କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ରଜ ଦୋଳି ଉପରକୁ ମାଡ଼ିଗଲା ବୋଲେରୋ, ୨ ଶିଶୁ ଗୁରୁତର

Madhusudan Das Picture
Published On

କେନ୍ଦ୍ରାପଡ଼ା: ରଜ ଦୋଳି ଉପରେ ମାଡ଼ିଗଲା ବୋଲେରୋ । ଦୋଳି ଖେଳୁଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ରଜ ପର୍ବ ପରି ଖୁସିର ମାହୋଲ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏପରି ଏକ ଦୁଃଖଦ ଖବର । ଏଠାରେ ଏକ ରଜ ଦୋଳି ଉପରକୁ ଏକ ଦ୍ରୁତଗାମୀ ବୋଲେରୋ ମାଡ଼ିଯିବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ମାଳ ମାଳ ଭୁଲ୍, ତ୍ରୁଟିକୁ ସ୍ବୀକାର କଲେ ମନ୍ତ୍ରୀ

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅଧୀନରେ ଥିବା ତଣର ଗାଁରେ ସୋମବାର ସକାଳ ପ୍ରାୟ ୯ଟା ସମୟରେ ଏହି ଅଘଟଣ ଘଟିଛି। ଗାଁର ପିଲାମାନେ ଖୁସିମନରେ ଦୋଳି ଖେଳୁଥିବା ସମୟରେ ହଠାତ୍ ଏକ ବୋଲେରୋ ଭାରସାମ୍ୟ ହରାଇ ସିଧାସଳଖ ଦୋଳିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରାଧିକା ଦାସ ଏବଂ ରାହୁଲ ଦାସ ନାମକ ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ପିଲା ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଛି: ବିଜେଡି

ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ରଜ ପର୍ବ ଚାଲିଥିବା ବେଳେ ଏଭଳି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

15 Jun 2026 By Madhusudan Das

କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା: ରଜ ଦୋଳି ଉପରକୁ ମାଡ଼ିଗଲା ବୋଲେରୋ, ୨ ଶିଶୁ ଗୁରୁତର

କେନ୍ଦ୍ରାପଡ଼ା: ରଜ ଦୋଳି ଉପରେ ମାଡ଼ିଗଲା ବୋଲେରୋ । ଦୋଳି ଖେଳୁଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ରଜ ପର୍ବ ପରି ଖୁସିର ମାହୋଲ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି ଏପରି ଏକ ଦୁଃଖଦ ଖବର । ଏଠାରେ ଏକ ରଜ ଦୋଳି ଉପରକୁ ଏକ ଦ୍ରୁତଗାମୀ ବୋଲେରୋ ମାଡ଼ିଯିବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅଧୀନରେ ଥିବା ତଣର ଗାଁରେ ସୋମବାର ସକାଳ ପ୍ରାୟ ୯ଟା ସମୟରେ ଏହି ଅଘଟଣ ଘଟିଛି। ଗାଁର ପିଲାମାନେ ଖୁସିମନରେ ଦୋଳି ଖେଳୁଥିବା ସମୟରେ ହଠାତ୍ ଏକ ବୋଲେରୋ ଭାରସାମ୍ୟ ହରାଇ ସିଧାସଳଖ ଦୋଳିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ରାଧିକା ଦାସ ଏବଂ ରାହୁଲ ଦାସ ନାମକ ଦୁଇ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ପିଲା ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ରଜ ପର୍ବ ଚାଲିଥିବା ବେଳେ ଏଭଳି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର