ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ଭୁବନେଶ୍ବରରେ NHRC ଟିମ୍‌

Madhusudan Das Picture
Published On

ଭୁବନେଶ୍ୱର: ବାଲିଅନ୍ତା ବର୍ବରତାର ତଦନ୍ତ କରିବାକୁ ପହଞ୍ଚିଲା NHRC ଟିମ୍‌ । ଭୁବନେଶ୍ବରରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍‌ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ସେହିପରି ଘଟଣାଦିନ ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ମୁତୟନ କରିଥିବା ପୁଲିସ ଅଧିକାରୀଙ୍କୁ ମଧ୍ୟ ଜେରା କରାଯିବ । କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରମାନେ ମଧ୍ୟ ଟିମ୍ ସାମ୍ନାରେ ସୌମ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ୍ୟୁର କାରଣ ବଖାଣିବେ । 

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି । 

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର