ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ଉଦ୍ବେଗଜନକ । ଡବଲ ଇଞ୍ଜିନ ସରକାରରେ ଅନୁଦାନ ବୃଦ୍ଧି ପାଇବା ପରିବର୍ତ୍ତେ କମୁଥିବାରୁ ମୁଖ୍ୟମନ୍ତ୍ରୀ ଏ ବାବଦରେ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ଖୋଲନ୍ତୁ ଦାବି କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ଅନୁଦାନ ପ୍ରସଙ୍ଗରେ ବର୍ଷିଲା ବିଜେଡି: କେନ୍ଦ୍ରୀୟ ଅନୁଦାନ ହ୍ରାସ ଲୁଚାଇବାକୁ ବନ୍ୟା ସହାୟତା ପ୍ରଚାର

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ସରକାରକୁ ଆସିବା ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବ ବୋଲି କହିଥିଲା ବିଜେପି । କିନ୍ତୁ ପଞ୍ଚଦଶ ଅର୍ଥ କମିଶନ (୨୦୨୧-୨୬)ଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ ୪.୫୩ ପ୍ରତିଶତ ଅର୍ଥ ମିଳିଥିବା ବେଳେ ଷୋଡ଼ଶ ଅର୍ଥ କମିଶନ (୨୦୨୬-୩୧)ଙ୍କ ସୁପାରିଶରେ ତାହା ୪.୪୨ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ୱାରା ଓଡ଼ିଶା ପ୍ରଭୂତ କ୍ଷତି ସହିବ । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫,୮୦୦ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିବାବେଳେ ଟଙ୍କାଟିଏ ବି ଅନୁଦାନ ମିଳିଲାନି । ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଏହି ଯୋଜନାରେ ଓଡ଼ିଶା ଅନୁଦାନ ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଲା । ସେହିପରି ଜଳ ଜୀବନ ମିଶନ ଯୋଜନାରେ ବାର୍ଷିକ ୬ ହଜାର କୋଟି ଟଙ୍କା ଅନୁଦାନ ମିଳିବାକୁ ଥିବାବେଳେ ଗତ ୨ ବର୍ଷ ମଧ୍ୟରେ ଟଙ୍କାଟିଏ ବି ଅନୁଦାନ ଓଡ଼ିଶାକୁ ମିଳିଲା ନାହିଁ । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଓଡ଼ିଶା ହକ୍ରୁ ବଞ୍ଚିତ ହେଲା ପରେ ମଧ୍ୟ କେନ୍ଦ୍ର ନିକଟରେ ମୁହଁ ଖୋଲିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଅର୍ଜୁନ ଜାନିଙ୍କୁ ସୁପ୍ରିମକୋର୍ଟଙ୍କ ନ୍ୟାୟ: ୨୨ ବର୍ଷର ଜେଲ୍ ଦଣ୍ଡ ଭୋଗିବା ପରେ ନିର୍ଦ୍ଦୋଷ

ଡ଼ ସାହୁ ଆହୁରି କହିଥିଲେ ଯେ, ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ବଜେଟ୍ରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନ କରିପାରିବାରୁ କେନ୍ଦ୍ର ଅନୁଦାନ କାଟିଦେଉଛି ଏବଂ ଯାହାବି ଅନୁଦାନ ରାଜ୍ୟକୁ ମିଳୁଛି, ତାହା ଆର୍ଥିକ ବର୍ଷ ଶେଷରେ ମିଳୁଥିବାରୁ ଖର୍ଚ୍ଚ ହୋଇପାରୁ ନାହିଁ । ରାଜ୍ୟ ବିଜେପି ସରକାରଙ୍କ ଅପାରଗତା ଲାଗି ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାରୁ ଗ୍ରାମାଞ୍ଚଳରେ ପିଇବା ପାଇଁ ପାଣି ମିଳୁନାହିଁ । ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଗତ ୨ ବର୍ଷ ଧରି କେନ୍ଦ୍ରୀୟ ଅନୁଦାନ କମିବା ଏବଂ ରାଜ୍ୟ ବଜେଟ୍ରେ ବରାଦ ଅର୍ଥ ଖର୍ଚ୍ଚ ହୋଇନପାରିବା ଫଳରେ ବିକାଶ ବାଧାପ୍ରାପ୍ତ ହୋଇଛି । ପୂର୍ବ ବିଜେଡି ସରକାରରେ ଆର୍ଥିକ ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନରେ ଥିବା ଓଡ଼ିଶାର ଆର୍ଥିକ ସ୍ଥିତି ଆଜି ବିଗିଡ଼ିଯାଇଛି । ପ୍ରଚାର ସର୍ବସ୍ୱ ବିଜେପି ସରକାର ଓଡ଼ିଶାବାସୀଙ୍କ ନାର୍ଯ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପିତ କରି ରାଜ୍ୟ ପାଇଁ ଅଧିକ ଅନୁଦାନ ଆଣନ୍ତୁ, ନଚେତ୍ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ୧୦ ଆସନରେ ବିଜେଡିର ବିଜୟ: ନବୀନଙ୍କୁ ଭେଟିଲେ ବିଜୟୀ ପ୍ରାର୍ଥୀ

17 Jun 2026 By Madhusudan Das

ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ଉଦ୍ବେଗଜନକ । ଡବଲ ଇଞ୍ଜିନ ସରକାରରେ ଅନୁଦାନ ବୃଦ୍ଧି ପାଇବା ପରିବର୍ତ୍ତେ କମୁଥିବାରୁ ମୁଖ୍ୟମନ୍ତ୍ରୀ ଏ ବାବଦରେ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ଖୋଲନ୍ତୁ ଦାବି କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ସରକାରକୁ ଆସିବା ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବ ବୋଲି କହିଥିଲା ବିଜେପି । କିନ୍ତୁ ପଞ୍ଚଦଶ ଅର୍ଥ କମିଶନ (୨୦୨୧-୨୬)ଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ ୪.୫୩ ପ୍ରତିଶତ ଅର୍ଥ ମିଳିଥିବା ବେଳେ ଷୋଡ଼ଶ ଅର୍ଥ କମିଶନ (୨୦୨୬-୩୧)ଙ୍କ ସୁପାରିଶରେ ତାହା ୪.୪୨ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ୱାରା ଓଡ଼ିଶା ପ୍ରଭୂତ କ୍ଷତି ସହିବ । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫,୮୦୦ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିବାବେଳେ ଟଙ୍କାଟିଏ ବି ଅନୁଦାନ ମିଳିଲାନି । ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଏହି ଯୋଜନାରେ ଓଡ଼ିଶା ଅନୁଦାନ ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଲା । ସେହିପରି ଜଳ ଜୀବନ ମିଶନ ଯୋଜନାରେ ବାର୍ଷିକ ୬ ହଜାର କୋଟି ଟଙ୍କା ଅନୁଦାନ ମିଳିବାକୁ ଥିବାବେଳେ ଗତ ୨ ବର୍ଷ ମଧ୍ୟରେ ଟଙ୍କାଟିଏ ବି ଅନୁଦାନ ଓଡ଼ିଶାକୁ ମିଳିଲା ନାହିଁ । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଓଡ଼ିଶା ହକ୍ରୁ ବଞ୍ଚିତ ହେଲା ପରେ ମଧ୍ୟ କେନ୍ଦ୍ର ନିକଟରେ ମୁହଁ ଖୋଲିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ଡ଼ ସାହୁ ଆହୁରି କହିଥିଲେ ଯେ, ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ବଜେଟ୍ରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନ କରିପାରିବାରୁ କେନ୍ଦ୍ର ଅନୁଦାନ କାଟିଦେଉଛି ଏବଂ ଯାହାବି ଅନୁଦାନ ରାଜ୍ୟକୁ ମିଳୁଛି, ତାହା ଆର୍ଥିକ ବର୍ଷ ଶେଷରେ ମିଳୁଥିବାରୁ ଖର୍ଚ୍ଚ ହୋଇପାରୁ ନାହିଁ । ରାଜ୍ୟ ବିଜେପି ସରକାରଙ୍କ ଅପାରଗତା ଲାଗି ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାରୁ ଗ୍ରାମାଞ୍ଚଳରେ ପିଇବା ପାଇଁ ପାଣି ମିଳୁନାହିଁ । ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଗତ ୨ ବର୍ଷ ଧରି କେନ୍ଦ୍ରୀୟ ଅନୁଦାନ କମିବା ଏବଂ ରାଜ୍ୟ ବଜେଟ୍ରେ ବରାଦ ଅର୍ଥ ଖର୍ଚ୍ଚ ହୋଇନପାରିବା ଫଳରେ ବିକାଶ ବାଧାପ୍ରାପ୍ତ ହୋଇଛି । ପୂର୍ବ ବିଜେଡି ସରକାରରେ ଆର୍ଥିକ ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନରେ ଥିବା ଓଡ଼ିଶାର ଆର୍ଥିକ ସ୍ଥିତି ଆଜି ବିଗିଡ଼ିଯାଇଛି । ପ୍ରଚାର ସର୍ବସ୍ୱ ବିଜେପି ସରକାର ଓଡ଼ିଶାବାସୀଙ୍କ ନାର୍ଯ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପିତ କରି ରାଜ୍ୟ ପାଇଁ ଅଧିକ ଅନୁଦାନ ଆଣନ୍ତୁ, ନଚେତ୍ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର