୀରେ ପ୍ଲାଷ୍ଟିକ୍‍ ସଚେତନତା, ମନ ଜିଣୁଛି ବିହନରେ ପ୍ରସ୍ତୁତ ରାକ୍ଷୀ

The Sakala Picture
Published On

ଭୁବନେଶ୍ୱର: ଏଥର ରାକ୍ଷୀ ପୂର୍ଣ୍ଣିମା ପାଇଁ ପ୍ଲାଷ୍ଟିକ୍‍ମୁକ୍ତ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଚୌଧୁରୀ ଜ୍ୟୋସ୍ନା ଦାସ। କରୋନା ପାଇଁ ଅବସର ସମୟରେ ତିଆରି କରୁଥିବା ଏହି ରାକ୍ଷୀ ଗ୍ରାହକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରୁଛି। କଳିଙ୍ଗନଗରରେ ରହୁଥିବା ଜ୍ୟୋତ୍ସ୍ନା କୌଣସି ଚାଇନା ସାମଗ୍ରୀ ମଧ୍ୟ ବ୍ୟବହାର କରୁ ନାହାନ୍ତି। କେବଳ ଅମୃତଭଣ୍ଡା ମଞ୍ଜି, ଧାନ, ଚାଉଳ, ଝୋଟ, ସୂତୁଲି, କଉଡ଼ି, ଶଙ୍ଖ ଆଦି ସାମୁଦ୍ରିକ ଜିନିଷର ବ୍ୟବହାର କରୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଜରି କିମ୍ବା […]

ଭୁବନେଶ୍ୱର: ଏଥର ରାକ୍ଷୀ ପୂର୍ଣ୍ଣିମା ପାଇଁ ପ୍ଲାଷ୍ଟିକ୍‍ମୁକ୍ତ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଚୌଧୁରୀ ଜ୍ୟୋସ୍ନା ଦାସ। କରୋନା ପାଇଁ ଅବସର ସମୟରେ ତିଆରି କରୁଥିବା ଏହି ରାକ୍ଷୀ ଗ୍ରାହକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରୁଛି। କଳିଙ୍ଗନଗରରେ ରହୁଥିବା ଜ୍ୟୋତ୍ସ୍ନା କୌଣସି ଚାଇନା ସାମଗ୍ରୀ ମଧ୍ୟ ବ୍ୟବହାର କରୁ ନାହାନ୍ତି। କେବଳ ଅମୃତଭଣ୍ଡା ମଞ୍ଜି, ଧାନ, ଚାଉଳ, ଝୋଟ, ସୂତୁଲି, କଉଡ଼ି, ଶଙ୍ଖ ଆଦି ସାମୁଦ୍ରିକ ଜିନିଷର ବ୍ୟବହାର କରୁଛନ୍ତି। ପ୍ରତିବର୍ଷ ବିଭିନ୍ନ ଜରି କିମ୍ବା ପ୍ଲାଷ୍ଟିକ୍‍ ବ୍ୟବହାରରେ ଟନ୍‍ଟନ୍‍ ରାକ୍ଷୀ ପରିବେଶ ପାଇଁ ବିପଦ ସାଜିଥିବାରୁ ଏଭଳି ପ୍ରାକୃତିକ ସାମଗ୍ରୀରେ ରାକ୍ଷୀ ପ୍ରସ୍ତୁତ କରିବାକୁ ପଦକ୍ଷେପ ନେଇଥିବା କହିଛନ୍ତି ଜ୍ୟୋତ୍ସ୍ନା। ଏହି ରାକ୍ଷୀର ଦାମ୍‍ ୫୦ଟଙ୍କାରୁ ଆରମ୍ଭ ହୋଇ ୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ରାକ୍ଷୀର ଉପହାର ବାକ୍ସ ମଧ୍ୟ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ କରୁଛନ୍ତି। ହାତ ତିଆରି ହଳଦୀ, ଚନ୍ଦନ, ଚକୋଲେଟ୍‍ ସହ ସୂତୁଲିରେ ଆକର୍ଷଣୀୟ ପ୍ୟାକ୍‍ିଂ କରାଯାଉଛି। ଚଳିତ ବର୍ଷ ୫ଶହ ରାକ୍ଷୀ ପ୍ରସ୍ତୁତ କରିଥିବା କହିଛନ୍ତି ଜ୍ୟୋତ୍ସ୍ନା।
ରାକ୍ଷୀରେ ପୁରାଣ ଛାପ
ସେହିପରି ରାଜଧାନୀର ଜଣେ ପଟ୍ଟଚିତ୍ର ଶିଳ୍ପୀ ନିଆରା ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଏଥିରେ ପ୍ରାକୃତିକ ରଙ୍ଗ ଏବଂ କାଗଜ ବ୍ୟବହାର ହୋଇଛି। ଯେଉଁଥିରେ ଶଙ୍ଖ, ଚକ୍ର, ଗଦା, ଧନୁ ଆଦି ପୁରାଣ, ଶାସ୍ତ୍ର ସମ୍ପର୍କିର୍ତ ଚିତ୍ର ରହିଛି। ଭଳି ରାକ୍ଷୀ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଶିଳ୍ପୀ ହେଉଛନ୍ତି ଆଶିଷ କୁମାର। ଆଶିଷଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ରାକ୍ଷୀ ଓଡ଼ିଶା ସମେତ ବେଙ୍ଗାଲୁର, ଓଡ଼ିଶା, ନୂଆଦିଲ୍ଲୀ, କର୍ଣ୍ଣାଟକ, ହାଇଦରାବାଦର ଗ୍ରାହକମାନେ ବେଶ୍‍ ପସନ୍ଦ କରିଛନ୍ତି। କେବଳ ଦେଶ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଆଶିଷଙ୍କ ରାକ୍ଷୀର ଚାହିଦା ରହିଛି। ଆମେରିକା, ଇଂଲଣ୍ଡରେ ଥିବା ପ୍ରବାସୀ ମାନେ ଓଡ଼ିଶାରେ ରହୁଥିବା ସେମାନଙ୍କ ପରିବାର ପାଇଁ ଆଶିଷଙ୍କ ଠାରୁ ଅନଲାଇନ୍‍ ମାଧ୍ୟମରେ ରାକ୍ଷୀ ଅର୍ଡର କରିଥିବା ସେ କହିଛନ୍ତି। ଏହି ପଟ୍ଟଚିତ୍ର ରାକ୍ଷୀର ଦାମ୍‍ ୫୦ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାସହ ଏକ ପୁଡ଼ିଆରେ ଆବଶ୍ୟକ ସାମଗ୍ରୀ ମଧ୍ୟ ରହିଛି। ଗୋଟିଏ ରାକ୍ଷୀ ତିଆରି କରିବାକୁ ଆଶିଷଙ୍କୁ ପ୍ରାୟ ୧ଘଣ୍ଟା ସମୟ ଲାଗିଥାଏ। ଏ ସମ୍ପର୍କରେ ଆଶିଷ କହିଛନ୍ତି ଯେ, ଜଣେ ଶିଳ୍ପୀ ସର୍ବଦା ନୂତନ ସୃଷ୍ଟି କରିବାକୁ ଚାହେଁ। ତେଣୁ ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବା ସେ କହିଛନ୍ତି।

ଏଥିସହ ଧଳାଧାନ, କଳାଧାନ, ନାଲିଧାନ, ବାଜରା, ସୂର୍ଯ୍ୟମୁଖୀ, କଖାରୁ, ଚାରମଗଜ ଇତ୍ୟାଦି ବିହନ ସହ ତୁଳା, କାଠି, କାଗଜ, ନଡ଼ା, ସୂତା ଆଦିକୁ ବ୍ୟବହାର କରି ପରିବେଶକୁ ସୁହାଇଲା ଭଳି ଅର୍ଥାତ୍‍ (ଇକୋ-ଫ୍ରେଣ୍ଡଲି) ଶସ୍ତା ସ୍ୱଦେଶୀ ରାଖୀ ପ୍ରସ୍ତୁତ କରାଯାଇଛି। ପୋଖରୀପୁଟ୍‍ର ଅନସୂୟା ସାହୁ ଏହି ରାକ୍ଷୀ ତିଆରିରେ ଲାଗି ପଡ଼ିଛନ୍ତି। ବିଭିନ୍ନ ପ୍ରକାର ବିହନ, ତୁଳା, କାଠିରେ ପ୍ରସ୍ତୁତ ଭଳିକି ଭଳି ଆକର୍ଷଣୀୟ ସୁନ୍ଦର ରାକ୍ଷୀ ତିଆରି କରି ଏଗୁଡ଼ିକ ରାଜଧାନୀର ପୋଖରୀପୁଟ, ପଟିଆ, ଶୈଳଶ୍ରୀ ବିହାର, ଜଟଣୀ ଇତ୍ୟାଦି ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି। ଗତବର୍ଷ କରୋନା ସମୟରୁ ଆରମ୍ଭ ହୋଇଥିବା ଏହି ସ୍ୱଦେଶୀ ମିଶନ୍‍ ଚଳିତବର୍ଷ ମନକୁ ଛୁଇଁଲା ପରି ୯୦ ପ୍ରକାର ରଙ୍ଗର ସୂତାକୁ ରାକ୍ଷୀ ତିଆରିରେ ବ୍ୟବହାର କରାଯାଇଛି। ୨ମାସ ମଧ୍ୟରେ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ବ ରାଖୀ ତିଆରି କରି ବିକ୍ରି କରିଛନ୍ତି ଅନସୂୟା। ସ୍ୱଦେଶୀ ଓ ପରିବେଶକୁ ସୁହାଇଲା ଭଳି ସାମଗ୍ରୀର ବ୍ୟବହାର ପାଇଁ ଏକ ନୀରବ ଆନ୍ଦୋଳନ ଗଢି ତୋଳିବାର ଆଭିମୁଖ୍ୟ ସହ ଏ ରାଖୀ ମାଟି ସହ ମଣିଷର ସବୁଜିମାର ସମ୍ପର୍କ ଯୋଡ଼ିବାର ଏକ ପ୍ରୟାସ ବୋଲି ଅନୁସୂୟା କହିଛନ୍ତି। ଆସନ୍ତା ବର୍ଷକୁ ଏହି ସ୍ୱଦେଶୀ ପରିବେଶ ଅନୁକୂଳ ରାକ୍ଷୀ ଭାରତର କୋଣ ଅନୁକୋଣରେ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବାର ଶ୍ରୀମତୀ ସାହୁ ଲକ୍ଷ୍ୟ ରଖିଛନ୍ତି। ଆତ୍ମନିର୍ଭର ଭାରତ ଯୋଜାନରେ ଆର୍ଥିକ ସହଯୋଗ ମିିଳିଲେ ଅନେକ ମହିଳା ଘରେ ରହି ଜୀବିକା ଉପାର୍ଜନ କରିପାରିବେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

20 Aug 2021 By The Sakala

https://www.thesakala.in/latest-odisha-news/plastic-awareness-in-rakshi/article-4746
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର