ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବୟସ୍କ, ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ୨ ମାସ ହେଲା ଭତ୍ତା ପ୍ରଦାନ ନ କରି ହନ୍ତସନ୍ତ କରୁଛନ୍ତି ରାଜ୍ୟ ସରକାର । ପ୍ରତିଦିନ ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହୋଇ ହିତାଧିକାରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ଆଡ଼େନିଗଡ଼ ଗାଁରେ ଅଘଟଣ: ଦୁଇ ଘଣ୍ଟା ସାପ ବନ୍ଧନରେ ରହିଲେ ପକ୍ଷାଘାତ ରୋଗୀ...

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ସରକାର ତାଙ୍କୁ ଯେଉଁ ଯନ୍ତ୍ରଣା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।

ଆହୁରି ପଢ଼ନ୍ତୁ: ବିଜେପି ବିଧାୟକ ନବୀନ ଜୈନଙ୍କ ବିବାଦୀୟ ବୟାନ ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଡ଼ ଅରୁଣ ସାହୁ କହିଥିଲେ, ଡିଜିଟାଲ ଇଣ୍ଡିଆର ବାହାବାହା ନେଉଥିବା ଡବଲ ଇଞ୍ଜିନ ସରକାର ଅସହାୟ ମାନଙ୍କୁ ଆକାଉଣ୍ଟ ମାଧ୍ୟମରେ କି ଘର ପାଖରେ ଭତ୍ତା ଦେଇପାରୁନି । ସରକାରୀ ସ୍କୁଲ ଛାତ୍ରଛାତ୍ରୀ ୟୁନିଫର୍ମ ପାଇପାରୁ ନାହାନ୍ତି । ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବର୍ତ୍ତମାନର ବାହାପିଆ ବିଜେପି ସରକାର ବୟସ୍କଙ୍କୁ ଖର୍ଚ୍ଚାନ୍ତ କରାଇ ଧାଡ଼ିରେ ଛିଡ଼ା କରାଉଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଓଡ଼ିଶାରେ ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ନବୀନ ବାବୁଙ୍କ ସବୁ ଯୋଜନାର ରଙ୍ଗ ଓ ନାମ ପରିବର୍ତ୍ତନ କରିଚାଲିଛନ୍ତି । ପ୍ରତି ମାସର ୧୫ ତାରିଖ ପୂର୍ବରୁ ହିତାଧିକାରୀ ମାନଙ୍କ ଘରେ ଭତ୍ତା ପହଞ୍ଚାଇବାର ଯେଉଁ ବ୍ୟବସ୍ଥା ନବୀନ ବାବୁ କରିଥିଲେ, ସେ ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ନବୀନ ବାବୁ ଭତ୍ତାର ପରିମାଣ ୩୦୦ ଟଙ୍କାରୁ ବୃଦ୍ଧି କରି ୧୦୦୦ ଟଙ୍କା କରିଥିଲେ । ମଧୁବାବୁ ପେନସନ ଯୋଜନାରେ ୧୨ ଲକ୍ଷରୁ ୩୮ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିଲା ପରେ ବୟସ୍କ ମାନଙ୍କୁ ଏଭଳି ଡହଳବିକଳ କରି କି ଆନନ୍ଦ ପାଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ।

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ପ୍ରତିଟି ଜୀବନ ମୂଲ୍ୟବାନ । ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ଅଛି । ତାଙ୍କ ଶାସନ ସମୟରେ ହୋଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଏକ ଉଲ୍ଲେଖନୀୟ ଯୋଜନା ହେଲା ମଧୁବାବୁ ପେନସନ ଯୋଜନା । କିନ୍ତୁ ଯେବେଠୁ ବିଜେପି ସରକାରକୁ ଆସିଛି, ସେବେଠୁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଯେଉଁପରି ଅସହାୟ ଅବସ୍ଥାରେ ହିତାଧିକାରୀ ବସୁଛନ୍ତି ତାହା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରୁଛି । ଏ ସରକାର ପାଖରେ ସମ୍ବେଦନଶୀଳତା ବୋଲି କିଛି ନାହିଁ । ଲାଗୁଛି ସରକାର ଏବେ ଦେବାଳିଆ ହୋଇଗଲେଣି । ୨୦୦୦ ମସିହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ତତ୍କାଳୀନ ସରକାର ଓଭରଡ୍ରାଫ୍ଟ କରୁଥିଲେ । ବର୍ତ୍ତମାନ ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ଯନ୍ତ୍ରଣା ଦେଉଥିବା ଏ ସରକାରକୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।

30 May 2026 By Madhusudan Das

ବୟସ୍କଙ୍କୁ ଭତ୍ତା ଦେବାରେ ଡବଲ ଇଞ୍ଜିନ ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ରାଜ୍ୟର ବୟସ୍କ, ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ୨ ମାସ ହେଲା ଭତ୍ତା ପ୍ରଦାନ ନ କରି ହନ୍ତସନ୍ତ କରୁଛନ୍ତି ରାଜ୍ୟ ସରକାର । ପ୍ରତିଦିନ ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଧାଡ଼ିରେ ଛିଡ଼ା ହୋଇ ହିତାଧିକାରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କହି ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ନୟାଗଡ଼ ବିଧାୟକ ଡ଼ ଅରୁଣ ସାହୁ, ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଦଳର ଭୋଗରାଇ ବିଧାୟକ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ, ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ସରକାର ତାଙ୍କୁ ଯେଉଁ ଯନ୍ତ୍ରଣା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।

ଡ଼ ଅରୁଣ ସାହୁ କହିଥିଲେ, ଡିଜିଟାଲ ଇଣ୍ଡିଆର ବାହାବାହା ନେଉଥିବା ଡବଲ ଇଞ୍ଜିନ ସରକାର ଅସହାୟ ମାନଙ୍କୁ ଆକାଉଣ୍ଟ ମାଧ୍ୟମରେ କି ଘର ପାଖରେ ଭତ୍ତା ଦେଇପାରୁନି । ସରକାରୀ ସ୍କୁଲ ଛାତ୍ରଛାତ୍ରୀ ୟୁନିଫର୍ମ ପାଇପାରୁ ନାହାନ୍ତି । ସରକାରୀ କର୍ମଚାରୀ ଠିକ୍ ସମୟରେ ଦରମା ପାଉନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ବର୍ତ୍ତମାନର ବାହାପିଆ ବିଜେପି ସରକାର ବୟସ୍କଙ୍କୁ ଖର୍ଚ୍ଚାନ୍ତ କରାଇ ଧାଡ଼ିରେ ଛିଡ଼ା କରାଉଛନ୍ତି ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର ନବୀନ ବାବୁଙ୍କ ସବୁ ଯୋଜନାର ରଙ୍ଗ ଓ ନାମ ପରିବର୍ତ୍ତନ କରିଚାଲିଛନ୍ତି । ପ୍ରତି ମାସର ୧୫ ତାରିଖ ପୂର୍ବରୁ ହିତାଧିକାରୀ ମାନଙ୍କ ଘରେ ଭତ୍ତା ପହଞ୍ଚାଇବାର ଯେଉଁ ବ୍ୟବସ୍ଥା ନବୀନ ବାବୁ କରିଥିଲେ, ସେ ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ନବୀନ ବାବୁ ଭତ୍ତାର ପରିମାଣ ୩୦୦ ଟଙ୍କାରୁ ବୃଦ୍ଧି କରି ୧୦୦୦ ଟଙ୍କା କରିଥିଲେ । ମଧୁବାବୁ ପେନସନ ଯୋଜନାରେ ୧୨ ଲକ୍ଷରୁ ୩୮ ଲକ୍ଷ ଲୋକଙ୍କୁ ସାମିଲ କରିଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିଲା ପରେ ବୟସ୍କ ମାନଙ୍କୁ ଏଭଳି ଡହଳବିକଳ କରି କି ଆନନ୍ଦ ପାଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ।

ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ପ୍ରତିଟି ଜୀବନ ମୂଲ୍ୟବାନ । ପ୍ରତ୍ୟେକ ମଣିଷର ବଞ୍ଚିବାର ଅଧିକାର ଅଛି । ତାଙ୍କ ଶାସନ ସମୟରେ ହୋଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଏକ ଉଲ୍ଲେଖନୀୟ ଯୋଜନା ହେଲା ମଧୁବାବୁ ପେନସନ ଯୋଜନା । କିନ୍ତୁ ଯେବେଠୁ ବିଜେପି ସରକାରକୁ ଆସିଛି, ସେବେଠୁ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପଞ୍ଚାୟତ ଅଫିସ୍, ବ୍ୟାଙ୍କ ଆଗରେ ଯେଉଁପରି ଅସହାୟ ଅବସ୍ଥାରେ ହିତାଧିକାରୀ ବସୁଛନ୍ତି ତାହା ସମଗ୍ର ରାଜ୍ୟବାସୀଙ୍କୁ ବିଚଳିତ କରୁଛି । ଏ ସରକାର ପାଖରେ ସମ୍ବେଦନଶୀଳତା ବୋଲି କିଛି ନାହିଁ । ଲାଗୁଛି ସରକାର ଏବେ ଦେବାଳିଆ ହୋଇଗଲେଣି । ୨୦୦୦ ମସିହା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ତତ୍କାଳୀନ ସରକାର ଓଭରଡ୍ରାଫ୍ଟ କରୁଥିଲେ । ବର୍ତ୍ତମାନ ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି । ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ଯନ୍ତ୍ରଣା ଦେଉଥିବା ଏ ସରକାରକୁ ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ୍ ଜବାବ ଦେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର