କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମ, ମଙ୍ଗଳବାରରେ ଧନହାନି ହୋଇପାରେ । ମନସ୍ତାପ ଓ ସମସ୍ୟା ବୃଦ୍ଧି ପାଇବ। ବୁଧ, ଗୁରୁବାରରେ ସାଙ୍ଗସାଥୀଙ୍କ ସହ ଭୁଲ୍ ବୁଝାମଣା ପାଇଁ ଦୂରତା ବଢ଼ିବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୧୩-୧୦-୨୦୨୬)

ବୃଷ: ରବି, ସୋମ, ମଙ୍ଗଳବାରରେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ପାଇବେ। ବୁଧ, ଗୁରୁବାରରେ ପଡ଼ୋଶୀଙ୍କ ସହ ସମ୍ପର୍କରେ ଭିନ୍ନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ ପରିବାର ସହଯୋଗରେ ଅର୍ଥଚିନ୍ତା ଦୂର ହେବ। ଛାତ୍ରଛାତ୍ରୀମାନେ କ୍ୟାରିୟର୍‌ରେ ଉନ୍ନତି କରିବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୧୪-୧୦-୨୦୨୬)

ମିଥୁନ: ରବି, ସୋମ, ମଙ୍ଗଳବାରରେ ନୂତନ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବୁଧ, ଗୁରୁବାରରେ ପରିବାରଠାରୁ ସହଯୋଗ ନ ପାଇ ଦୁଃଖିତ ହେବେ। ଶୁକ୍ର, ଶନିବାରରେ ବେରୋଜଗାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୭-୧୦-୨୦୨୬)

କର୍କଟ: ରବି, ସୋମ,ମଙ୍ଗଳବାରରେ ନିଜ ସ୍ବାଧୀନତାରେ ବାଧା ସୃଷ୍ଟି ହୋଇପାରେ। ଦୀର୍ଘଦିନର ଆଶା ପୂରଣ ହେବ। ବୁଧ, ଗୁରୁବାରରେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭବାନ ହେବେ। କଠିନ ପରିଶ୍ରମ କରି ସଫଳତା ପାଇବେ।

ସିଂହ: ରବି, ସୋମ, ମଙ୍ଗଳବାରରେ ମନ ଅସ୍ଥିର ରହିବ। କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହୋଇପାେର। ବୁଧ, ଗୁରୁବାରରେ ବ୍ୟବସାୟିକ ଆୟବ୍ୟୟ ସମାନ ରହିବ । ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶ ପାଇ ଆଗକୁ ବଢ଼ିବେ।

କନ୍ୟା: ରବି, ସୋମ,ମଙ୍ଗଳବାରରେ କ୍ୟାରିୟର୍‌ରେ ଉନ୍ନତି ପରିଲକ୍ଷିତ ହେବେ। ଭୁଲ୍ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ଦେଖାଦେବ। ବୁଧ, ଗୁରୁବାରରେ ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହୋଇପାରେ। ବିଦେଶ ଯାତ୍ରା ଯୋଗ ରହିଛି।

ତୁଳା: ରବି, ସୋମ, ମଙ୍ଗଳବାରରେ ସଫଳତାର ରାସ୍ତା ପାଇବେ। ଅନେକ ଦିନର ଆଶା ପୂରଣ ହେବ। ବୁଧ, ଗୁରୁବାରରେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ର, ଶନିବାରରେ କୋର୍ଟକଚେରି ମାମଲାରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଛା: ରବି, ସୋମ,ମଙ୍ଗଳବାରରେ କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ବୁଧ, ଗୁରୁବାରରେ ବ୍ୟବସାୟରେ ପ୍ରସାର ହୋଇପାରେ। ଶୁକ୍ର, ଶନିବାରରେ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦୂରଯାତ୍ରାର ଯୋଗ ରହିଛି।

ଧନୁ: ରବି, ସୋମ,ମଙ୍ଗଳବାରରେ ଅତିଥିଙ୍କ ଆଗମନ ହୋଇପାରେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ବୁଧ, ଗୁରୁବାରରେ ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରି ଲାଭବାନ ହେବେ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହେବେ। କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବେ।

ମକର: ରବି, ସୋମ, ମଙ୍ଗଳବାରରେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ିଯାଇ ପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ବୁଧ, ଗୁରୁବାରରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ଶୁକ୍ର, ଶନିବାରରେ ସମସ୍ୟାରେ ପଡ଼ିଯାଇ ପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ।

କୁମ୍ଭ: ରବି, ସୋମ,ମଙ୍ଗଳବାରରେ ଆଶା କରୁଥିବା ଦିଗରୁ ସୁଫଳ ପାଇବେ। ସମସ୍ୟାର ସମାଧାନ ଘଟିବ। ବୁଧ, ଗୁରୁବାରରେ ଅଧିକ ବିଶ୍ବାସ କରି ଠକାମିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ଭଲ ରହିବ।

ମୀନ: ରବି, ସୋମ, ମଙ୍ଗଳବାରରେ ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ପରିବାରରେ ଏକତା ବଢ଼ିବ। ବୁଧ, ଗୁରୁବାରରେ ବ୍ୟବସାୟ ବିସ୍ତାର ପାଇଁ ନୂତନ ପଥ ଉନ୍ମୋଚନ ହେବ। ଶୁକ୍ର, ଶନିବାରରେ ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ସୁଖ ସନ୍ତୋଷର ଅଧିକାରୀ ହେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp