ପୁରୀ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା: ମୁତୟନ ହେବେ ୨୨୦ ପ୍ଲାଟୁନ୍ ଫୋର୍ସ ଏବଂ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍

Madhusudan Das Picture
Published On

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ସମନ୍ୱୟ ବୈଠକରେ ରଥଯାତ୍ରାକୁ 'ତ୍ରୁଟିଶୂନ୍ୟ' (ଜିରୋ ଏରର୍) ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ସକାଳୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ୨୩ରୁ ରାଜ୍ୟରେ ଅଧିକ ସକ୍ରିୟ ହେବ ମୌସୁମୀ, ୨୫ ଜିଲ୍ଲାକୁ ସତର୍କ ସୂଚନା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୨୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏକ ୫-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ ରହିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ସିସିଟିଭି ନଜର, ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଏବଂ ଟ୍ରାଫିକ୍ ପରିଚାଳନା ଉପରେ କଡ଼ା ନଜର ରଖାଯିବ। ବିଶେଷ କରି ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଏନଏସଜି (NSG) ଟିମ୍ ମୁତୟନ କରାଯିବ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ସହ ଏକ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା କରାଯିବ। ବଡ଼ଦାଣ୍ଡରେ ମୋଟ ୩୦ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ୨ଟି କାଜୁଆଲିଟି କେନ୍ଦ୍ର ଖୋଲାଯିବ। ଏହାସହ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ରହିବ। ଅନ୍ୟପକ୍ଷରେ, ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ୩୭୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଏବଂ ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲାଯିବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ଠିକଣାରେ ଚଢ଼ାଉ

ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ଶକ୍ତି ବିଭାଗର ୩ଟି ଗ୍ରିଡ୍ ଷ୍ଟେସନ୍ ସଜାଗ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ଏଲଇଡି ଲାଇଟ୍ ଲଗାଯିବ। ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସମସ୍ତ ଡ୍ରେନ୍ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ବ୍ୟବହାର କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ୧,୬୦୦ରୁ ଅଧିକ ଶୌଚାଳୟ ସ୍ଥାପନ କରାଯିବ। ଏହା ସହ ଖାଦ୍ୟରେ ଅପମିଶ୍ରଣ ରୋକିବାକୁ ସ୍ୱତନ୍ତ୍ର ଟିମ୍ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବେ।

23 Jun 2026 By Madhusudan Das

ପୁରୀ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା: ମୁତୟନ ହେବେ ୨୨୦ ପ୍ଲାଟୁନ୍ ଫୋର୍ସ ଏବଂ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ସମନ୍ୱୟ ବୈଠକରେ ରଥଯାତ୍ରାକୁ 'ତ୍ରୁଟିଶୂନ୍ୟ' (ଜିରୋ ଏରର୍) ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୨୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏକ ୫-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ ରହିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ସିସିଟିଭି ନଜର, ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଏବଂ ଟ୍ରାଫିକ୍ ପରିଚାଳନା ଉପରେ କଡ଼ା ନଜର ରଖାଯିବ। ବିଶେଷ କରି ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଏନଏସଜି (NSG) ଟିମ୍ ମୁତୟନ କରାଯିବ।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ସହ ଏକ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା କରାଯିବ। ବଡ଼ଦାଣ୍ଡରେ ମୋଟ ୩୦ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ୨ଟି କାଜୁଆଲିଟି କେନ୍ଦ୍ର ଖୋଲାଯିବ। ଏହାସହ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ରହିବ। ଅନ୍ୟପକ୍ଷରେ, ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ୩୭୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ଏବଂ ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲାଯିବ।

ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ଶକ୍ତି ବିଭାଗର ୩ଟି ଗ୍ରିଡ୍ ଷ୍ଟେସନ୍ ସଜାଗ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ଏଲଇଡି ଲାଇଟ୍ ଲଗାଯିବ। ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ସମସ୍ତ ଡ୍ରେନ୍ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ବ୍ୟବହାର କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ୧,୬୦୦ରୁ ଅଧିକ ଶୌଚାଳୟ ସ୍ଥାପନ କରାଯିବ। ଏହା ସହ ଖାଦ୍ୟରେ ଅପମିଶ୍ରଣ ରୋକିବାକୁ ସ୍ୱତନ୍ତ୍ର ଟିମ୍ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର