ମହିଳାଙ୍କୁ ପ୍ରେମ ନିବେଦନ କରିବା ଅଭିଯୋଗରେ ବଦଳିଲେ ଶରଣକୂଳ ଥାନା ଆଇଆଇସି

Madhusudan Das Picture
Published On

ନୟାଗଡ: ମହଙ୍ଗା ପଡିଲା ମହିଳାଙ୍କୁ ପ୍ରେମ ନିବେଦନ କରିବା । ବଦଳିଲେ ଶରଣକୂଳ ଥାନା ଆଇଆଇସି ସୁଜିତ ଦାସ । ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନୟାଗଡ ଶରଣକୂଳ ଥାନା ଅଧିକାରୀ ସୁଜିତ ଦାସଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ରାଜ୍ୟ ପୋଲିସ୍‌ ମୁଖ୍ୟାଳୟ ତରଫରୁ ବଦଳି ନିର୍ଦ୍ଦେଶ ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ଆଇଆଇସିଙ୍କୁ ବିରୋଧରେ ମାମଲା ରୁଜୁ ସହ ବଦଳି ହୋଇଛି । ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବ୍ୟାସନଗର କଲେଜରେ ବୋମାମାଡ଼: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଓ ହଷ୍ଟେଲକୁ ଟାର୍ଗେଟ, ଛାତ୍ରଛାତ୍ରୀ ଭୟଭୀତ

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ କିଛି ଗ୍ରାମବାସୀଙ୍କ ସହ ମହିଳାଙ୍କ ପରିବାରର ଝଗଡ଼ା ହୋଇଥିଲା, ଯେଉଁଥିରେ ତାଙ୍କ ଘର ଭଙ୍ଗାରୁଜା ହୋଇଥିଲା। ଏହି ଘଟଣାରେ ମହିଳା ଜଣକ ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ପୁଲିସ ଅଧିକାରୀ ସୁଜିତ କୁମାର ଦାସ ତାଙ୍କ ଫୋନ୍ ନମ୍ବର ନେଇଥିଲେ ଏବଂ ତାଙ୍କ ସହ ଯୋଗାଯୋଗରେ ଥିଲେ। ଅଭିଯୋଗ ଅନୁଯାୟୀ, ଅଧିକାରୀ ଜଣକ ତାଙ୍କୁ ଆପତ୍ତିଜନକ ଫଟୋ ପଠାଇବା ସହ ଖରାପ ଭାଷା ବ୍ୟବହାର କରିଥିଲେ ଏବଂ ବାରମ୍ବାର ଭିଡିଓ କଲ୍ କରି ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି

ମହିଳାଙ୍କ ଅଭିଯୋଗ ମୁତାବକ, ଅଧିକାରୀ ଜଣକ ତାଙ୍କୁ ଭିଡିଓ କଲ୍‌ରେ ଅଶ୍ଳୀଳ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ, ଯାହାକୁ ସେ ମନା କରିଦେଇଥିଲେ। ପରେ ତାଙ୍କୁ ଏକ ଗାଡ଼ିରେ ନୟାଗଡ଼ର ଏକ ଭଡ଼ା ଘରକୁ ନେଇ ସେଠାରେ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି କଥା କାହାକୁ କହିଲେ ପରିବାର ଲୋକଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା। ଏକ ଆପତ୍ତିଜନକ ଭିଡିଓର ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ସେୟାର କରିବା ପରେ, ଗତ ମେ ୨୮ ତାରିଖରେ ପୁଲିସ ଅଧିକାରୀ ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇ ଏକ ମିଥ୍ୟା ମାମଲାରେ ଗିରଫ କରିଥିଲେ। ସେ ଜୁନ୍ ୧୨ ତାରିଖରେ ଜାମିନରେ ମୁକୁଳିଥିବା କହିଛନ୍ତି। ଏହା ସହ ତାଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇ ସମସ୍ତ ପ୍ରମାଣ (ଫଟୋ ଓ ଭିଡିଓ) ଡିଲିଟ୍ କରାଯାଇଥିବା ସେ ଦାବି କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଅଭିଯୁକ୍ତ ଅଧିକାରୀଙ୍କୁ ତୁରନ୍ତ ଶରଣକୁଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: IMD

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର