ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି: ସୁଜାତା ରାଉତ କାର୍ତ୍ତିକେୟନ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ସୁଜାତା ରାଉତ କାର୍ତ୍ତିକେୟନ । ଆଜି ଶଙ୍ଖ ଭବନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ସୁଜାତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । 

ଆହୁରି ପଢ଼ନ୍ତୁ: ନିଜ ଜନ୍ମମାଟିରେ ୬୮ତମ ଜନ୍ମଦିନ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍

ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ଦୀର୍ଘ ୨୪ ବର୍ଷ ଧରି ମୋତେ ସୁଯୋଗ ମିଳିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସେବା କରିବା ପାଇଁ । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ ।

ଆହୁରି ପଢ଼ନ୍ତୁ: ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ

୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ସେହିପରି ୨୦୦୬ ରେ ମଧ୍ୟାହ୍ନ ଭୋଜନ (MDM) ରେ ଅଣ୍ଡା ସାମିଲ କରିବାରେ ସେ ଥିଲେ ପ୍ରମୁଖ ବିନ୍ଧାଣୀ, ଯାହା ପରେ ସମଗ୍ର ରାଜ୍ୟରେ ଲାଗୁ ହୋଇଥିଲା। ସୁନ୍ଦରଗଡ଼ରେ ସେ ବିଶେଷ କରି ଫୁଟବଲ ଏବଂ ହକି ଖେଳକୁ ପ୍ରୋତ୍ସାହିତ କରି 'ଫୁଟବଲ କଲେକ୍ଟର' ଭାବେ ଲୋକପ୍ରିୟତା ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ଆକ୍ରମଣକାରୀଙ୍କ ଗିରଫ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବସିଲେ ତିଖିରି ସରପଞ୍ଚ ଚମେଲି ଓଝା

କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ 'ମମତା ଯୋଜନା' ଆରମ୍ଭ କରିଥିଲେ। ଏହାବ୍ୟତୀତ ଓଡ଼ିଶାରେ ମହିଳା ସଶକ୍ତୀକରଣର ଅନ୍ୟତମ ପ୍ରମୁଖ ଯୋଜନା ମିଶନ ଶକ୍ତିର ସେ ନେତୃତ୍ୱ ନେଇଥିଲେ। ତାଙ୍କ ସଫଳ ନେତୃତ୍ୱରେ ଏହି ଯୋଜନାରେ ୭୦ ଲକ୍ଷ ମହିଳା ସାମିଲ ହୋଇଥିଲେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକର ଋଣ ପ୍ରଦାନ ପରିମାଣ ୭ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କାରୁ ୧୫,୦୦୦ କୋଟି ଟଙ୍କା କୁ ବୃଦ୍ଧି ପାଇଥିଲା।

25 Jun 2026 By Madhusudan Das

ମହାପ୍ରଭୁ ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ କାମ କରିବି: ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ସୁଜାତା ରାଉତ କାର୍ତ୍ତିକେୟନ । ଆଜି ଶଙ୍ଖ ଭବନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ । ସୁଜାତା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଲେ ବୋଲି ନବୀନ କହିଛନ୍ତି । ସୁଜାତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । 

ବିଜୁ ଜନତା ଦଳରେ ମିଶିବା ପରେ ସୁଜାତା କାର୍ତ୍ତିକେୟନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସେବା କରିବି। ଦୀର୍ଘ ୨୪ ବର୍ଷ ଧରି ମୋତେ ସୁଯୋଗ ମିଳିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ସେବା କରିବା ପାଇଁ । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ମୁଁ ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ ।

୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ସେହିପରି ୨୦୦୬ ରେ ମଧ୍ୟାହ୍ନ ଭୋଜନ (MDM) ରେ ଅଣ୍ଡା ସାମିଲ କରିବାରେ ସେ ଥିଲେ ପ୍ରମୁଖ ବିନ୍ଧାଣୀ, ଯାହା ପରେ ସମଗ୍ର ରାଜ୍ୟରେ ଲାଗୁ ହୋଇଥିଲା। ସୁନ୍ଦରଗଡ଼ରେ ସେ ବିଶେଷ କରି ଫୁଟବଲ ଏବଂ ହକି ଖେଳକୁ ପ୍ରୋତ୍ସାହିତ କରି 'ଫୁଟବଲ କଲେକ୍ଟର' ଭାବେ ଲୋକପ୍ରିୟତା ହାସଲ କରିଥିଲେ।

କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ସେ ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ 'ମମତା ଯୋଜନା' ଆରମ୍ଭ କରିଥିଲେ। ଏହାବ୍ୟତୀତ ଓଡ଼ିଶାରେ ମହିଳା ସଶକ୍ତୀକରଣର ଅନ୍ୟତମ ପ୍ରମୁଖ ଯୋଜନା ମିଶନ ଶକ୍ତିର ସେ ନେତୃତ୍ୱ ନେଇଥିଲେ। ତାଙ୍କ ସଫଳ ନେତୃତ୍ୱରେ ଏହି ଯୋଜନାରେ ୭୦ ଲକ୍ଷ ମହିଳା ସାମିଲ ହୋଇଥିଲେ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକର ଋଣ ପ୍ରଦାନ ପରିମାଣ ୭ ବର୍ଷ ମଧ୍ୟରେ ୫୦୦ କୋଟି ଟଙ୍କାରୁ ୧୫,୦୦୦ କୋଟି ଟଙ୍କା କୁ ବୃଦ୍ଧି ପାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର